ଓଟ ପିଠିରେ ବସି ସଂସଦ ବାହାରିଲେ ରୋତ୍; ଅଟକାଇଲା ପୁଲିସ୍

ନୂଆଦିଲ୍ଲୀ: ଓଟ ପିଠିରେ ବସି ସଂସଦ ଯିବାକୁ ଜିଦ୍‌ ଧରି ଜଣେ ସାଂସଦ ରାଜଧାନୀ ଦିଲ୍ଲୀରେ ହଟ୍ଟହଟା ହୋଇଛନ୍ତି। ଏହି ସାଂସଦ ଜଣକ ହେଉଛନ୍ତି ଭାରତୀୟ ଆଦିବାସୀ ପାର୍ଟିର ରାଜକୁମାର ରୋତ୍‌। ତାଙ୍କ ଜିଦ୍‌ଖୋର ମନୋବୃତ୍ତି ପାଇଁ କେବଳ ସେ ନୁହଁନ୍ତି ଅନେକ ଜନସାଧାରର ମଧ୍ୟ ହଇରାଣ ହୋଇଛନ୍ତି। ତାଙ୍କ ଜିଦ୍‌ ହେଉଛି କି, କାର୍ କିମ୍ବା ବାଇକ୍ ନୁହେଁ, ବରଂ ଓଟ ପିଠିରେ ବସି ସଂସଦ ଯିବି। ଆଉ ଶପଥ ଗ୍ରହଣ କରିବି। ଏଭଳି କିଛି […]

ଓଟ ପିଠିରେ ବସି ସଂସଦ ବାହାରିଲେ ରୋତ୍; ଅଟକାଇଲା ପୁଲିସ୍

ନୂଆଦିଲ୍ଲୀ: ଓଟ ପିଠିରେ ବସି ସଂସଦ ଯିବାକୁ ଜିଦ୍‌ ଧରି ଜଣେ ସାଂସଦ ରାଜଧାନୀ ଦିଲ୍ଲୀରେ ହଟ୍ଟହଟା ହୋଇଛନ୍ତି। ଏହି ସାଂସଦ ଜଣକ ହେଉଛନ୍ତି ଭାରତୀୟ ଆଦିବାସୀ ପାର୍ଟିର ରାଜକୁମାର ରୋତ୍‌। ତାଙ୍କ ଜିଦ୍‌ଖୋର ମନୋବୃତ୍ତି ପାଇଁ କେବଳ ସେ ନୁହଁନ୍ତି ଅନେକ ଜନସାଧାରର ମଧ୍ୟ ହଇରାଣ ହୋଇଛନ୍ତି। ତାଙ୍କ ଜିଦ୍‌ ହେଉଛି କି, କାର୍ କିମ୍ବା ବାଇକ୍ ନୁହେଁ, ବରଂ ଓଟ ପିଠିରେ ବସି ସଂସଦ ଯିବି। ଆଉ ଶପଥ ଗ୍ରହଣ କରିବି। ଏଭଳି କିଛି ଜିଦ୍ ଧରି ରାଜଧାନୀର ରାଜରାସ୍ତାରେ ଓଟି ପିଠିରେ ବସି ପାର୍ଲାମେଣ୍ଟ ଅଭିମୁଖେ ବାହାରିଛନ୍ତି ସାଂସଦ ରୋତ୍। ହେଲେ ଅଧରାସ୍ତାରେ ତାଙ୍କୁ ପୁଲିସ୍ ଅଟକାଇଛି। ସୋମବାର ଠାରୁ ଆରମ୍ଭ ହୋଇଛି ଲୋଭସଭାର ଅଷ୍ଟାଦଶ ଅଧିବେଶନ। ସଂସଦର ପ୍ରଥମ ଦିନରେ ନିବ ନିର୍ବାଚିତ ସାଂସଦମାନେ ଶପଥ ନେଇଛନ୍ତି। ଆଜି ଲୋକସଭା ଅଧିବେଶନର ଦ୍ୱିତୀୟ ଦିନ। ଆଜି ମଧ୍ୟ ସାଂସଦମାନଙ୍କ ଶପଥ ଗ୍ରହଣ ଜାରି ରହିଛି। ଏହାରି ଭିତରେ ଦେଖିବାକ ମିଳିଛି ଏକ ନିଆରା ଦୃଶ୍ୟ।