ଓଟିଭି ଲୋଗୋ ଥିବା ଫେକ୍ ପୋଷ୍ଟ; ଏଭଳି ଫେକ୍ ଖବରକୁ ବିଶ୍ୱାସ କରନ୍ତୁନି

ଓଟିଭିର ଦର୍ଶକମାନଙ୍କୁ ବିଭ୍ରାନ୍ତ କରିବାକୁ କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ଏଭଳି କରିଛନ୍ତି। ଏହି ଖବରକୁ ବିଶ୍ୱାସ ନକିବାକୁ ଆମେ ଅନୁରୋଧ କରୁଛୁ।

ଓଟିଭି ଲୋଗୋ ଥିବା ଫେକ୍ ପୋଷ୍ଟ; ଏଭଳି ଫେକ୍ ଖବରକୁ ବିଶ୍ୱାସ କରନ୍ତୁନି

ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଓଟିଭି ଲୋଗୋ ଥିବା ଏକ ଫେକ୍ ପୋଷ୍ଟ। ଯାଜପୁର ଧର୍ମଶାଳାରେ ବିଜେପି ପ୍ରାର୍ଥୀ ଘୋଷଣା ସଂପର୍କିତ ଏହି ଫେକ୍ ପୋଷ୍ଟକୁ ଭାଇରାଲ୍ କରାଯାଉଛି। ତେବେ ଏଠାରେ ଆମ ସ୍ପଷ୍ଟ କରିଦେବାକୁ ଚାହୁଁ, ଏଭଳି କୌଣସି ଖବର ଓଟିଭିର ପ୍ରସାରଣ ହୋଇନାହଁ କିମ୍ବା ଡିଜିଟାଲ୍ ପ୍ଲାଟଫର୍ମରେ ମଧ୍ୟ ପୋଷ୍ଟ ହୋଇନାହିଁ।

ଓଟିଭିର ଦର୍ଶକମାନଙ୍କୁ ବିଭ୍ରାନ୍ତ କରିବାକୁ କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ଏଭଳି କରିଛନ୍ତି। ଏହି ଖବରକୁ ବିଶ୍ୱାସ ନକିବାକୁ ଆମେ ଅନୁରୋଧ କରୁଛୁ। ତାସହିତ ଏହି ଫେକ୍ ପୋଷ୍ଟକୁ ସେୟାର କିମ୍ବା ଫରୱାର୍ଡ କରନ୍ତୁ ନାହିଁ। ସୋସିଆଲ୍ ମିଡିଆରେ ଓଟିଭି ଭଳି ଏକ ପ୍ରତିଷ୍ଠିତ ଚ୍ୟାନେଲର ଲୋଗୋ ବ୍ୟବହାର କରି ଏଭଳି ଫେକ୍ ପୋଷ୍ଟ କରିବା ଦଣ୍ଡନୀୟ ଅପରାଧ ଅଟେ।