‘ଓଡ଼ିଆ ଅସ୍ମିତାକୁ ଜାଗ୍ରତ କରି ରାଜ୍ୟକୁ ୧ ନମ୍ବର କରିବା’

ଅନୁଗୋଳ,୩୦ା୪ (ଅମିତ କୁମାର ସାମଲ)/ ଆଠମଲ୍ଲିକ (ଉଦୀପ୍ତ ପୁରୋହିତ)/ ବଇଣ୍ଡା (ପରିକ୍ଷିତ ସାହୁ):ଓଡ଼ିଶାରେ ପ୍ରଥମ ଥର ଓ କେନ୍ଦ୍ରରେ ତୃତୀୟ ଥର ପାଇଁ ଭାଜପା ସରକାର ହେବ। ଓଡ଼ିଶାରେ ସର୍ବାଧିକ ସିଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସପକ୍ଷରେ ଯିବ। ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ କ୍ରମେ ଓଡ଼ିଆ ଅସ୍ମିତାକୁ ଜାଗ୍ରତ କରି ଓଡ଼ିଶାକୁ ୧ ନମ୍ବର ରାଜ୍ୟ ଭାବରେ ଗଢ଼ିତୋଳିବା ପାଇଁ ଭାଜପାକୁ ଭୋଟ ଦେବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଅନୁଗୋଳ ଜିଲା ଆଠମଲ୍ଲିକରେ ନିର୍ବାଚନ ପ୍ରଚାର ବେଳେ […] The post ‘ଓଡ଼ିଆ ଅସ୍ମିତାକୁ ଜାଗ୍ରତ କରି ରାଜ୍ୟକୁ ୧ ନମ୍ବର କରିବା’ appeared first on Dharitri Odia News.

‘ଓଡ଼ିଆ ଅସ୍ମିତାକୁ ଜାଗ୍ରତ କରି ରାଜ୍ୟକୁ ୧ ନମ୍ବର କରିବା’

ଅନୁଗୋଳ,୩୦ା୪ (ଅମିତ କୁମାର ସାମଲ)/ ଆଠମଲ୍ଲିକ (ଉଦୀପ୍ତ ପୁରୋହିତ)/ ବଇଣ୍ଡା (ପରିକ୍ଷିତ ସାହୁ):ଓଡ଼ିଶାରେ ପ୍ରଥମ ଥର ଓ କେନ୍ଦ୍ରରେ ତୃତୀୟ ଥର ପାଇଁ ଭାଜପା ସରକାର ହେବ। ଓଡ଼ିଶାରେ ସର୍ବାଧିକ ସିଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସପକ୍ଷରେ ଯିବ। ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ କ୍ରମେ ଓଡ଼ିଆ ଅସ୍ମିତାକୁ ଜାଗ୍ରତ କରି ଓଡ଼ିଶାକୁ ୧ ନମ୍ବର ରାଜ୍ୟ ଭାବରେ ଗଢ଼ିତୋଳିବା ପାଇଁ ଭାଜପାକୁ ଭୋଟ ଦେବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଅନୁଗୋଳ ଜିଲା ଆଠମଲ୍ଲିକରେ ନିର୍ବାଚନ ପ୍ରଚାର ବେଳେ ଲୋକଙ୍କୁ ନିବେଦନ କରିଛନ୍ତି।
କେନ୍ଦ୍ରମନ୍ତ୍ରୀ ପ୍ରଥମେ ଆଠମଲ୍ଲିକ ନିର୍ବାଚନମଣ୍ଡଳୀର କୃତ୍ତିବାସପୁରରେ ଆୟୋଜିତ ମିଶ୍ରଣ ପର୍ବରେ ଯୋଗଦେଇ କଂଗ୍ରେସ ନେତା ସିଦ୍ଧେଶ୍ୱର ସାହୁ, ସର୍ବେଶ୍ୱର ପ୍ରଧାନଙ୍କ ସମେତ ଶତାଧିକ ନେତା, କର୍ମୀ ଏବଂ ସାମାଜିକ କର୍ମୀଙ୍କୁ ଦଳକୁ ସ୍ବାଗତ କରିଥିଲେ। ପରେ ଠାକୁରଗଡ଼ଠାରେ ଅନୁଷ୍ଠିତ ବିଶାଳ ରୋଡ୍‌ ଶୋ’ରେ ସାମିଲ ହୋଇ ଭାଜପାକୁ ଆଶୀର୍ବାଦ କରିବା ପାଇଁ ନିବେଦନ କରିଥିଲେ। ଏହାପରେ ଠାକୁରଗଡ଼ରେ ଅନୁଷ୍ଠିତ ପରିବର୍ତ୍ତନ ସମାବେଶ ଓ ମିଶ୍ରଣ ପର୍ବରେ ଯୋଗଦେଇଥିଲେ। ବିଜେଡି ଛାଡ଼ିଥିବା ପ୍ରକାଶ ଡାଙ୍ଗଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ଶତାଧିକ ନେତା ଓ କର୍ମୀଙ୍କୁ ଦଳରେ ସାମିଲ କରିଥିଲେ। ଧର୍ମେନ୍ଦ୍ରଙ୍କ ସହ ଆଠମଲ୍ଲିକ ବିଧାୟକ ପ୍ରାର୍ଥୀ ସଞ୍ଜୀବ ସାହୁ ମଧ୍ୟ ଭୋଟ ଭିକ୍ଷା କରିଥିଲେ। ତାଙ୍କ ସହ ରମେଶ ଚନ୍ଦ୍ର ସାଏ, ଦିଲୀପ ପ୍ରଧାନ ଓ ଜିଲାର ବିଭିନ୍ନ ପଦବୀରେ ଥିବା ଭାଜପାର ନେତା, କର୍ମୀ ଉପସ୍ଥିତ ଥିଲେ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଥିଲେ, ଲୁଟ ଚାଲିଥିବାରୁ ଅପାର ସମ୍ଭାବନାର ରାଜ୍ୟ ଓଡ଼ିଶାରେ ବିକାଶ ହେଉନାହିଁ। ରୋଜଗାର ଉପଲବ୍ଧ କରିବାରେ ଓଡ଼ିଶା ବିଫଳ ହୋଇଛି। ମହିଳା ସୁରକ୍ଷାରେ ରାଜ୍ୟ ଶେଷ ତାଲିକାରେ ଅଛି। ଏପ୍ରିଲରେ ପୁରୀ ସହରରେ ହଇଜା ହେବା କ’ଣ ବିକାଶ କୁହାଯିବ। ନବୀନ ପଟ୍ଟନାୟକ ଭିଡିଓରେ ଅଛନ୍ତି। ଓଡ଼ିଆ ଲୋକଙ୍କୁ ଘୃଣା କରୁଥିବା ଲୋକମାନଙ୍କ ହାତରେ ଓଡ଼ିଶାର ରିମୋର୍ଟ ଅଛି। ରାବଣ ଓ କଂସର ମଧ୍ୟ ଏହିପରି ଅହଂକାର ଥିଲା। ଲୋକମାନେ ତାଙ୍କର ଗର୍ବ ଓ ଅହଂକାରକୁ ଭଙ୍ଗ କରିବେ। ଭାଜପା ସରକାର ଆସିଲେ ବେନାମୀ ସମ୍ପତ୍ତି ଥିବା ଲୋକଙ୍କ ସ୍ଥାନ ଜେଲ ଭିତରେ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ।

The post ‘ଓଡ଼ିଆ ଅସ୍ମିତାକୁ ଜାଗ୍ରତ କରି ରାଜ୍ୟକୁ ୧ ନମ୍ବର କରିବା’ appeared first on Dharitri Odia News.