ଓଡ଼ିଆ ଚ୍ୟାନେଲ ବିରୋଧରେ ଇସିଙ୍କ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୯ା୫: ନିର୍ବାଚନ କମିଶନ(ଇସି)ଙ୍କ କଟକଣା ସତ୍ତ୍ୱେ ଓଡ଼ିଶାର ଏକ ଟିଭି ଚ୍ୟାନେଲ ଏକ୍‌ଜିଟ ପୋଲ୍‌ ସମ୍ପର୍କିତ ଖବର ପ୍ରସାରଣ କରୁଥିବା ନେଇ ଅଭିଯୋଗ ହୋଇଥିଲା। କମିଶନ ବୁଧବାର ରାତିରେ ଉକ୍ତ ଓଡ଼ିଆ ନ୍ୟୁଜ୍‌ ଚ୍ୟାନେଲ ବିରୋଧରେ ତତ୍କାଳ କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜନ ପ୍ରତିନିଧି ଆଇନ, ୧୯୫୧ର ଧାରା ୧୨୬ଏ ଅଧୀନରେ ଏକ୍‌ଜିଟ୍‌ ପୋଲ୍‌ ଉପରେ ଇସି ରୋକ୍‌ ଲଗାଇଛନ୍ତି।ତଦନୁସାରେ ଜୁନ୍‌ ୧ ସନ୍ଧ୍ୟାରେ ସମସ୍ତ ୭ଟି ଯାକ ପର୍ଯ୍ୟୟରେ […] The post ଓଡ଼ିଆ ଚ୍ୟାନେଲ ବିରୋଧରେ ଇସିଙ୍କ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ appeared first on Dharitri Odia News.

ଓଡ଼ିଆ ଚ୍ୟାନେଲ ବିରୋଧରେ ଇସିଙ୍କ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୯ା୫: ନିର୍ବାଚନ କମିଶନ(ଇସି)ଙ୍କ କଟକଣା ସତ୍ତ୍ୱେ ଓଡ଼ିଶାର ଏକ ଟିଭି ଚ୍ୟାନେଲ ଏକ୍‌ଜିଟ ପୋଲ୍‌ ସମ୍ପର୍କିତ ଖବର ପ୍ରସାରଣ କରୁଥିବା ନେଇ ଅଭିଯୋଗ ହୋଇଥିଲା। କମିଶନ ବୁଧବାର ରାତିରେ ଉକ୍ତ ଓଡ଼ିଆ ନ୍ୟୁଜ୍‌ ଚ୍ୟାନେଲ ବିରୋଧରେ ତତ୍କାଳ କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଜନ ପ୍ରତିନିଧି ଆଇନ, ୧୯୫୧ର ଧାରା ୧୨୬ଏ ଅଧୀନରେ ଏକ୍‌ଜିଟ୍‌ ପୋଲ୍‌ ଉପରେ ଇସି ରୋକ୍‌ ଲଗାଇଛନ୍ତି।ତଦନୁସାରେ ଜୁନ୍‌ ୧ ସନ୍ଧ୍ୟାରେ ସମସ୍ତ ୭ଟି ଯାକ ପର୍ଯ୍ୟୟରେ ଭୋଟ ଗ୍ରହଣ ଶେଷ ହେବା ପରେ ଚ୍ୟାନେଲଗୁଡ଼ିକ ଏକ୍‌ଜିଟ ପୋଲ୍‌ ପ୍ରସାରଣ କରିପାରିବେ। ମାର୍ଚ୍ଚ ୨୮ରେ ଇସି ଏ ସମ୍ପର୍କିତ ନିର୍ଦ୍ଦେଶନାମା ଜାରି କରିଥିଲେ।

The post ଓଡ଼ିଆ ଚ୍ୟାନେଲ ବିରୋଧରେ ଇସିଙ୍କ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ appeared first on Dharitri Odia News.