ଓଡ଼ିଆ ସନ୍ତରଣକାରୀ ମନ୍ନତାଙ୍କୁ ପ୍ରଥମ ଅନ୍ତର୍ଜାତୀୟ ପଦକ
ଭୁବନେଶ୍ୱର,୬ା୨: ରାଜ୍ୟର ପ୍ରତିଭାବାନ ସନ୍ତରଣକାରୀ ମନ୍ନତା ମିଶ୍ର ନିଜର ପ୍ରଥମ ଅନ୍ତର୍ଜାତୀୟ ପଦକ ହାସଲ କରିଛନ୍ତି। ଓଡ଼ିଶା ଆଇଆଇଏସ୍ ସନ୍ତରଣ ହାଇ ପର୍ଫମାନ୍ସ ସେଣ୍ଟରରେ ପ୍ରଶିକ୍ଷଣ ନେଉଥିବା ମନ୍ନତା ନୂଆଦିଲ୍ଲୀରେ ଅନୁଷ୍ଠିତ ବିମଷ୍ଟେକ ସନ୍ତରଣ ଚାମ୍ପିୟନଶିପ୍ରେ ଏକ ରୌପ୍ୟ ପଦକ ବିଜୟୀ ହୋଇଛନ୍ତି। ୧୭ ବର୍ଷୀୟା ମନ୍ନତା ୨୦୦ ମିଟର ବ୍ରେଷ୍ଟ ଷ୍ଟ୍ରୋକ୍ ଇଭେଣ୍ଟରେ ଅଂଶଗ୍ରହଣ କରିଥିଲେ। ପୂର୍ବରୁ ଗୋଆର ପାଣାଜୀରେ ଅନୁଷ୍ଠିତ ଜାତୀୟ କ୍ରୀଡାରେ ମନ୍ନତା ଏକ ବ୍ରୋଞ୍ଜ ପଦକ ଜିତିଥିଲେ। ଓଡ଼ିଶା ୪x୧୦୦ ମିଟର […] The post ଓଡ଼ିଆ ସନ୍ତରଣକାରୀ ମନ୍ନତାଙ୍କୁ ପ୍ରଥମ ଅନ୍ତର୍ଜାତୀୟ ପଦକ appeared first on Dharitri Odia News.
ଭୁବନେଶ୍ୱର,୬ା୨: ରାଜ୍ୟର ପ୍ରତିଭାବାନ ସନ୍ତରଣକାରୀ ମନ୍ନତା ମିଶ୍ର ନିଜର ପ୍ରଥମ ଅନ୍ତର୍ଜାତୀୟ ପଦକ ହାସଲ କରିଛନ୍ତି। ଓଡ଼ିଶା ଆଇଆଇଏସ୍ ସନ୍ତରଣ ହାଇ ପର୍ଫମାନ୍ସ ସେଣ୍ଟରରେ ପ୍ରଶିକ୍ଷଣ ନେଉଥିବା ମନ୍ନତା ନୂଆଦିଲ୍ଲୀରେ ଅନୁଷ୍ଠିତ ବିମଷ୍ଟେକ ସନ୍ତରଣ ଚାମ୍ପିୟନଶିପ୍ରେ ଏକ ରୌପ୍ୟ ପଦକ ବିଜୟୀ ହୋଇଛନ୍ତି।
୧୭ ବର୍ଷୀୟା ମନ୍ନତା ୨୦୦ ମିଟର ବ୍ରେଷ୍ଟ ଷ୍ଟ୍ରୋକ୍ ଇଭେଣ୍ଟରେ ଅଂଶଗ୍ରହଣ କରିଥିଲେ। ପୂର୍ବରୁ ଗୋଆର ପାଣାଜୀରେ ଅନୁଷ୍ଠିତ ଜାତୀୟ କ୍ରୀଡାରେ ମନ୍ନତା ଏକ ବ୍ରୋଞ୍ଜ ପଦକ ଜିତିଥିଲେ। ଓଡ଼ିଶା ୪x୧୦୦ ମିଟର ରିଲେ ଦଳର ସଦସ୍ୟା ଭାବେ ସେ ଏହି ସଫଳତା ହାସଲ କରିଥିଲେ।
#Odisha IIS Swimming HPC's Mannata Mishra won her first international medal with a silver in women’s 200m Breaststroke at the 1st BIMSTEC Aquatics Championships 2024 in New Delhi.
Read More