ଓଡ଼ିଆଣୀ ବେଶରେ କମଲା, ପ୍ରଚାରବେଳେ ତଳେ ବସି ଖାଇଲେ ଟ୍ରମ୍ପ! ଦେଖନ୍ତୁ ଭାଇରାଲ ଫଟୋ
ନୂଆଦିଲ୍ଲୀ,୫।୧୧: ଆଜି ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ତେବେ ରାଷ୍ଟ୍ରପତି କିଏ ହେବ ଏନେଇ ସାରା ବିଶ୍ୱର ନଜର ରହିଛି। ସେଠାରେ ଡୋନାଲ୍ଡ ଟ୍ରମ୍ପ ଓ କମଲା ହାରିସ୍ଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି। ତେବେ ଏହାରି ଭିତରେ ଟ୍ରମ୍ପ ଓ କମଳଲାଙ୍କ ଭାରତୀୟ ବେଶରେ ନିର୍ବାଚନୀ ପ୍ରଚାର ଫଟୋ ଭାଇରାଲ ହେଉଛି। ନିର୍ବାଚନ ପ୍ରଚାର ବେଳେ ମୋଦିଙ୍କ ପାଖରେ ଯେମିତି ଯୋଗୀ ଛିଡା ହୋଇଥିଲେ, ଠିକ ସେମିତି ଟ୍ରମ୍ପଙ୍କ ପାଖରେ ଗେରୁଆ ବସ୍ତ୍ର […] The post ଓଡ଼ିଆଣୀ ବେଶରେ କମଲା, ପ୍ରଚାରବେଳେ ତଳେ ବସି ଖାଇଲେ ଟ୍ରମ୍ପ! ଦେଖନ୍ତୁ ଭାଇରାଲ ଫଟୋ appeared first on Dharitri Odia News.
ନୂଆଦିଲ୍ଲୀ,୫।୧୧: ଆଜି ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ତେବେ ରାଷ୍ଟ୍ରପତି କିଏ ହେବ ଏନେଇ ସାରା ବିଶ୍ୱର ନଜର ରହିଛି। ସେଠାରେ ଡୋନାଲ୍ଡ ଟ୍ରମ୍ପ ଓ କମଲା ହାରିସ୍ଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି। ତେବେ ଏହାରି ଭିତରେ ଟ୍ରମ୍ପ ଓ କମଳଲାଙ୍କ ଭାରତୀୟ ବେଶରେ ନିର୍ବାଚନୀ ପ୍ରଚାର ଫଟୋ ଭାଇରାଲ ହେଉଛି। ନିର୍ବାଚନ ପ୍ରଚାର ବେଳେ ମୋଦିଙ୍କ ପାଖରେ ଯେମିତି ଯୋଗୀ ଛିଡା ହୋଇଥିଲେ, ଠିକ ସେମିତି ଟ୍ରମ୍ପଙ୍କ ପାଖରେ ଗେରୁଆ ବସ୍ତ୍ର ପିନ୍ଧି ଏଲନ ମସ୍କ ଥିବା ଫଟୋ ଦେଖିବାକୁ ମିଳିଛି।
ଏହିସବୁ ଫଟୋରେ ଓଡ଼ିଆ ରାଜନେତା ଭଳି ଡୋନାଲ୍ଡ ଟ୍ରମ୍ପ ପ୍ରଚାର କରୁଥିବା ଦେଖିବାକୁ ମିଳିଛି । ସେ ତଳେ ବସି ପତ୍ର ଠୁଙ୍ଗାରେ ଖାଉଥିବାର ନଜର ଆସିଛନ୍ତି।
ସେହିପରି ଭାରତୀୟ ଷ୍ଟାଇଲରେ କମଲା ହାରିସ ଓ ବାରାକ ଓବାମା ପ୍ରଚାର କରିଛନ୍ତି। ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । କହିରଖୁଛୁ କି, ଏହିସବୁ ଫଟୋ AI ପ୍ରସ୍ତୁତ ଅଟେ।
The post ଓଡ଼ିଆଣୀ ବେଶରେ କମଲା, ପ୍ରଚାରବେଳେ ତଳେ ବସି ଖାଇଲେ ଟ୍ରମ୍ପ! ଦେଖନ୍ତୁ ଭାଇରାଲ ଫଟୋ appeared first on Dharitri Odia News.