ଓଡ଼ିଶା କ୍ରୀଡ଼ାରେ ଯୋଡ଼ି ହେଲା ନୂଆ ଫର୍ଦ୍ଦ: ବ୍ୟାଡମିଣ୍ଟନ୍ ହାଇପର୍ଫମାନ୍ସ ସେଣ୍ଟର ଉଦଘାଟିତ
ଭୁବନେଶ୍ୱର,୧୨ା୧୨: ଓଡ଼ିଶା ସରକାର କ୍ରୀଡାକୁ ଆଗ୍ରାଧିକାର ଦେଇ ରାଜ୍ୟରେ କ୍ରୀଡା ଭିତ୍ତିଭୂମିକୁ ସୁଦୃଢ କରିବାକୁ ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏହି କ୍ରମରେ ଗୁରୁବାର କଳିଙ୍ଗ ଷ୍ଟାଡିୟମ ପରିସରରେ ନିର୍ମିତ ବ୍ୟାଡମିଣ୍ଟନ୍ ହାଇପର୍ଫମାନ୍ସ ସେଣ୍ଟର ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ୭୭ ହଜାର ବର୍ଗଫୁଟ ଅଞ୍ଚଳରେ ନିର୍ମିତ ହାଇପରର୍ଫମାନ୍ସ ସେଣ୍ଟରରେ ଏକସଙ୍ଗେ ୪୦୦ କ୍ରୀଡ଼ାପ୍ରେମୀ ଏହି ସେଣ୍ଟରରେ ଖେଳର ମଜା ନେଇପାରିବେ। ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଆସାମ ମୁଖ୍ୟମନ୍ତ୍ରୀ ତଥା ବ୍ୟାଡମିଣ୍ଟନ ଆସୋସିଏସନ୍ ଅଫ୍ ଇଣ୍ଡିଆର […] The post ଓଡ଼ିଶା କ୍ରୀଡ଼ାରେ ଯୋଡ଼ି ହେଲା ନୂଆ ଫର୍ଦ୍ଦ: ବ୍ୟାଡମିଣ୍ଟନ୍ ହାଇପର୍ଫମାନ୍ସ ସେଣ୍ଟର ଉଦଘାଟିତ appeared first on Dharitri Odia News.
ଭୁବନେଶ୍ୱର,୧୨ା୧୨: ଓଡ଼ିଶା ସରକାର କ୍ରୀଡାକୁ ଆଗ୍ରାଧିକାର ଦେଇ ରାଜ୍ୟରେ କ୍ରୀଡା ଭିତ୍ତିଭୂମିକୁ ସୁଦୃଢ କରିବାକୁ ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏହି କ୍ରମରେ ଗୁରୁବାର କଳିଙ୍ଗ ଷ୍ଟାଡିୟମ ପରିସରରେ ନିର୍ମିତ ବ୍ୟାଡମିଣ୍ଟନ୍ ହାଇପର୍ଫମାନ୍ସ ସେଣ୍ଟର ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ୭୭ ହଜାର ବର୍ଗଫୁଟ ଅଞ୍ଚଳରେ ନିର୍ମିତ ହାଇପରର୍ଫମାନ୍ସ ସେଣ୍ଟରରେ ଏକସଙ୍ଗେ ୪୦୦ କ୍ରୀଡ଼ାପ୍ରେମୀ ଏହି ସେଣ୍ଟରରେ ଖେଳର ମଜା ନେଇପାରିବେ।
ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଆସାମ ମୁଖ୍ୟମନ୍ତ୍ରୀ ତଥା ବ୍ୟାଡମିଣ୍ଟନ ଆସୋସିଏସନ୍ ଅଫ୍ ଇଣ୍ଡିଆର ସଭାପତି ହିମନ୍ତ ବିଶ୍ଵଶର୍ମା ଯୋଗ ଦେଇଥିଲେ। ଏହି ଅବସରରେ ଶ୍ରୀ ହିମନ୍ତ କହିଥିଲେ ”କଳିଙ୍ଗ ଷ୍ଟାଡିୟମରେ ବ୍ୟାଡମିଣ୍ଟନ୍ ହାଇପର୍ଫମାନ୍ସ ସେଣ୍ଟର ଉଦ୍ଘାଟନ ଖୁସିର କଥା। ଓଡ଼ିଶା ସରକାରଙ୍କ ସହାୟତା ଯୋଗୁଁ ବ୍ୟାଡମିଣ୍ଟନ ବେଶ୍ ଅଗ୍ରଗତି କରିବ। ବ୍ୟାଡମିଣ୍ଟନ୍ରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ନାଁ କରିଛନ୍ତି ଓଡ଼ିଶା ଖେଳାଳି। ତେଣୁ ବ୍ୟାଡମିଣ୍ଟନ ପ୍ରତି ଯୁବପିଢ଼ିଙ୍କୁ ଆକର୍ଷିତ କରିବା ପାଇଁ ହିମନ୍ତ ଆହ୍ବାନ ଦେଇଛନ୍ତି ଏବଂ ଭାରତ ସ୍ପୋର୍ଟସ୍ ପାୱାର୍ ହାଉସ୍ ହେଉ ବୋଲି ସେ କାମନା କରିଛନ୍ତି।”
କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମ୍ବୋଧନ କରି କହିଛନ୍ତି, ”ଆଜି ଆମ ପାଇଁ ଏକ ଐତିହାସିକ ଦିନ। ଆଗାମୀ ଦିନରେ ଯୁବପିଢ଼ିଙ୍କ ସୁନ୍ଦର ଭବିଷ୍ୟତ ତିଆରି କରିବାରେ ଏହି ସେଣ୍ଟର ସହାୟକ ହେବ। ଓଡ଼ିଶାରେ ଅନ୍ତର୍ଜାତୀୟ ସ୍ତରର ବ୍ୟାଡମିଣ୍ଟନ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି, ଫଳରେ ଦେଶ, ବିଦେଶର କ୍ରୀଡ଼ାବିତ୍ଙ୍କ ପ୍ରତିଭାକୁ ସାମ୍ନାକୁ ଅଣାଯାଇପାରୁଛି। ଅତୀତରେ ସାଇନା ନେହୱାଲ୍ଙ୍କ ପରି ଅନେକ ଖେଳାଳି ଦେଶ ପାଇଁ ପଦକ ଆଣି ଗର୍ବିତ କରିଛନ୍ତି। ଆଗକୁ ଆହୁରି ପଦକ ଆଣି ଦେଶ ପାଇଁ ଗୌରବ ଆଣିବାକୁ ଏବଂ ବ୍ୟାଡ୍ମିଣ୍ଟନ୍ରେ ବିଶ୍ଵ ମଞ୍ଚରେ ଓଡ଼ିଶାର ପରିଚୟ ସୃଷ୍ଟି କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି।
ଏଥିସହିତ କ୍ରୀଡ଼ାର ବିକାଶ ଦିଗରେ ସରକାରଙ୍କ ଅନ୍ୟ ବଡ଼ ପଦକ୍ଷେପ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଅବଗତ କରିଥିଲେ। ନିକଟରେ ସରକାର ଘୋଷଣା ଅନୁଯାୟୀ ଜଟଣୀ ଗୋଠପାଟଣାରେ ଏକ ବୃହତ୍ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ହେବ। ପ୍ରାୟ ୧୨୦ଏକର ପରିମିତ ଜାଗାରେ ଏହି ସ୍ପୋର୍ଟ୍ସ କମ୍ପ୍ଲେକ୍ସ ହେବାକୁ ଥିବା ବେଳେ ଏଥିପାଇଁ ବଜେଟ୍ରେ ୧ ହଜାର କୋଟି ବ୍ୟବସ୍ଥା ସରକାର କରିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ”
The post ଓଡ଼ିଶା କ୍ରୀଡ଼ାରେ ଯୋଡ଼ି ହେଲା ନୂଆ ଫର୍ଦ୍ଦ: ବ୍ୟାଡମିଣ୍ଟନ୍ ହାଇପର୍ଫମାନ୍ସ ସେଣ୍ଟର ଉଦଘାଟିତ appeared first on Dharitri Odia News.