ଓଡ଼ିଶା ଖେଳାଳିଙ୍କୁ ୫୩ ପୁରସ୍କାର
ଭୁବନେଶ୍ୱର, ୩୧।୩ (ସରୋଜ ଜେନା): ବିହାରର ପାଟଣାଠାରେ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ଦୁଇଦିନିଆ ଖେଲୋ ଇଣ୍ଡିଆ ଜୁନିୟର ମହିଳା ସୁଇମିଂ ସିରିଜ ଜୋନ୍-୪ (ବିହାର, ଛତିଶଗଡ଼, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ଓଡ଼ିଶା) ଶନିବାର ଉଦ୍ଯାପିତ ହୋଇଛି। ସମୁଦାୟ ୧୦୦ଟି ବର୍ଗରେ ପ୍ରତିଯୋଗିତା ହୋଇଥିବା ବେଳେ ଓଡ଼ିଆ ଖେଳାଳି ମାନେ ୫୩ ବର୍ଗରେ ପୁରସ୍କାର ହାସଲ କରିଛନ୍ତି। ପ୍ରଥମ ଦିବସରେ ୫୦ଟି ପୁରସ୍କାର ମଧ୍ୟରୁ ଓଡ଼ିଶା ୨୬ଟି ପୁରସ୍କାର ଲାଭ କରିଥିବା ବେଳେ ଦ୍ୱିତୀୟ ଦିନରେ ଆଉ ୨୭ ପୁରସ୍କାର […] The post ଓଡ଼ିଶା ଖେଳାଳିଙ୍କୁ ୫୩ ପୁରସ୍କାର appeared first on Dharitri Odia News.
ଭୁବନେଶ୍ୱର, ୩୧।୩ (ସରୋଜ ଜେନା): ବିହାରର ପାଟଣାଠାରେ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ଦୁଇଦିନିଆ ଖେଲୋ ଇଣ୍ଡିଆ ଜୁନିୟର ମହିଳା ସୁଇମିଂ ସିରିଜ ଜୋନ୍-୪ (ବିହାର, ଛତିଶଗଡ଼, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ଓଡ଼ିଶା) ଶନିବାର ଉଦ୍ଯାପିତ ହୋଇଛି। ସମୁଦାୟ ୧୦୦ଟି ବର୍ଗରେ ପ୍ରତିଯୋଗିତା ହୋଇଥିବା ବେଳେ ଓଡ଼ିଆ ଖେଳାଳି ମାନେ ୫୩ ବର୍ଗରେ ପୁରସ୍କାର ହାସଲ କରିଛନ୍ତି। ପ୍ରଥମ ଦିବସରେ ୫୦ଟି ପୁରସ୍କାର ମଧ୍ୟରୁ ଓଡ଼ିଶା ୨୬ଟି ପୁରସ୍କାର ଲାଭ କରିଥିବା ବେଳେ ଦ୍ୱିତୀୟ ଦିନରେ ଆଉ ୨୭ ପୁରସ୍କାର ହାତେଇଛି।
ଶନିବାର ଆକାଙ୍କ୍ଷା ନାୟକ, ଭଦ୍ରା ଶତପଥୀ, ଆୟୁଶ୍ରୀ ଦତ୍ତ, ରାନୀ ନାୟକ, ପ୍ରିୟଦର୍ଶନୀ ରାଉତ, ଅର୍ପିତା ସେଠ, ଅନୁଭା ଜେନା, ମାନ୍ୟତା ମିଶ୍ର, ଦିବ୍ୟାଙ୍କା ଦିବ୍ୟଜ୍ୟୋତି ପ୍ରଧାନ, ମାହିକା ମହାକୁଡ, ଆଞ୍ଚଲ ବାଗ, ଅନୁପ୍ରିୟା ପଣ୍ଡା, ଅଂଶିକା ଆରାଧନା ସାହୁ, ଚିନ୍ମୟୀ ବେହେରା, ରେଶମା ମାଝୀ, ପ୍ରତୀକ୍ଷା ନନ୍ଦୀ, ଅର୍ପିତା ସାମଲ ଓ ସ୍ରିଷ୍ଟି କଳଶ ସାଇନି ପୁରସ୍କାର ହାସଳ କରିବାରେ ସମର୍ଥ ହୋଇଥିଲେ। ଭାରତୀୟ ସନ୍ତରଣ ଫେଡେରେଶନ ପକ୍ଷରୁ ଏହି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଓଡ଼ିଶା ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ଖେଳାଳିଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିଲା। ଓଡ଼ିଶା ସରକାରଙ୍କ ସହଯୋଗ ପାଇଁ ସନ୍ତରଣ ଆସୋସିଏଶନ ସଭାପତି ପ୍ରଦୀପ ପାଢୀ, କାର୍ଯ୍ୟକାରୀ ସଭାପତି ସୋମା ମିଶ୍ର, ସାଧାରଣ ସମ୍ପାଦକ ଗୋଲାପମଣି ମହନ୍ତ, କୋଷାଧ୍ୟକ୍ଷ ବିଜୟ କୁମାର ଦୀକ୍ଷିତ ପ୍ରମୁଖ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।
The post ଓଡ଼ିଶା ଖେଳାଳିଙ୍କୁ ୫୩ ପୁରସ୍କାର appeared first on Dharitri Odia News.