ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ ଦ୍ୱାରା ନିର୍ମିତ ଅଭିଲେଖାଗାର ଲୋକାର୍ପିତ

କଟକ: କଟକ ବକ୍ସିବଜାର ଠାରେ ଥିବା ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମର କାର୍ଯ୍ୟାଳୟରେ ନୂତନ ଭାବେ ନିର୍ମାଣ ହୋଇଥିବା ଅଭିଲେଖାଗାର ଲୋକାର୍ପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଉଦ୍ଘାଟନ କରିବା ସହ ଶୁଭେଚ୍ଛା ଜଣାଇଥିଲେ। ଏହି କାର୍ଯ୍ୟକ୍ରମ ମୁଖ୍ୟ ଅତିଥି ଭାବେ ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ, ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଏମ ବାଲକୃଷ୍ଣ ଥିବା ବେଳେ ସମ୍ମାନିତ ଅତିଥି ଭାବେ କଟକ ମେୟର ସୁବାସ ସିଂ, ରାଜ୍ୟସଭା ସାଂସଦ ମୁନ୍ନା ଖାନ୍ ଓ ଓଡ଼ିଆ ସିନେମା ର ଅନେକ ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ। ଓଡ଼ିଆ ସିନେମାର ପୁରୁଣା ଚଳଚ୍ଚିତ୍ରର ଝଲକ୍ ଓ କିମ୍ବଦନ୍ତୀ ଅଭିନେତା ଅଭିନେତ୍ରୀମାନଙ୍କୁ ସ୍ଥାନିତ କରାଯାଇଛି । ଚେଷ୍ଟା କରାଯାଉଛି ପୁରୁଣା ସିନେମାଗୁଡିକୁ ସଂରକ୍ଷଣ କରାଯିବ। ଏବେ ସୁଦ୍ଧା ଅନେକ ପୁରୁଣା ସିନେମା ସଂରକ୍ଷଣ କରି ରଖାଯାଇଛି। ଓଡ଼ିଆ ଭାଷାର ପ୍ରଥମ ସିନେମା ସୀତା ବିବାହ ସିନେମା ମିଳୁନାହିଁ। କିଛି ସିନେମା ମିଳିଛି ଆହୁରି ୧୦୦ଟି ଓଡ଼ିଆ ସିନେମା ଖୋଜାଯାଉଛି। ନୂଆପିଢିମାନଙ୍କ ପାଇଁ ଜାଣିବା ପାଇଁ ଏହି ଅଭିଲେଖାଗାର ମୁଖ୍ୟତଃ କରାଯାଇଛି। ଯାହାଦ୍ୱାରା ଆମ ପୂର୍ଵପୁରୁଷ ମାନେ ଏହି ଭଳି ସିନେମା କରିଥିଲେ ବୋଲି ସମସ୍ତେ ଜାଣିପାରିବେ। ଏହି ଅଭିଲେଖାଗାର ଆଗାମୀ ଦିନରେ ଏବେ ଓ ପୂର୍ବ ଚଳଚ୍ଚିତ୍ର ଜଗତକୁ ଉଜ୍ଜୀବିତ ରଖିପାରିବ ବୋଲି ଅ

ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ ଦ୍ୱାରା ନିର୍ମିତ ଅଭିଲେଖାଗାର ଲୋକାର୍ପିତ

କଟକ: କଟକ ବକ୍ସିବଜାର ଠାରେ ଥିବା ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମର କାର୍ଯ୍ୟାଳୟରେ ନୂତନ ଭାବେ ନିର୍ମାଣ ହୋଇଥିବା ଅଭିଲେଖାଗାର ଲୋକାର୍ପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଉଦ୍ଘାଟନ କରିବା ସହ ଶୁଭେଚ୍ଛା ଜଣାଇଥିଲେ।

ଏହି କାର୍ଯ୍ୟକ୍ରମ ମୁଖ୍ୟ ଅତିଥି ଭାବେ ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ, ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଏମ ବାଲକୃଷ୍ଣ ଥିବା ବେଳେ ସମ୍ମାନିତ ଅତିଥି ଭାବେ କଟକ ମେୟର ସୁବାସ ସିଂ, ରାଜ୍ୟସଭା ସାଂସଦ ମୁନ୍ନା ଖାନ୍ ଓ ଓଡ଼ିଆ ସିନେମା ର ଅନେକ ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ।

ଓଡ଼ିଆ ସିନେମାର ପୁରୁଣା ଚଳଚ୍ଚିତ୍ରର ଝଲକ୍ ଓ କିମ୍ବଦନ୍ତୀ ଅଭିନେତା ଅଭିନେତ୍ରୀମାନଙ୍କୁ ସ୍ଥାନିତ କରାଯାଇଛି । ଚେଷ୍ଟା କରାଯାଉଛି ପୁରୁଣା ସିନେମାଗୁଡିକୁ ସଂରକ୍ଷଣ କରାଯିବ। ଏବେ ସୁଦ୍ଧା ଅନେକ ପୁରୁଣା ସିନେମା ସଂରକ୍ଷଣ କରି ରଖାଯାଇଛି। ଓଡ଼ିଆ ଭାଷାର ପ୍ରଥମ ସିନେମା ସୀତା ବିବାହ ସିନେମା ମିଳୁନାହିଁ। କିଛି ସିନେମା ମିଳିଛି ଆହୁରି ୧୦୦ଟି ଓଡ଼ିଆ ସିନେମା ଖୋଜାଯାଉଛି।

ନୂଆପିଢିମାନଙ୍କ ପାଇଁ ଜାଣିବା ପାଇଁ ଏହି ଅଭିଲେଖାଗାର ମୁଖ୍ୟତଃ କରାଯାଇଛି। ଯାହାଦ୍ୱାରା ଆମ ପୂର୍ଵପୁରୁଷ ମାନେ ଏହି ଭଳି ସିନେମା କରିଥିଲେ ବୋଲି ସମସ୍ତେ ଜାଣିପାରିବେ। ଏହି ଅଭିଲେଖାଗାର ଆଗାମୀ ଦିନରେ ଏବେ ଓ ପୂର୍ବ ଚଳଚ୍ଚିତ୍ର ଜଗତକୁ ଉଜ୍ଜୀବିତ ରଖିପାରିବ ବୋଲି ଅତିଥି ମାନେ କହିଥିଲେ।

The post ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ ଦ୍ୱାରା ନିର୍ମିତ ଅଭିଲେଖାଗାର ଲୋକାର୍ପିତ appeared first on Prameya News7.