ଓଡ଼ିଶା ଛାତିରେ ତାଣ୍ଡବ ରଚିଥିଲା ପ୍ରକୃତି ; ସେ କାଳରାତି ଆଜି ବି ଅଭୁଲା
ଭୁବନେଶ୍ୱର ୨୮/୧୦ : ୧୯୯୯ ମସିହା ଅକ୍ଟୋବର ୨୯ । ଘଣ୍ଟା ପ୍ରତି ୨୬୦ କିମି ବେଗରେ ବହୁଥିଲା ପବନ । ସମୁଦ୍ରରେ ଉଠିଥିଲା ୬ରୁ ୮ ମିଟର ଉଚ୍ଚ ପର୍ଯ୍ୟନ୍ତ ଜୁଆର । ୩୦ ଘଣ୍ଟାର ତାଣ୍ଡବରେ ପୂରା ଛାରଖାର ହୋଇଯାଇଥିଲା ଅର୍ଦ୍ଧାଧିକ ଓଡ଼ିଶା । ଶତାବ୍ଦୀର ସବୁଠୁ ପ୍ରଳୟଙ୍କରୀ ମହାବାତ୍ୟାରେ ଉଜୁଡ଼ି ଯାଇଥିଲା ହଜାର ହଜାର ପରିବାର । ପ୍ରାଣ ହରାଇଥିଲେ ୧୦ ହଜାରରୁ ଅଧିକ ଲୋକ। ନିଶ୍ଚିହ୍ନ ହୋଇଯାଇଥିଲା ଉପକୂଳ ଜଗତସିଂହପୁର ଜିଲ୍ଲା। କାରଣ ଏଇଠି ହୋଇଥିଲା ଲ୍ୟାଣ୍ଡଫଲ୍ । ଅର୍ଥାତ୍ ଅକ୍ଟୋବର ୨୯ ସକାଳ ପ୍ରାୟ ୧୦ଟା ୩୦ରେ ପାରାଦୀପରେ ମାଡ଼ ହୋଇଥିଲା ମହାବାତ୍ୟା। ସବୁଠୁ ଅଧିକ ପ୍ରଭାବିତ ହୋଇଥିଲା ପାରାଦୀପ ସମେତ, କୁଜଙ୍ଗ, ଏରସମା । ପାର୍ଶ୍ବବର୍ତ୍ତୀ ଜିଲ୍ଲା କେନ୍ଦ୍ରାପଡା, ଭଦ୍ରକ, ପୁରୀ ଓ ଖୋର୍ଦ୍ଧା ମଧ୍ୟ ପ୍ରଭାବିତ ହୋଇଥିଲା। ନାଁ ତାର ମହାବାତ୍ୟା। ଆଜକୁ ପୂରିଛି ୨୫ ବର୍ଷ । ହେଲେ ଆଜି ବି ମହାବାତ୍ୟାର ସେ କରାଳ ଚିତ୍ରକୁ ମନେପକାଇଲେ ଲୋମ ଟାଙ୍କୁରି ଉଠେ । ମହାବାତ୍ୟାରେ ଛାରଖାର ହୋଇଯାଇଥିଲା ଉପକୂଳ । ଦୋହଲି ଯାଇଥିଲା ଓଡ଼ିଶାର ସାମାଜିକ ଓ ଆର୍ଥିକ ମେରୁଦଣ୍ଡ । ଯନ୍ତ୍ରଣାର ସେହି ଅଭିଶପ୍ତ ଦିନକୁ ଆଜି ବି ଭୁଲି ପାରିନାହାନ୍ତି କେହି । ଆଜି ବି ଉପକୂଳ ଓଡ଼ିଶାରେ ବାତ୍ୟା ଆସିଲେ, ମନେପଡ଼ିଯାଏ ୧୯୯୯ ମସିହାର ସେହି ମହାବାତ୍ୟାର କଥା । କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିଲା ଘୂର୍ଣ୍ଣିବଳୟ । ଏହା କ୍ରମଶଃ
ଭୁବନେଶ୍ୱର ୨୮/୧୦ : ୧୯୯୯ ମସିହା ଅକ୍ଟୋବର ୨୯ । ଘଣ୍ଟା ପ୍ରତି ୨୬୦ କିମି ବେଗରେ ବହୁଥିଲା ପବନ । ସମୁଦ୍ରରେ ଉଠିଥିଲା ୬ରୁ ୮ ମିଟର ଉଚ୍ଚ ପର୍ଯ୍ୟନ୍ତ ଜୁଆର । ୩୦ ଘଣ୍ଟାର ତାଣ୍ଡବରେ ପୂରା ଛାରଖାର ହୋଇଯାଇଥିଲା ଅର୍ଦ୍ଧାଧିକ ଓଡ଼ିଶା । ଶତାବ୍ଦୀର ସବୁଠୁ ପ୍ରଳୟଙ୍କରୀ ମହାବାତ୍ୟାରେ ଉଜୁଡ଼ି ଯାଇଥିଲା ହଜାର ହଜାର ପରିବାର । ପ୍ରାଣ ହରାଇଥିଲେ ୧୦ ହଜାରରୁ ଅଧିକ ଲୋକ। ନିଶ୍ଚିହ୍ନ ହୋଇଯାଇଥିଲା ଉପକୂଳ ଜଗତସିଂହପୁର ଜିଲ୍ଲା। କାରଣ ଏଇଠି ହୋଇଥିଲା ଲ୍ୟାଣ୍ଡଫଲ୍ । ଅର୍ଥାତ୍ ଅକ୍ଟୋବର ୨୯ ସକାଳ ପ୍ରାୟ ୧୦ଟା ୩୦ରେ ପାରାଦୀପରେ ମାଡ଼ ହୋଇଥିଲା ମହାବାତ୍ୟା।
ସବୁଠୁ ଅଧିକ ପ୍ରଭାବିତ ହୋଇଥିଲା ପାରାଦୀପ ସମେତ, କୁଜଙ୍ଗ, ଏରସମା । ପାର୍ଶ୍ବବର୍ତ୍ତୀ ଜିଲ୍ଲା କେନ୍ଦ୍ରାପଡା, ଭଦ୍ରକ, ପୁରୀ ଓ ଖୋର୍ଦ୍ଧା ମଧ୍ୟ ପ୍ରଭାବିତ ହୋଇଥିଲା। ନାଁ ତାର ମହାବାତ୍ୟା। ଆଜକୁ ପୂରିଛି ୨୫ ବର୍ଷ । ହେଲେ ଆଜି ବି ମହାବାତ୍ୟାର ସେ କରାଳ ଚିତ୍ରକୁ ମନେପକାଇଲେ ଲୋମ ଟାଙ୍କୁରି ଉଠେ । ମହାବାତ୍ୟାରେ ଛାରଖାର ହୋଇଯାଇଥିଲା ଉପକୂଳ । ଦୋହଲି ଯାଇଥିଲା ଓଡ଼ିଶାର ସାମାଜିକ ଓ ଆର୍ଥିକ ମେରୁଦଣ୍ଡ । ଯନ୍ତ୍ରଣାର ସେହି ଅଭିଶପ୍ତ ଦିନକୁ ଆଜି ବି ଭୁଲି ପାରିନାହାନ୍ତି କେହି । ଆଜି ବି ଉପକୂଳ ଓଡ଼ିଶାରେ ବାତ୍ୟା ଆସିଲେ, ମନେପଡ଼ିଯାଏ ୧୯୯୯ ମସିହାର ସେହି ମହାବାତ୍ୟାର କଥା ।
କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିଲା ଘୂର୍ଣ୍ଣିବଳୟ । ଏହା କ୍ରମଶଃ ଶକ୍ତିଶାଳୀ ହୋଇ ମହାବାତ୍ୟାରେ ହୋଇଥିଲା ପରିଣତ । ଅକ୍ଟୋବର ୨୯ ସକାଳ ପ୍ରାୟ ୧୦ଟା ୩୦ରେ ଜଗତସିଂହପୁରର ପାରଦୀପରେ ମହାବାତ୍ୟା ମାଡ଼ ହୋଇଥିଲା । ସେତେବେଳେ ପବନର ବେଗ ଏତେ ଥିଲା ଯେ ଆନିମୋମିଟର ବି ଫେଲ୍ ମାରିଥିଲା । ଉପକୂଳ ଓଡ଼ିଶାରେ ୩ ଦିନ ଧରି ବର୍ଷା ଲାଗି ରହିଥିଲା । ପ୍ରଭାବିତ ହୋଇଥିଲା ଉପକୂଳ ଓଡ଼ିଶାର ୧୪ଟି ଜିଲ୍ଲା । ସରକାରୀ ଭାବେ ୯ ହଜାର ୯୯୫ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଥିବା ବେଳେ ବେସରକାରୀ ଭାବେ ମୃତ୍ୟୁ ସଂଖ୍ୟା ୫୦ ହଜାରରୁ ଅଧିକ ।
କେବଳ ଜଗତସିଂହପୁର ଜିଲ୍ଲାରେ ନିଖୋଜ ହୋଇଥିଲେ ୮ ହଜାରରୁ ଅଧିକ ଲୋକ । ୭ ହଜାରରୁ ଅଧିକ ଲୋକ ଆହତ ହୋଇଥିଲେ । ୩ ଲକ୍ଷ ୧୫ ହଜାରରୁ ଅଧିକ ଗୃହପାଳିତ ପଶୁ ପ୍ରାଣ ହରାଇଥିଲେ ।
ତେବେ ଆସନ୍ତୁ ନଜର ପକେଇବା ବିଗତ ଦୁଇ ଦଶନ୍ଧି ମଧ୍ୟରେ ଓଡ଼ିଶା ସମ୍ମୁଖୀନ ହୋଇଥିବା ପ୍ରମୁଖ ବାତ୍ୟା ...
ଫାଇଲିନ୍: ମହାବାତ୍ୟା ପରେ ଦ୍ୱିତୀୟ ଶକ୍ତିଶାଳୀ ବାତ୍ୟା ଫାଇଲିନ୍। ୨୦୧୩ରେ ଅକ୍ଟୋବର ୧୨ ଗଞ୍ଜାମ ଜିଲ୍ଲାର ଗୋପାଳପୁର ନିକଟରେ କରାଳ ରୂପ ଦେଖାଇଥିଲା । ପବନର ବେଗ ଥିଲା ୨୨୦କିମି । ସରକାରୀ ରିପୋର୍ଟ ଅନୁସାରେ ଏଥିରେ ପ୍ରାଣ ହରାଇଥିଲେ ୨୩ ଜଣ ।
ଫନୀ: ତୃତୀୟ ଶକ୍ତିଶାଳୀ ସାଇକ୍ଲୋନ୍ ଫନୀ । 2019ରେ ପୁରୀର କୃଷ୍ଣପ୍ରସାଦ ଅଞ୍ଚଳରେ କରିଥିଲା ଲ୍ୟାଣ୍ଡଫଲ୍। ସର୍ବାଧିକ ପବନର ବେଗ ୨୦୫ କିଲୋମିଟର ପର୍ଯ୍ୟନ୍ତ ରହିଥିଲା ।
ହୁଡ୍ହୁଡ୍: ୨୦୧୪ରେ ଆସିଲା ଆଉ ଏକ ବାତ୍ୟା । ଏହା ଆନ୍ଧ୍ରପ୍ରଦେଶର ବିଶାଖାପାଟନମ୍ରେ ହିଟ୍ ହୋଇଥିଲେ ମଧ୍ୟ ପ୍ରଭାବିତ ହୋଇଥିଲା ଓଡ଼ିଶା । ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବା ସହ ପବନର ବେଗ ପ୍ରାୟ ୯୦କିମି ଥିଲା ।
ତିତିଲି: ୨୦୧୮ରେ ଗଜପତି ଜିଲ୍ଲାରେ ମାଡ଼ ହୋଇଥିଲା ବାତ୍ୟା ତିତିଲି । ବାତ୍ୟା ପରବର୍ତ୍ତୀ ବର୍ଷା ଯୋଗୁ ୮୯ ଜଣଙ୍କର ମୃତ୍ୟୁ ହୋଇଥିଲା ।
ପରେ ନଭେମ୍ବର ୨୦୧୯ରେ ବୁଲ୍ବୁଲ୍, ୨୦୨୦ରେ ଅମ୍ଫାନ୍, ୨୦୨୧ରେ ୟାସ୍, ଗୁଲାବ୍ , ଜୱାଦ୍ ନିକଟରେ ହୋଇଥିବା ‘ଦାନା’ ଓଡ଼ିଶାକୁ ବିଶେଷ ପ୍ରଭାବିତ କରିଥିଲା। ବାତ୍ୟା ଦାନା ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା ବିଶେଷ ଭାବେ ପ୍ରଭାବିତ ହୋଇଥିଲା।
Also Read- ଓଡ଼ିଶା ଉପକୂଳକୁ ମାଡ଼ି ଆସୁଛି ‘ଦାନା’! ବାତ୍ୟାର ନାଁ 'ଦାନା' କାହିଁକି? କ'ଣ ଏହି ନାଁର ଅର୍ଥ ?