ଓଡ଼ିଶା ପାଇଁ ଖୁସି ଖବର: ଗଡ଼ିବ ଆଉ ୩ଟି ’ବନ୍ଦେ ଭାରତ’, ବ୍ରହ୍ମପୁର ଗସ୍ତରେ…
ଭୁବନେଶ୍ୱର,୧୫।୯: ଓଡ଼ିଶାକୁ ଆଜି ମିଳିବ ଦୁଇଟି ‘ବନ୍ଦେ ଭାରତ’। ଏଥିପାଇଁ ବ୍ରହ୍ମପୁର ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ବନ୍ଦେ ଭାରତ ଏକ୍ସପ୍ରେସ୍ର ଶୁଭାରମ୍ଭ କରିବେ ମୋହନ ମାଝି। ଭର୍ଚ୍ଚୁଆଲ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବେ। ବ୍ରହ୍ମପୁର-ଟାଟାନଗର, ହାୱାଡ଼ା-ରାଉରକେଲାକୁ ଗଡ଼ିବ ବନ୍ଦେ ଭାରତ। ଅନ୍ୟପକ୍ଷେ ସୋମବାର ଦୁର୍ଗ-ବିଶାଖାପାଟଣା ବନ୍ଦେ ଭାରତ ଏକ୍ସପ୍ରେସ ଗଡ଼ିବ । ବ୍ରହ୍ମପୁର-ଟାଟା ବନ୍ଦେ ଭାରତ ବ୍ରହ୍ମପୁରରୁ ବାହାରି ବାଲୁଗାଁ, ଖୋର୍ଦ୍ଧାରୋଡ଼, ଭୁବନେଶ୍ବର, କଟକ, ଜଖପୁରା, ହରିଚନ୍ଦନପୁର, କେନ୍ଦୁଝରଗଡ଼, ନୟାଗଡ଼, ବାଂଶପାଣି, ଡାଙ୍ଗୋଆପୋଷି, […] The post ଓଡ଼ିଶା ପାଇଁ ଖୁସି ଖବର: ଗଡ଼ିବ ଆଉ ୩ଟି ’ବନ୍ଦେ ଭାରତ’, ବ୍ରହ୍ମପୁର ଗସ୍ତରେ… appeared first on Dharitri Odia News.
ଭୁବନେଶ୍ୱର,୧୫।୯: ଓଡ଼ିଶାକୁ ଆଜି ମିଳିବ ଦୁଇଟି ‘ବନ୍ଦେ ଭାରତ’। ଏଥିପାଇଁ ବ୍ରହ୍ମପୁର ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ବନ୍ଦେ ଭାରତ ଏକ୍ସପ୍ରେସ୍ର ଶୁଭାରମ୍ଭ କରିବେ ମୋହନ ମାଝି। ଭର୍ଚ୍ଚୁଆଲ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବେ। ବ୍ରହ୍ମପୁର-ଟାଟାନଗର, ହାୱାଡ଼ା-ରାଉରକେଲାକୁ ଗଡ଼ିବ ବନ୍ଦେ ଭାରତ।
ଅନ୍ୟପକ୍ଷେ ସୋମବାର ଦୁର୍ଗ-ବିଶାଖାପାଟଣା ବନ୍ଦେ ଭାରତ ଏକ୍ସପ୍ରେସ ଗଡ଼ିବ ।
ବ୍ରହ୍ମପୁର-ଟାଟା ବନ୍ଦେ ଭାରତ ବ୍ରହ୍ମପୁରରୁ ବାହାରି ବାଲୁଗାଁ, ଖୋର୍ଦ୍ଧାରୋଡ଼, ଭୁବନେଶ୍ବର, କଟକ, ଜଖପୁରା, ହରିଚନ୍ଦନପୁର, କେନ୍ଦୁଝରଗଡ଼, ନୟାଗଡ଼, ବାଂଶପାଣି, ଡାଙ୍ଗୋଆପୋଷି, ଚାଇବାସା ହୋଇ ଟାଟାନଗରରେ ପହଞ୍ଚିବ। ଏହାର ଶୁଭାରମ୍ଭ ବେଳେ ବ୍ରହ୍ମପୁର ରେଳ ଷ୍ଟେଶନରେ ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
ରାଉରକେଲା-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ ରାଉରକେଲାରୁ ହାୱଡ଼ା ଭିତରେ କେବଳ ୩ଟି ଷ୍ଟେସନ ଚକ୍ରଧରପୁର, ଟାଟାନଗର ଓ ଖଡ଼ଗପୁରରେ ଅଟକିବ ବୋଲି ସୂଚନା ମିଳିଛି। ସୋମବାର ଶୁଭାରମ୍ଭ ହେବାକୁ ଥିବା ଦୁର୍ଗ- ବିଶାଖାପାଟଣା ବନ୍ଦେ ଭାରତ ଏକ୍ସପ୍ରେସ୍ ଓଡ଼ିଶାର ଖରିଆର ରୋଡ, କଣ୍ଟାବାଞ୍ଜି, ଟିଟିଲାଗଡ଼, କେସିଙ୍ଗା, ରାୟଗଡ଼ାରେ ରହଣି କରି ବିଶାଖାପାଟଣାରେ ପହଞ୍ଚିବ। ପୂର୍ବରୁ ଓଡ଼ିଶା ଦେଇ ୩ଟି ବନ୍ଦେ ଭାରତ ଏକ୍ସପ୍ରେସ ଚାଲୁଥିବା ବେଳେ, ୩ଟି ନୂଆ ସେମି-ହାଇସ୍ପିଡ୍ ଟ୍ରେନର ଶୁଭାରମ୍ଭ ପରେ ଏହା ୬କୁ ବୃଦ୍ଧି ପାଇବ।
The post ଓଡ଼ିଶା ପାଇଁ ଖୁସି ଖବର: ଗଡ଼ିବ ଆଉ ୩ଟି ’ବନ୍ଦେ ଭାରତ’, ବ୍ରହ୍ମପୁର ଗସ୍ତରେ… appeared first on Dharitri Odia News.