ଓଡ଼ିଶା ପାଇଁ ଖୁସି ଖବର ! ଭୁବନେଶ୍ୱରରେ ଖୋଲିବ ଜାତୀୟ ନାଟ୍ୟ ବିଦ୍ୟାଳୟର ଶାଖା

ଭୁବନେଶ୍ୱର: ଭୁବନେଶ୍ୱରରେ ଖୋଲିବ ଜାତୀୟ ନାଟ୍ୟ ବିଦ୍ୟାଳୟ (NSD) ଶାଖା। ଭୁବନେଶ୍ୱରରେ ସ୍ଥାପନ ହେବ ନୂଆ କ୍ୟାମ୍ପସ୍‌। ଓଡ଼ିଶା ପାଇଁ ହେବ ଗର୍ବ ଓ ଗୌରବର ବିଷୟ। କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଅସ୍ଥାୟୀ ଭାବେ କାର୍ଯ୍ୟକାରୀ ହେବ। ଏହି ସୂଚନା ଦେଇଛନ୍ତି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ଆସନ୍ତା ଶିକ୍ଷା ବର୍ ରୁ ପାଠ୍ୟକ୍ରମ ଆରମ୍ଭ ହେବ। ନ୍ୟାସନାଲ ସ୍କୁଲ ଅଫ ଡ୍ରାମାର ଅନେକ ବିଭାଗ ଥିଲେ ବି ପ୍ରଥମରୁ ଅଭିନୟ, ଲିଖନ, ଡିଜାଇନ୍ ଓ ନିର୍ଦ୍ଦେଶନା ଉପରେ ପାଠପଢା ହେବ।ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟର ଆଞ୍ଚଳିକ ଶାଖା ଓଡ଼ିଶାରେ ପ୍ରତିଷ୍ଠା ହେବା ଆମ ପାଇଁ ଗର୍ବର ବିଷୟ। ନାଟକ ଏବଂ ଅଭିନୟ କ୍ଷେତ୍ରରେ ଭବିଷ୍ୟତ ନିର୍ମାଣ କରିବାକୁ ଚାହୁଁଥିବା ସମସ୍ତ ଛାତ୍ରଛାତ୍ରୀମାନଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ ବୋଲି ମନ୍ତ୍ରୀ କହିଛନ୍ତି। ତେବେ ଖୁବ୍ ଶୀଘ୍ର ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟ ପାଇଁ ସ୍ଥାୟୀ ଜମି ଚିହ୍ନଟ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ବିଶିଷ୍ଟ ଅଭିନେତା ପରେଶ୍ ରାୱଲ ଏବେ ଅଧ୍ୟକ୍ଷ ଓ ଓଡ଼ିଶାର ବିଶିଷ୍ଟ ଅଭିନେତା ଚିତ୍ତରଞ୍ଜନ ତ୍ରିପାଠୀ ଏହାର ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଛନ୍ତି। ଓଡ଼ିଶାର ବିଶିଷ୍ଟ ଅଭିନେତା ବିଜୟ ମହାନ୍ତି, ଅଜିତ ଦାସ, ସୂର୍ଯ୍ୟ ମହାନ୍ତି ଆଦି ଏହି ବିଦ୍ୟାଳୟର ପ୍ରମୁଖ ଛାତ୍ର ରହି ଆସିଛନ୍ତି।

ଓଡ଼ିଶା ପାଇଁ ଖୁସି ଖବର ! ଭୁବନେଶ୍ୱରରେ ଖୋଲିବ ଜାତୀୟ ନାଟ୍ୟ ବିଦ୍ୟାଳୟର ଶାଖା

ଭୁବନେଶ୍ୱର: ଭୁବନେଶ୍ୱରରେ ଖୋଲିବ ଜାତୀୟ ନାଟ୍ୟ ବିଦ୍ୟାଳୟ (NSD) ଶାଖା। ଭୁବନେଶ୍ୱରରେ ସ୍ଥାପନ ହେବ ନୂଆ କ୍ୟାମ୍ପସ୍‌। ଓଡ଼ିଶା ପାଇଁ ହେବ ଗର୍ବ ଓ ଗୌରବର ବିଷୟ। କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଅସ୍ଥାୟୀ ଭାବେ କାର୍ଯ୍ୟକାରୀ ହେବ। ଏହି ସୂଚନା ଦେଇଛନ୍ତି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ଆସନ୍ତା ଶିକ୍ଷା ବର୍ ରୁ ପାଠ୍ୟକ୍ରମ ଆରମ୍ଭ ହେବ। 

ନ୍ୟାସନାଲ ସ୍କୁଲ ଅଫ ଡ୍ରାମାର ଅନେକ ବିଭାଗ ଥିଲେ ବି ପ୍ରଥମରୁ ଅଭିନୟ, ଲିଖନ, ଡିଜାଇନ୍ ଓ ନିର୍ଦ୍ଦେଶନା ଉପରେ ପାଠପଢା ହେବ।ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟର ଆଞ୍ଚଳିକ ଶାଖା ଓଡ଼ିଶାରେ ପ୍ରତିଷ୍ଠା ହେବା ଆମ ପାଇଁ ଗର୍ବର ବିଷୟ। ନାଟକ ଏବଂ ଅଭିନୟ କ୍ଷେତ୍ରରେ ଭବିଷ୍ୟତ ନିର୍ମାଣ କରିବାକୁ ଚାହୁଁଥିବା ସମସ୍ତ ଛାତ୍ରଛାତ୍ରୀମାନଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ ବୋଲି ମନ୍ତ୍ରୀ କହିଛନ୍ତି। 

ତେବେ ଖୁବ୍ ଶୀଘ୍ର ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟ ପାଇଁ ସ୍ଥାୟୀ ଜମି ଚିହ୍ନଟ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ବିଶିଷ୍ଟ ଅଭିନେତା ପରେଶ୍ ରାୱଲ ଏବେ ଅଧ୍ୟକ୍ଷ ଓ ଓଡ଼ିଶାର ବିଶିଷ୍ଟ ଅଭିନେତା ଚିତ୍ତରଞ୍ଜନ ତ୍ରିପାଠୀ ଏହାର ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଛନ୍ତି। ଓଡ଼ିଶାର ବିଶିଷ୍ଟ ଅଭିନେତା ବିଜୟ ମହାନ୍ତି, ଅଜିତ ଦାସ, ସୂର୍ଯ୍ୟ ମହାନ୍ତି ଆଦି ଏହି ବିଦ୍ୟାଳୟର ପ୍ରମୁଖ ଛାତ୍ର ରହି ଆସିଛନ୍ତି।