ଓଡ଼ିଶା ପୁଣିଥରେ ଦେଖିବ ସରକାର ପରିବର୍ତ୍ତନ; କ୍ଷମତାକୁ ଆସିବ କଂଗ୍ରେସ: ସୋଫିଆ ଫିର୍ଦୋସ୍

ଭୁବନେଶ୍ୱର,୨୦।୯: ଓଡ଼ିଶାରେ ୨୪ ବର୍ଷରୁ ଅଧିକ ସମୟ ଧରି ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ସରକାର ରହିବା ପରେ ସରକାର ପରିବର୍ତ୍ତନ ହୋଇଛି।ରାଜ୍ୟର ନୂତନ ସରକାର ତାଙ୍କର ୧୦୦ ଦିନର ଉପଲବ୍ଧି ସମ୍ପର୍କରେ ଅନେକ କଥା ସାଧାରଣରେ ରଖିଛନ୍ତି। ଏହାରି ମଧ୍ୟରେ ଏକ ସାକ୍ଷାତକାରରେ ବାରବାଟୀ-କଟକ ବିଧାୟକ ସୋଫିଆ ଫିର୍ଦୋସ୍ କହିଛନ୍ତି ଯେ, ରାଜ୍ୟରେ କଂଗ୍ରେସ କ୍ଷମତାକୁ ଆସିବାକୁ ଚେଷ୍ଟା କରୁଛି। ସେ କହିଛନ୍ତି, ”ଭାଜପା ସରକାର ଓଡ଼ିଶାରେ ବେଶି ଦିନ ତିଷ୍ଠି ରହିବେ ନାହିଁ। ରାଜ୍ୟରେ […] The post ଓଡ଼ିଶା ପୁଣିଥରେ ଦେଖିବ ସରକାର ପରିବର୍ତ୍ତନ; କ୍ଷମତାକୁ ଆସିବ କଂଗ୍ରେସ: ସୋଫିଆ ଫିର୍ଦୋସ୍ appeared first on Dharitri Odia News.

ଓଡ଼ିଶା ପୁଣିଥରେ ଦେଖିବ ସରକାର ପରିବର୍ତ୍ତନ; କ୍ଷମତାକୁ ଆସିବ କଂଗ୍ରେସ: ସୋଫିଆ ଫିର୍ଦୋସ୍

ଭୁବନେଶ୍ୱର,୨୦।୯: ଓଡ଼ିଶାରେ ୨୪ ବର୍ଷରୁ ଅଧିକ ସମୟ ଧରି ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ସରକାର ରହିବା ପରେ ସରକାର ପରିବର୍ତ୍ତନ ହୋଇଛି।ରାଜ୍ୟର ନୂତନ ସରକାର ତାଙ୍କର ୧୦୦ ଦିନର ଉପଲବ୍ଧି ସମ୍ପର୍କରେ ଅନେକ କଥା ସାଧାରଣରେ ରଖିଛନ୍ତି।

ଏହାରି ମଧ୍ୟରେ ଏକ ସାକ୍ଷାତକାରରେ ବାରବାଟୀ-କଟକ ବିଧାୟକ ସୋଫିଆ ଫିର୍ଦୋସ୍ କହିଛନ୍ତି ଯେ, ରାଜ୍ୟରେ କଂଗ୍ରେସ କ୍ଷମତାକୁ ଆସିବାକୁ ଚେଷ୍ଟା କରୁଛି। ସେ କହିଛନ୍ତି, ”ଭାଜପା ସରକାର ଓଡ଼ିଶାରେ ବେଶି ଦିନ ତିଷ୍ଠି ରହିବେ ନାହିଁ। ରାଜ୍ୟରେ ଭାଜପା କ୍ଷମତାକୁ ଆସିବାର ତିନି ମାସ ବିତିଗଲାଣି। ସରକାର ପରିବର୍ତ୍ତନ ହେଲେ ଅଧିକାରୀଙ୍କ ମନରେ ଥିବା ଭୟ ଦୃଶ୍ୟମାନ ହେଉନାହିଁ।”

ସୋଫିଆଙ୍କ କହିବାନୁସାରେ, କଂଗ୍ରେସ ପାଇଁ ଏବେ ଏକ ଭଲ ସୁଯୋଗହ ରହିଛି। ୨୦୨୯  ମସିହାରେ ଓଡିଶାରେ କଂଗ୍ରେସ କ୍ଷମତାକୁ ଆସିବା ପାଇଁ ଆମେ ଯଥାସମ୍ଭବ ଚେଷ୍ଟା କରୁଛୁ। ଯଦିଓ କଂଗ୍ରେସ ବିଧାୟକ ଦଳର ଭବିଷ୍ୟତକୁ ନେଇ ଅତ୍ୟନ୍ତ ଆତ୍ମବିଶ୍ୱାସୀ ମନେ ହେଉଥିଲେ ମଧ୍ୟ ବାରବାଟୀ-କଟକ ନବ ନିର୍ବାଚିତ ବିଧାୟକ ବଡ ଆଶା ପ୍ରକଟ କରିଛନ୍ତି।

The post ଓଡ଼ିଶା ପୁଣିଥରେ ଦେଖିବ ସରକାର ପରିବର୍ତ୍ତନ; କ୍ଷମତାକୁ ଆସିବ କଂଗ୍ରେସ: ସୋଫିଆ ଫିର୍ଦୋସ୍ appeared first on Dharitri Odia News.