ଓଡ଼ିଶା ବିକାଶ ପାଇଁ ରିପୋର୍ଟ ପ୍ରସ୍ତୁତ କରିବାକୁ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ସଂଘକୁ ରାଜ୍ୟ ସରକାର ଅନୁରୋଧ
ଭୁବନେଶ୍ବର: ଓଡ଼ିଶାର ବିକାଶ ପାଇଁ କିଛି ପ୍ରମୁଖ ପ୍ରସ୍ତାବ ସମ୍ବଳିତ ଏକ ରିପୋର୍ଟ ପ୍ରସ୍ତୁତ କରିବାକୁ ଚାଟାର୍ଡ ଆକାଉଣ୍ଟାଣ୍ଟ ସଂଘକୁ... The post ଓଡ଼ିଶା ବିକାଶ ପାଇଁ ରିପୋର୍ଟ ପ୍ରସ୍ତୁତ କରିବାକୁ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ସଂଘକୁ ରାଜ୍ୟ ସରକାର ଅନୁରୋଧ appeared first on .
ଭୁବନେଶ୍ବର: ଓଡ଼ିଶାର ବିକାଶ ପାଇଁ କିଛି ପ୍ରମୁଖ ପ୍ରସ୍ତାବ ସମ୍ବଳିତ ଏକ ରିପୋର୍ଟ ପ୍ରସ୍ତୁତ କରିବାକୁ ଚାଟାର୍ଡ ଆକାଉଣ୍ଟାଣ୍ଟ ସଂଘକୁ ରାଜ୍ୟ ସରକାର ଅନୁରୋଧ କରିଛନ୍ତି । ଭାରତୀୟ ଚାଟାର୍ଡ ଆକାଉଣ୍ଟାଣ୍ଟ ଅନୁଷ୍ଠାନ କଟକ ଶାଖା ପକ୍ଷରୁ ଆୟୋଜିତ ଦୁଇ ଦିନିଆ ଜାତୀୟ ସମ୍ମିଳନୀରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏହି ସହଯୋଗ ଲୋଡିଛନ୍ତି । ଚାଟାର୍ଡ ଆକାଉଣ୍ଟାଣ୍ଟ ସଂଘ ମଧ୍ୟ ଏ ପ୍ରସ୍ତାବକୁ ଗ୍ରହଣ କରିବା ସହ ରାଜ୍ୟର ବିକାଶ ସମ୍ପର୍କିତ ଏକ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରି ରାଜ୍ୟ ସରକାରଙ୍କୁ ଦେବ ବୋଲି କହିଛି ।
ଓଡ଼ିଶାରେ ପ୍ରାକୃତିକ ସମ୍ପଦ ଓ ଅନ୍ୟାନ୍ୟ କ୍ଷେତ୍ରରେ ବ୍ୟାପକ ସୁଯୋଗ ଥିବାରୁ ରାଜ୍ୟର ବିକାଶ ପାଇଁ ଚାଟାର୍ଡ ଆକାଉଣ୍ଟାଣ୍ଟମାନେ ରିସର୍ଚ୍ଚ କରି ଏକ ରିପୋର୍ଟ ପ୍ରସ୍ତୁତ କରି ସରକାରଙ୍କୁ ଦେବେ । ଏଥିସହିତ ଏହି ଦୁଇ ଦିନିଆ ସମ୍ମିଳନୀରେ ଆୟକର ଆଇନ, ଜିଏସଟି, କମ୍ପାନୀ ଆଇନ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଆଇନ, ଅଡିଟର ନୂତନ ପ୍ରଣାଳୀ, କୃତ୍ରିମ ବୁଦ୍ଧିମତାର ଉପଯୋଗ ଆଦି ସମ୍ପର୍କରେ ଆଲୋଚନା କରାଯିବ । ସମ୍ମିଳନୀରେ ଓଡିଶା ସମେତ ଦେଶର ପ୍ରମୁଖ ଚାଟାର୍ଡ ଆକାଉଣ୍ଟାଣ୍ଟମାନେ ଯୋଗ ଦେଇଛନ୍ତି ।
The post ଓଡ଼ିଶା ବିକାଶ ପାଇଁ ରିପୋର୍ଟ ପ୍ରସ୍ତୁତ କରିବାକୁ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ସଂଘକୁ ରାଜ୍ୟ ସରକାର ଅନୁରୋଧ appeared first on .