ଓଡ଼ିଶାକୁ ଉପମୁଖ୍ୟମନ୍ତ୍ରୀ ଦେବ ଭାଜପା, ଏହି ନେତାଙ୍କ ନାଁରେ ଲାଗିଲା ମୋହର!
ଭୁବନେଶ୍ୱର,୮।୬: ଓଡ଼ିଶାରେ ଭାଜପା ବହୁମତ ହାସଲ କରି ସରକାର ଗଢିବାକୁ ଯାଉଛି। ହେଲେ ମୁଖ୍ୟମନ୍ତ୍ରୀ ଚେହେରା କିଏ ହେବେ ସେନେଇ ଏଯାଏ କୌଣସି ଘୋଷଣା ହୋଇନାହିଁ। ସେପଟେ ୧୦ରେ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ତେବେ ଦଳ ଅଭିଜ୍ଞ ତଥା ଟାଣୁଣା ନେତାକୁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦେଇପାରେ ବୋଲି ବିଶ୍ୱାସ କରାଯାଉଛି। ମୁଖ୍ୟମନ୍ତ୍ରୀ ରେସ୍ରେ ରାଜ୍ୟ ସଭାପତି ମନମୋହନ ସାମଲ ଆଗରେ ଅଛନ୍ତି। ୪୦ ବର୍ଷର ରାଜନୈତିକ କ୍ୟାରିୟରରେ ମେଣ୍ଟ ସରକାରରେ […] The post ଓଡ଼ିଶାକୁ ଉପମୁଖ୍ୟମନ୍ତ୍ରୀ ଦେବ ଭାଜପା, ଏହି ନେତାଙ୍କ ନାଁରେ ଲାଗିଲା ମୋହର! appeared first on Dharitri Odia News.
ଭୁବନେଶ୍ୱର,୮।୬: ଓଡ଼ିଶାରେ ଭାଜପା ବହୁମତ ହାସଲ କରି ସରକାର ଗଢିବାକୁ ଯାଉଛି। ହେଲେ ମୁଖ୍ୟମନ୍ତ୍ରୀ ଚେହେରା କିଏ ହେବେ ସେନେଇ ଏଯାଏ କୌଣସି ଘୋଷଣା ହୋଇନାହିଁ। ସେପଟେ ୧୦ରେ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ତେବେ ଦଳ ଅଭିଜ୍ଞ ତଥା ଟାଣୁଣା ନେତାକୁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦେଇପାରେ ବୋଲି ବିଶ୍ୱାସ କରାଯାଉଛି।
ମୁଖ୍ୟମନ୍ତ୍ରୀ ରେସ୍ରେ ରାଜ୍ୟ ସଭାପତି ମନମୋହନ ସାମଲ ଆଗରେ ଅଛନ୍ତି। ୪୦ ବର୍ଷର ରାଜନୈତିକ କ୍ୟାରିୟରରେ ମେଣ୍ଟ ସରକାରରେ ମନ୍ତ୍ରୀ ହୋଇଥିବା ମନମୋହନଙ୍କର ବିଭିନ୍ନ ବିଭାଗର ମନ୍ତ୍ରୀ ଭାବେ ପ୍ରଶାସନିକ ଅଭିଜ୍ଞତା ରହିଛି। ତାଙ୍କ ସହ ଏମ୍ପି ଧର୍ମେନ୍ଦ୍ର ପ୍ରଧାନ ଓ ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ନାଁ ଚର୍ଚ୍ଚାରେ ରହିଛି। ସେହିପରି ଜୟ ନାରାୟଣ ମିଶ୍ର, କନକବର୍ଦ୍ଧନ ସିଂଦେଓ ଏବଂ ସୁରେଶ ପୂଜାରୀଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି। ଏଥିସହ ଆହୁରି ମଧ୍ୟ ଚର୍ଚ୍ଚା ହେଉଛି କି ବିଧାୟକମାନଙ୍କ ମଧ୍ୟରୁ କାହାକୁ ହିଁ ମୁଖ୍ୟମନ୍ତ୍ରୀ ଆସନରେ ଭାଜପା କେନ୍ଦ୍ରୀୟ ନେତାମାନେ ବସାଇପାରନ୍ତି।
ଅନ୍ୟପଟେ ଯଦି ଭାଜପା ଶାସିତ ଅନ୍ୟ ରାଜ୍ୟ ଢାଞ୍ଚାରେ ସରକାର ଗଢାଯାଏ, ତା’ହେଲେ ଉପମୁଖ୍ୟମନ୍ତ୍ରୀ ପାଇଁ ମୋହନ ମାଝୀଙ୍କ ନାଁକୁ ନେଇ ଆଲୋଚନା ହେଉଛି। ଆଜି ଭାଜପାରର ସଂସଦୀୟ ବୋର୍ଡ ବୈଠକ ବସିବାର ରହିଛି।
The post ଓଡ଼ିଶାକୁ ଉପମୁଖ୍ୟମନ୍ତ୍ରୀ ଦେବ ଭାଜପା, ଏହି ନେତାଙ୍କ ନାଁରେ ଲାଗିଲା ମୋହର! appeared first on Dharitri Odia News.