ଓଡ଼ିଶାକୁ ପଶି ଆସିବେ ବାଂଲାଦେଶୀ! ସମୁଦ୍ର ତଟରେ କଡ଼ା ନଜର
ପୁରୀ, ୮ା୮(ଅଜିତ୍ କୁମାର ମହାନ୍ତି): ଆରକ୍ଷଣକୁ ନେଇ ପଡ଼ୋଶୀ ଦେଶ ବାଂଲାଦେଶରେ ହିଂସା ଓ ରାଜନୈତିକ ସଙ୍କଟ ଉଗ୍ର ରୂପ ନେଇଛି। ଶେଖ୍ ହାସିନା ସରକାରଙ୍କ ପତନ ପରେ ବାଂଲାଦେଶ ଜଳୁଛି। ବାଂଲାଦେଶରେ ବ୍ୟାପକ ଅରାଜକତା ବଢ଼ିଥିବାବେଳେ ହିଂସାକାଣ୍ଡ ଓ ପୋଡ଼ାଜଳା ଜାରି ରହିଛି। ଭାରତ ବିରୋଧୀ କାର୍ଯ୍ୟକଳାପ ବଢ଼ିଚାଲିଥିବା ବେଳେ ହିନ୍ଦୁମାନଙ୍କ ଉପରେ ଆକ୍ରମଣ କରାଯାଉଛି। ତେବେ ଏହି ଅପ୍ରୀତିକର ସ୍ଥିତି ସମୟରେ ବାଂଲାଦେଶରେ ବସବାସ କରୁଥିବା ହିନ୍ଦୁ ତଥା ଅନ୍ୟ ସମ୍ପ୍ରଦାୟର ଲୋକମାନେ ବାଂଲାଦେଶ […] The post ଓଡ଼ିଶାକୁ ପଶି ଆସିବେ ବାଂଲାଦେଶୀ! ସମୁଦ୍ର ତଟରେ କଡ଼ା ନଜର appeared first on Dharitri Odia News.
ପୁରୀ, ୮ା୮(ଅଜିତ୍ କୁମାର ମହାନ୍ତି): ଆରକ୍ଷଣକୁ ନେଇ ପଡ଼ୋଶୀ ଦେଶ ବାଂଲାଦେଶରେ ହିଂସା ଓ ରାଜନୈତିକ ସଙ୍କଟ ଉଗ୍ର ରୂପ ନେଇଛି। ଶେଖ୍ ହାସିନା ସରକାରଙ୍କ ପତନ ପରେ ବାଂଲାଦେଶ ଜଳୁଛି। ବାଂଲାଦେଶରେ ବ୍ୟାପକ ଅରାଜକତା ବଢ଼ିଥିବାବେଳେ ହିଂସାକାଣ୍ଡ ଓ ପୋଡ଼ାଜଳା ଜାରି ରହିଛି। ଭାରତ ବିରୋଧୀ କାର୍ଯ୍ୟକଳାପ ବଢ଼ିଚାଲିଥିବା ବେଳେ ହିନ୍ଦୁମାନଙ୍କ ଉପରେ ଆକ୍ରମଣ କରାଯାଉଛି। ତେବେ ଏହି ଅପ୍ରୀତିକର ସ୍ଥିତି ସମୟରେ ବାଂଲାଦେଶରେ ବସବାସ କରୁଥିବା ହିନ୍ଦୁ ତଥା ଅନ୍ୟ ସମ୍ପ୍ରଦାୟର ଲୋକମାନେ ବାଂଲାଦେଶ ଛାଡ଼ି ଭାରତ ସୀମାରେ ପ୍ରବେଶ କରିବାର ସମ୍ଭାବନା ରହିଛି। ତେଣୁ ଭାରତ ସରକାରଙ୍କ ପକ୍ଷରୁ ଆଲର୍ଟ ଜାରି କରାଯାଇଛି। ଏପରିକି ଭାରତ ବିରୋଧୀ ସଂଗଠନର ବ୍ୟକ୍ତି ସମୁଦ୍ର ପଥରେ ଭାରତକୁ ଆସି ଅଘଟଣ ଘଟାଇବାର ଆଶଙ୍କା ରହିଛି। ପୁରୀ ଜିଲାରେ ୪ଟି ମେରାଇନ୍ ଥାନା ରହିଛି। ତେବେ ଆବଶ୍ୟକ ସଂଖ୍ୟକ କର୍ମଚାରୀ ନ ଥିବାବେଳେ ଅତ୍ୟାଧୁନିକ ବୋଟ୍ ଓ ଆବଶ୍ୟକୀୟ ସରଞ୍ଜାମ ନାହିଁ। ତେଣୁ ସମୁଦ୍ରପଥ ଦେଇ ଅନୁପ୍ରବେଶକାରୀ ଏବଂ ଅସାମାଜିକ ବ୍ୟକ୍ତିମାନେ ଜିଲାରେ ପ୍ରବେଶ କରିବାର ସମ୍ଭାବନା ରହିଛି। ତେଣୁ ଏନେଇ ଜିଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦାବି କରାଯାଇଛି। ଅପରପକ୍ଷରେ ଏନେଇ ଏସ୍ପି ପିନାକ ମିଶ୍ର କହିଛନ୍ତି ଯେ, ବର୍ତ୍ତମାନ ବାଂଲାଦେଶରେ ହିଂସା ଲାଗି ରହିଛି। ଅନୁପ୍ରବେଶ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି। ତେବେ ରୀତିମତ ଭାବେ ନେଭି ଓ କୋଷ୍ଟଗାର୍ଡ ପକ୍ଷରୁ ବେଳାଭୂମିରେ ପାଟ୍ରୋଲିଂ କରାଯାଇଥାଏ। ଜିଲାରେ ୪ଟି ମେରାଇନ ଥାନା ରହିଛି। ପାଟ୍ରୋଲିଂ କରାଯିବା ସହ ସୁରକ୍ଷା ଦିଗକୁ ଧ୍ୟାନ ଦିଆଯାଉଛି। କୋଷ୍ଟଗାର୍ଡ ସହିତ ପୁରୀ ମେରାଇନ୍ ପୋଲିସ ନିୟମିତ ପାଟ୍ରୋଲିଂ କରୁଛି। ପୁରୀ ପୋଲିସ ସମ୍ପୂର୍ଣ୍ଣ ସତର୍କ ରହିଛି ବୋଲି ଏସ୍ପି କହିଛନ୍ତି। ସେହିପରି ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ କହିଛନ୍ତି, ପୁରୀ ମେରାଇନ୍ ଥାନାର ଦୈନନ୍ଦିନ କାର୍ଯ୍ୟ ହେଉଛି ଜଳପଥ ଉପରେ କଡ଼ା ନଜର ରଖିବା। ତେଣୁ କଡ଼ା ନଜର ରଖାଯାଇଛି। ତେବେ ସେପରି କୌଣସି ପରିସ୍ଥିତି ସୃଷ୍ଟି ହୋଇନାହିଁ। ତେଣୁ ଭୟଭୀତ ହେବାର ନାହିଁ। ବିଭ୍ରାନ୍ତିକର ସୂଚନା ମଧ୍ୟ ପ୍ରଦାନ କରାନଯାଉ। ମେରାଇନ୍ ଥାନା ପୋଲିସ ଏବଂ କୋଷ୍ଟଗାର୍ଡ ନିୟମିତ ଭାବେ ଜଳପଥରେ ପାଟ୍ରୋଲିଂ କରୁଛି ବୋଲି ଜିଲାପାଳ ସ୍ବାଇଁ ସୂଚନା ପ୍ରଦାନ କରିଛନ୍ତି।
The post ଓଡ଼ିଶାକୁ ପଶି ଆସିବେ ବାଂଲାଦେଶୀ! ସମୁଦ୍ର ତଟରେ କଡ଼ା ନଜର appeared first on Dharitri Odia News.