ଓଡ଼ିଶାର ଆଉ ୮ଟି ସହରରେ ଗଡ଼ିବ ‘ଆମ ବସ୍‌’, କ୍ରୁଟ ବୋର୍ଡ ବୈଠକରେ ନିଷ୍ପତ୍ତି

ଭୁବନେଶ୍ବର: ଓଡ଼ିଶାର ଆଉ ୮ଟି ସହରରେ ଗଡ଼ିବ ‘ଆମ ବସ୍‌’। ଗୁରୁବାର  କ୍ୟାପିଟାଲ ରିଜନ ଅର୍ବାନ ଟ୍ରାନ୍ସପୋର୍ଟ ବା କ୍ରୁଟ୍ (କ୍ରୁଟ)ର ୪୯ତମ ବୋର୍ଡ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ନୂଆ ୮ ସହର ହେଉଛି ଅନୁଗୁଳ, ଝାରସୁଗୁଡ଼ା, ଯାଜପୁର, କେନ୍ଦୁଝର, ବାରିପଦା, ଜୟପୁର, କୋରାପୁଟ, ରାୟଗଡ଼ା, ବାଲେଶ୍ଵର। ଏହା ସହ ବୈଠକରେ ଡିଜିଟାଲ ପେମେଣ୍ଟ ସିଷ୍ଟମ୍, ଯାତ୍ରୀଙ୍କ ଉତ୍ତମ ସେବା ଓ ସୁରକ୍ଷା ପ୍ରତି ଅଧିକ ଧ୍ୟାନ ଦିଆଯିବା ଉପରେ ଆଲୋଚନା ହୋଇଛି। ରାଜ୍ୟ ଉନ୍ନୟନ କମିଶନର ଏବଂ କ୍ରୁଟ ଚେୟାରମ୍ୟାନ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ହୋଇଥିବା ସମୀକ୍ଷା ବୈଠକରେ ରାଜ୍ୟରେ ସହରାଞ୍ଚଳ ପରିବହନକୁ ଅଧିକ ବୃଦ୍ଧି କରିବାକୁ ପ୍ରମୁଖ ରଣନୀତି ଉପରେ ଆଲୋଚନା ହୋଇଛି।  ଆହୁରି ମଧ୍ୟରେ ପ୍ରତ୍ୟେକ ସହରରେ ପାସ ବ୍ୟବସ୍ଥା।  ଶ୍ରେଷ୍ଠ ପ୍ରଦର୍ଶନ କରୁଥିବା କ୍ୟାପ୍ଟେନ, ଗାଇଡ୍‌କୁ ମିଳିବ ସ୍ବୀକୃତି ଏବଂ ସମ୍ମାନ ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି।

ଓଡ଼ିଶାର ଆଉ ୮ଟି ସହରରେ ଗଡ଼ିବ ‘ଆମ ବସ୍‌’, କ୍ରୁଟ ବୋର୍ଡ ବୈଠକରେ ନିଷ୍ପତ୍ତି

ଭୁବନେଶ୍ବର: ଓଡ଼ିଶାର ଆଉ ୮ଟି ସହରରେ ଗଡ଼ିବ ‘ଆମ ବସ୍‌’। ଗୁରୁବାର  କ୍ୟାପିଟାଲ ରିଜନ ଅର୍ବାନ ଟ୍ରାନ୍ସପୋର୍ଟ ବା କ୍ରୁଟ୍ (କ୍ରୁଟ)ର ୪୯ତମ ବୋର୍ଡ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ନୂଆ ୮ ସହର ହେଉଛି ଅନୁଗୁଳ, ଝାରସୁଗୁଡ଼ା, ଯାଜପୁର, କେନ୍ଦୁଝର, ବାରିପଦା, ଜୟପୁର, କୋରାପୁଟ, ରାୟଗଡ଼ା, ବାଲେଶ୍ଵର। ଏହା ସହ ବୈଠକରେ ଡିଜିଟାଲ ପେମେଣ୍ଟ ସିଷ୍ଟମ୍, ଯାତ୍ରୀଙ୍କ ଉତ୍ତମ ସେବା ଓ ସୁରକ୍ଷା ପ୍ରତି ଅଧିକ ଧ୍ୟାନ ଦିଆଯିବା ଉପରେ ଆଲୋଚନା ହୋଇଛି। 

ରାଜ୍ୟ ଉନ୍ନୟନ କମିଶନର ଏବଂ କ୍ରୁଟ ଚେୟାରମ୍ୟାନ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ହୋଇଥିବା ସମୀକ୍ଷା ବୈଠକରେ ରାଜ୍ୟରେ ସହରାଞ୍ଚଳ ପରିବହନକୁ ଅଧିକ ବୃଦ୍ଧି କରିବାକୁ ପ୍ରମୁଖ ରଣନୀତି ଉପରେ ଆଲୋଚନା ହୋଇଛି।  ଆହୁରି ମଧ୍ୟରେ ପ୍ରତ୍ୟେକ ସହରରେ ପାସ ବ୍ୟବସ୍ଥା।  ଶ୍ରେଷ୍ଠ ପ୍ରଦର୍ଶନ କରୁଥିବା କ୍ୟାପ୍ଟେନ, ଗାଇଡ୍‌କୁ ମିଳିବ ସ୍ବୀକୃତି ଏବଂ ସମ୍ମାନ ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି।