ଓଡ଼ିଶାର ସମ୍ପୂର୍ଣ୍ଣ ଟିକାକରଣ ହାର ସର୍ବାଧିକ
ଭୁବନେଶ୍ୱର,୫ା୩(ଅସମାପିକା ସାହୁ):ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୋମବାର ଭୁବନେଶ୍ୱର ନୀଳାଦ୍ରି ବିହାରଠାରେ ରାଜ୍ୟ ଟିକା ଭଣ୍ଡାର ଉଦ୍ଘାଟିତ ହୋଇଯାଇଛି। ବିଭାଗୀୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହାକୁ ଉଦ୍ଘାଟନ କରି ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ ରିପୋର୍ଟ-୫ ଅନୁଯାୟୀ ଓଡ଼ିଶାର ସମ୍ପୂର୍ଣ୍ଣ ଟିକାକରଣ ହାର ୯୦.୫%, ଯାହା ଦେଶର ସମସ୍ତ ରାଜ୍ୟ ମଧ୍ୟରେ ସର୍ବାଧିକ ବୋଲି କହିଥିଲେ। ଶାସନ ସଚିବ ଶାଳିନୀ ପଣ୍ଡିତ କହିଲେ, ରାଜ୍ୟରେ ପ୍ରତ୍ୟେକ ଶିଶୁଙ୍କର ଶତପ୍ରତିଶତ ଟିକାକରଣ ପାଇଁ ସ୍ବାସ୍ଥ୍ୟ ବିଭାଗ […] The post ଓଡ଼ିଶାର ସମ୍ପୂର୍ଣ୍ଣ ଟିକାକରଣ ହାର ସର୍ବାଧିକ appeared first on Dharitri Odia News.
ଭୁବନେଶ୍ୱର,୫ା୩(ଅସମାପିକା ସାହୁ):ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୋମବାର ଭୁବନେଶ୍ୱର ନୀଳାଦ୍ରି ବିହାରଠାରେ ରାଜ୍ୟ ଟିକା ଭଣ୍ଡାର ଉଦ୍ଘାଟିତ ହୋଇଯାଇଛି। ବିଭାଗୀୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହାକୁ ଉଦ୍ଘାଟନ କରି ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ ରିପୋର୍ଟ-୫ ଅନୁଯାୟୀ ଓଡ଼ିଶାର ସମ୍ପୂର୍ଣ୍ଣ ଟିକାକରଣ ହାର ୯୦.୫%, ଯାହା ଦେଶର ସମସ୍ତ ରାଜ୍ୟ ମଧ୍ୟରେ ସର୍ବାଧିକ ବୋଲି କହିଥିଲେ। ଶାସନ ସଚିବ ଶାଳିନୀ ପଣ୍ଡିତ କହିଲେ, ରାଜ୍ୟରେ ପ୍ରତ୍ୟେକ ଶିଶୁଙ୍କର ଶତପ୍ରତିଶତ ଟିକାକରଣ ପାଇଁ ସ୍ବାସ୍ଥ୍ୟ ବିଭାଗ ପ୍ରତିଶ୍ରୁତିବଦ୍ଧ। ପାଞ୍ଚବର୍ଷରୁ କମ୍ ଶିଶୁଙ୍କ ମଧ୍ୟରେ ମୃତ୍ୟୁ ହାର ହ୍ରାସ କରିବାରେ ଟିକାକରଣର ଉଲ୍ଲେଖନୀୟ ଅବଦାନ ରହିଛି। ଏସ୍ଆର୍ଏସ୍ ତଥ୍ୟ ଅନୁସାରେ ୫ ବର୍ଷରୁ କମ୍ ଶିଶୁ ମୃତ୍ୟୁ ହାର ୨୦୦୮ରୁ ୨୦୨୦ ମଧ୍ୟରେ ୫୦ ପଏଣ୍ଟ (୮୯ରୁ ୩୯କୁ) ହ୍ରାସ ପାଇଛି। ୟୁନିସେଫ୍ ଓଡ଼ିଶାର ଫିଲ୍ଠ ଅଫିସ ମୁଖ୍ୟ ୱିଲିୟମ୍ ହାନ୍ଲୋନ୍ ଓଡ଼ିଶାର ସମ୍ପୂର୍ଣ୍ଣ ଟିକାକରଣର ଉଲ୍ଲେଖନୀୟ ଅଗ୍ରଗତି ଉପରେ ଆଲୋକପାତ କରି ଓଡ଼ିଶାର ସ୍ବାସ୍ଥ୍ୟସେବା ସୁଦୃଢ଼ୀକରଣ ପାଇଁ ୟୁନିସେଫ୍ ପ୍ରତିଶ୍ରୁତିବଦ୍ଧ ବୋଲି କହିଥିଲେ। ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଡା. ବୃନ୍ଦା ଡି କହିଛନ୍ତି, ଏହି ଟିକା ଭଣ୍ଡାରରେ ଟିକା ଓ ଲଜିଷ୍ଟିକ୍ ସଂରକ୍ଷଣ ପାଇଁ ପର୍ଯ୍ୟାପ୍ତ କ୍ଷମତା ଅଛି। ରାଜ୍ୟ, ଆଞ୍ଚଳିକ, ଜିଲା ଭ୍ୟାକ୍ସିନ୍ ଷ୍ଟୋରଗୁଡ଼ିକର ଉନ୍ନତ ପରିଚାଳନା ପାଇଁ ଏଠାରେ ଜାତୀୟ ସ୍ବାସ୍ଥ୍ୟ ମିଶନ ଅଧୀନରେ ପର୍ଯ୍ୟାପ୍ତ ମାନବସମ୍ବଳ ନିୟୋଜିତ ହୋଇଛନ୍ତି। ପରିବାର କଲ୍ୟାଣ ନିର୍ଦ୍ଦେଶକ ଡା. ପାଣିଗ୍ରାହୀ କହିଛନ୍ତି, ପର୍ଯ୍ୟାପ୍ତ ଭିତ୍ତିଭୂମି, ମାନବସମ୍ବଳ ସହିତ ଓଡ଼ିଶାର କୋଲ୍ଡ ଚେନ୍ ଓ ଭ୍ୟାକ୍ସିନ୍ ମ୍ୟାନେଜ୍ମେଣ୍ଟ ବ୍ୟବସ୍ଥା ବହୁତ ସୁଦୃଢ଼। ଏହି କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ବିଭାଗର ସମସ୍ତ ନିର୍ଦ୍ଦେଶକ ଏବଂ ୟୁନିସେଫ୍, ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ, ୟୁଏନ୍ଡିପି ଓ ଜେଏସ୍ଆଇର ରାଜ୍ୟ ପ୍ରତିନିଧି ଯୋଗଦେଇଥିଲେ। ଏହି ଅବସରରେ ସାର୍ବଜନୀନ ଟିକାକରଣ କାର୍ଯ୍ୟକ୍ରମ ଅଧୀନରେ ଗୁଣାତ୍ମକ ଟିକା ଯୋଗାଣ ସମ୍ବନ୍ଧୀୟ ପୁସ୍ତିକାକୁ ଅତିଥିମାନେ ଉନ୍ମୋଚନ କରିଥିଲେ।
The post ଓଡ଼ିଶାର ସମ୍ପୂର୍ଣ୍ଣ ଟିକାକରଣ ହାର ସର୍ବାଧିକ appeared first on Dharitri Odia News.