ଓଡ଼ିଶାର ସ୍ଵାର୍ଥକୁ ଦୃଷ୍ଟିରେ ରଖି ବିଜେଡି ଠିକ୍ ନିଷ୍ପତ୍ତି ନେବ: ଦେବୀ ମିଶ୍ର

ଭୁବନେଶ୍ଵର: ଓଡ଼ିଶାରେ ବିଜେପି ଓ ବିଜେଡି ମଧ୍ୟରେ ମେଣ୍ଟ ହେବ କି ନାହିଁ ତାର ଚିତ୍ର ଖୁବ୍ ଶୀଘ୍ର ସ୍ପଷ୍ଟ ହୋଇଯିବ। ତେବେ ବୈଠକ ପରେ ଦୁଇ ଦଳର ନେତା ଯେଉଁଭଳି ମନ୍ତବ୍ୟ ଦେଇଛନ୍ତି ସେଥିରୁ ମେଣ୍ଟର ଆଭାସ ମିଳୁଛି। ଏହା ମଧ୍ୟରେ ବିଜେଡିର ବୈଠକ ପରେ ମେଣ୍ଟ ଚର୍ଚ୍ଚାକୁ ବଳ ଦେଇଛି ବିଜେଡି ନେତା ଦେବୀ ମିଶ୍ରଙ୍କ ମନ୍ତବ୍ୟ। ନବୀନ ନିବାସରେ ବୈଠକ ପରେ ଦେବୀ ମିଶ୍ରଙ୍କ ଗୁରୁତ୍ଵପୂର୍ଣ୍ଣ ମନ୍ତବ୍ୟ। ଦେବୀ ମିଶ୍ର କହିଛନ୍ତି, ଓଡ଼ିଶାର ସ୍ଵାର୍ଥ ପାଇଁ ଯାହା ଆବଶ୍ୟକ ସେ ନିଷ୍ପତ୍ତି ନିଆଯିବ। ନବୀନଙ୍କ ନେତୃତ୍ଵରେ ଓଡ଼ିଶା ସଫଳତା ପାଇ ଚାଲିଛି। ଓଡ଼ିଶାର ସ୍ଵାର୍ଥ ଦୃଷ୍ଟିରୁ ଯାହା ଆବଶ୍ୟକ ପଡ଼ିବ, ସେ ନିଷ୍ପତ୍ତି ନିଆଯିବ। ଓଡ଼ିଶାର ସ୍ଵାର୍ଥ ପାଇଁ ବିଜେଡି ଆଗାମୀ ଦିନରେ ପଦକ୍ଷେପ ନେବ।  ମେଣ୍ଟ ପ୍ରସଙ୍ଗରେ ବୈଠକରେ ଆଲୋଚନା ହୋଇଥିବାସେ କହିଛନ୍ତି। ସେହିପରି ଓଡ଼ିଶାର ସ୍ଵାର୍ଥ ପାଇଁ ବିଜେଡ଼ି କାମ କରୁଛି ବୋଲି ଅରୁଣ ସାହୁ କହିଛନ୍ତି। Also read- କଂଗ୍ରେସକୁ ଫେରିଲେ ଶ୍ରୀକାନ୍ତ ଜେନା, ୬ ବର୍ଷ ପରେ ହେଲା ଘର ବାହୁଡ଼ା ସେପଟେ ଜୁଏଲ କହିଛନ୍ତି, ‘ବୈଠକରେ ଅନେକ ପ୍ରସଙ୍ଗରେ ଆଲୋଚନା ହୋଇଛି । ସମସ୍ତ ୨୧ ଲୋକସଭା ଏବଂ ସବୁ ବିଧାନସଭା କ୍ଷେତ୍ର ପାଇଁ ଆଲୋଚନା ହୋଇଛି । ମେଣ୍ଟ ନେଇ ମଧ୍ୟ ଆଲୋଚନା ହୋଇଛି । ଚୂଡାନ୍ତ ନିଷ୍ପତ୍ତି କେନ୍ଦ୍ରୀୟ ନେତୃତ୍ୱ ନେବେ ।‘ ଉଲ୍ଲେଖଯୋଗ୍ୟ ଯେ ଆଜି ଦିଲ୍ଲୀରେ ବିଜେପି

ଓଡ଼ିଶାର ସ୍ଵାର୍ଥକୁ ଦୃଷ୍ଟିରେ ରଖି ବିଜେଡି ଠିକ୍ ନିଷ୍ପତ୍ତି ନେବ: ଦେବୀ ମିଶ୍ର

ଭୁବନେଶ୍ଵର: ଓଡ଼ିଶାରେ ବିଜେପି ଓ ବିଜେଡି ମଧ୍ୟରେ ମେଣ୍ଟ ହେବ କି ନାହିଁ ତାର ଚିତ୍ର ଖୁବ୍ ଶୀଘ୍ର ସ୍ପଷ୍ଟ ହୋଇଯିବ। ତେବେ ବୈଠକ ପରେ ଦୁଇ ଦଳର ନେତା ଯେଉଁଭଳି ମନ୍ତବ୍ୟ ଦେଇଛନ୍ତି ସେଥିରୁ ମେଣ୍ଟର ଆଭାସ ମିଳୁଛି। ଏହା ମଧ୍ୟରେ ବିଜେଡିର ବୈଠକ ପରେ ମେଣ୍ଟ ଚର୍ଚ୍ଚାକୁ ବଳ ଦେଇଛି ବିଜେଡି ନେତା ଦେବୀ ମିଶ୍ରଙ୍କ ମନ୍ତବ୍ୟ। ନବୀନ ନିବାସରେ ବୈଠକ ପରେ ଦେବୀ ମିଶ୍ରଙ୍କ ଗୁରୁତ୍ଵପୂର୍ଣ୍ଣ ମନ୍ତବ୍ୟ।

ଦେବୀ ମିଶ୍ର କହିଛନ୍ତି, ଓଡ଼ିଶାର ସ୍ଵାର୍ଥ ପାଇଁ ଯାହା ଆବଶ୍ୟକ ସେ ନିଷ୍ପତ୍ତି ନିଆଯିବ। ନବୀନଙ୍କ ନେତୃତ୍ଵରେ ଓଡ଼ିଶା ସଫଳତା ପାଇ ଚାଲିଛି। ଓଡ଼ିଶାର ସ୍ଵାର୍ଥ ଦୃଷ୍ଟିରୁ ଯାହା ଆବଶ୍ୟକ ପଡ଼ିବ, ସେ ନିଷ୍ପତ୍ତି ନିଆଯିବ। ଓଡ଼ିଶାର ସ୍ଵାର୍ଥ ପାଇଁ ବିଜେଡି ଆଗାମୀ ଦିନରେ ପଦକ୍ଷେପ ନେବ।  ମେଣ୍ଟ ପ୍ରସଙ୍ଗରେ ବୈଠକରେ ଆଲୋଚନା ହୋଇଥିବାସେ କହିଛନ୍ତି। ସେହିପରି ଓଡ଼ିଶାର ସ୍ଵାର୍ଥ ପାଇଁ ବିଜେଡ଼ି କାମ କରୁଛି ବୋଲି ଅରୁଣ ସାହୁ କହିଛନ୍ତି।

Also read- କଂଗ୍ରେସକୁ ଫେରିଲେ ଶ୍ରୀକାନ୍ତ ଜେନା, ୬ ବର୍ଷ ପରେ ହେଲା ଘର ବାହୁଡ଼ା

ସେପଟେ ଜୁଏଲ କହିଛନ୍ତି, ‘ବୈଠକରେ ଅନେକ ପ୍ରସଙ୍ଗରେ ଆଲୋଚନା ହୋଇଛି । ସମସ୍ତ ୨୧ ଲୋକସଭା ଏବଂ ସବୁ ବିଧାନସଭା କ୍ଷେତ୍ର ପାଇଁ ଆଲୋଚନା ହୋଇଛି । ମେଣ୍ଟ ନେଇ ମଧ୍ୟ ଆଲୋଚନା ହୋଇଛି । ଚୂଡାନ୍ତ ନିଷ୍ପତ୍ତି କେନ୍ଦ୍ରୀୟ ନେତୃତ୍ୱ ନେବେ ।‘ ଉଲ୍ଲେଖଯୋଗ୍ୟ ଯେ ଆଜି ଦିଲ୍ଲୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଗୃହ ମନ୍ତ୍ରୀ ଅମିତ୍ ଶାହ ଉପସ୍ଥିତ ଅଛନ୍ତି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ସହିତ ରାଜ୍ୟର ବରିଷ୍ଠ ବିଜେପି ନେତା ମଧ୍ୟ ଉପସ୍ଥିତ ଥିଲେ।

ଉଲ୍ଲେଖନୀୟ ୧୫ ବର୍ଷ ପରେ ପୁଣି ମେଣ୍ଟକୁ ଫେରିବେ ବିଜେଡି –ବିଜେପି ।ଉଭୟ କ୍ୟାମ୍ପରେ ଏଭଳି ଚର୍ଚ୍ଚା ଜୋର ଧରିଥିବା ବେଳେ ଖୁବ ଶୀଘ୍ର ଦୁଇ ଦଳ କିଛି ଠୋସ ସଙ୍କେତ ଛାଡିବେ ବୋଲି ଆକଳନ କରାଯାଉଛି । ଆଜି ଦିନ ତମାମ ବିଜେଡି ଓ ବିଜେପି ଶିବିର ଚଳ ଚଞ୍ଚଳରୁ ଏହି ସଙ୍କେତ ମିଳୁଛି । ୨୦୦୦ରୁ ୨୦୦୯ ଉଭୟ ଦଳ ମେଣ୍ଟ କରି ଶାସନ ଗାଦିରେ ବସିଥିଲେ । ହେଲେ ୨୦୦୮ରେ ଲକ୍ଷ୍ମାଣନନ୍ଦ ଶରସ୍ବତିଙ୍କ ହତ୍ୟା ଓ ପରବର୍ତ୍ତି ଦହ୍ଗା ପରେ ଦୁଇ ଦଳ ମେଣ୍ଟ ଭାଙ୍ଗିଥିଲେ । ଏବେ ପରିବର୍ତ୍ତିତ ରାଜନୈତିକ ପରିସ୍ଥିତିରେ ପୁଣି ବିଜେଡି ଏନଡିଏକୁ ଫେରିବାକୁ ଯାଉଛି । ଆଉ ବିଜେପି ବିଜେଡି ସହ ରାଜ୍ୟରେ ସିଟ ସେୟାରିଂ କରି ନିର୍ବାଚନ ମଇଦାନକୁ ଲମ୍ଫ ଦେବ ବୋଲି ଚର୍ଚ୍ଚା ଚାଲିଛି।