ଓଡ଼ିଶାର ୬ ନେତାଙ୍କୁ  ମିଳିବ ସ୍ଵତନ୍ତ୍ର ସୁରକ୍ଷା ବ୍ୟବସ୍ଥା, ଧର୍ମେନ୍ଦ୍ର ଓ ପାଣ୍ଡିଆନଙ୍କୁ Z  ସୁରକ୍ଷା  

ଭୁବନେଶ୍ଵର: ନିର୍ବାଚନ ସମୟରେ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଓଡ଼ିଶାର ୬ ନେତାଙ୍କୁ  ମିଳିବ ସ୍ଵତନ୍ତ୍ର ସୁରକ୍ଷା ବ୍ୟବସ୍ଥା। ୩ ନେତାଙ୍କୁ ଜେସ୍ ସୁରକ୍ଷା ଏବଂ ଅନ୍ୟ ୩ ନେତାଙ୍କୁ ଯୋଗାଇ ଦିଆଯିବ ଓ୍ଵାଇ ଶ୍ରେଣୀର ସୁରକ୍ଷା। ରାଜ୍ୟ ସିକ୍ୟୁରିଟି ଓ୍ଵିଙ୍ଗ୍, ସ୍ପେଶାଲ ବ୍ରାଞ୍ଚ ପକ୍ଷରୁ ଗୁରୁବାର ଏ ନେଇ ସୂଚନା ଦିଆଯାଇଛି। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେଡି ରାଷ୍ଟ୍ରୀୟ ଉପ ସଭାପତି ବୈଜୟନ୍ତ ପଣ୍ଡାଙ୍କ ସହ ବିଜେଡି ନେତା ଭିକେ ପାଣ୍ଡିଆନଙ୍କୁ ଜେଡ୍ […] The post ଓଡ଼ିଶାର ୬ ନେତାଙ୍କୁ  ମିଳିବ ସ୍ଵତନ୍ତ୍ର ସୁରକ୍ଷା ବ୍ୟବସ୍ଥା, ଧର୍ମେନ୍ଦ୍ର ଓ ପାଣ୍ଡିଆନଙ୍କୁ Z  ସୁରକ୍ଷା   appeared first on Odisha.News.

ଓଡ଼ିଶାର ୬ ନେତାଙ୍କୁ  ମିଳିବ ସ୍ଵତନ୍ତ୍ର ସୁରକ୍ଷା ବ୍ୟବସ୍ଥା, ଧର୍ମେନ୍ଦ୍ର ଓ ପାଣ୍ଡିଆନଙ୍କୁ Z  ସୁରକ୍ଷା  

ଭୁବନେଶ୍ଵର: ନିର୍ବାଚନ ସମୟରେ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଓଡ଼ିଶାର ୬ ନେତାଙ୍କୁ  ମିଳିବ ସ୍ଵତନ୍ତ୍ର ସୁରକ୍ଷା ବ୍ୟବସ୍ଥା। ୩ ନେତାଙ୍କୁ ଜେସ୍ ସୁରକ୍ଷା ଏବଂ ଅନ୍ୟ ୩ ନେତାଙ୍କୁ ଯୋଗାଇ ଦିଆଯିବ ଓ୍ଵାଇ ଶ୍ରେଣୀର ସୁରକ୍ଷା। ରାଜ୍ୟ ସିକ୍ୟୁରିଟି ଓ୍ଵିଙ୍ଗ୍, ସ୍ପେଶାଲ ବ୍ରାଞ୍ଚ ପକ୍ଷରୁ ଗୁରୁବାର ଏ ନେଇ ସୂଚନା ଦିଆଯାଇଛି।

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେଡି ରାଷ୍ଟ୍ରୀୟ ଉପ ସଭାପତି ବୈଜୟନ୍ତ ପଣ୍ଡାଙ୍କ ସହ ବିଜେଡି ନେତା ଭିକେ ପାଣ୍ଡିଆନଙ୍କୁ ଜେଡ୍ ସୁରକ୍ଷା ଯୋଗାଇ ଦିଆଯିବ। ସେହିପରି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ,  ପିସିସି ସଭାପତି ଶରତ ପଟ୍ଟନାୟକ ଓ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ମଧ୍ୟ ଓ୍ଵାଇ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯିବ। । ରାଜ୍ୟ ସିକ୍ୟୁରିଟି ଓ୍ଵିଙ୍ଗ୍, ସ୍ପେଶାଲ ବ୍ରାଞ୍ଚ ପକ୍ଷରୁ ସୁରକ୍ଷା ଯୋଗାଇ ଦିଆଯିବ।  

ସୂଚନାଯୋଗ୍ୟ, ବଲାଙ୍ଗୀରର କଣ୍ଟାବାଞ୍ଜିରେ କଂଗ୍ରେସ ସନ୍ତୋଷ ସିଂ ସାଲୁଜାଙ୍କୁ ପ୍ରାର୍ଥୀ କରିଥିବା ବେଳେ ତାଙ୍କ ବିରୋଧରେ ନିର୍ବାଚନ ଲଢୁଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଏଠାରେ ହାଇପ୍ରୋଫାଇଲ୍ ମୁକାବିଲା ହେଉଛି। ଏସବୁ ଆଖି ଆଗରେ ରଖି କଂଗ୍ରେସ ବିଧାୟକ ସାଲୁଜାଙ୍କ ସୁରକ୍ଷା ବ୍ୟବସ୍ଥା  ବଢାଇ ଓ୍ଵାଇ ସୁରକ୍ଷା ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

The post ଓଡ଼ିଶାର ୬ ନେତାଙ୍କୁ  ମିଳିବ ସ୍ଵତନ୍ତ୍ର ସୁରକ୍ଷା ବ୍ୟବସ୍ଥା, ଧର୍ମେନ୍ଦ୍ର ଓ ପାଣ୍ଡିଆନଙ୍କୁ Z  ସୁରକ୍ଷା   appeared first on Odisha.News.