ଓଡ଼ିଶାରେ ଅଟୋମେଟେଡ୍‌ ଇ-ଷ୍ଟାମ୍ପିଙ୍ଗ୍‌ ସଲ୍ୟୁଶନର ଶୁଭାରମ୍ଭ

ଭୁବନେଶ୍ୱର,୨୪।୧୨: ଓଡ଼ିଶା ସରକାରଙ୍କ ପକ୍ଷରୁ ସ୍ବିଫ୍ଟ ଇଣ୍ଡିଆର ପ୍ଲାଟ୍‌ଫର୍ମରେ ଷ୍ଟକ ହୋଲ୍ଡିଙ୍ଗ୍‌ ସହ ସହଭାଗିତାରେ ଇଲେକ୍‌ଟ୍ରୋନିକ ବ୍ୟାଙ୍କ ଗ୍ୟାରେଣ୍ଟି ପାଇଁ ଅଟୋମେଟେଡ ଇ-ଷ୍ଟାମ୍ପିଙ୍ଗ୍‌ (ଏଇଏସ୍‌) ସଲ୍ୟୁଶନର ଶୁଭାରମ୍ଭ କରାଯାଇଛି। ସ୍ବିଫ୍ଟ ଇଣ୍ଡିଆ ହେଉଛି ଭାରତୀୟ ଆର୍ଥିକ ଶିଳ୍ପର ଘରୋଇ ବଜାର ଆବଶ୍ୟକତାକୁ ପୂରଣ କରିବା ପାଇଁ ସ୍ବିଫ୍ଟ ଏସ୍‌ସି, ଗ୍ଲୋବାଲ ବ୍ୟାଙ୍କିଙ୍ଗ୍‌ କୋଅପରେଟିଭ ଓ ଭାରତର ୧୧ଟି ଅଗ୍ରଣୀ ବ୍ୟାଙ୍କ ମଧ୍ୟରେ ଏକ ଯୁଗ୍ମ ଉଦ୍ୟମ। ଏଥିସହିତ ରାଜ୍ୟର ବ୍ୟାଙ୍କଗୁଡିକ ସ୍ବିଫ୍ଟ ଇଣ୍ଡିଆ ଚ୍ୟାନେଲ ମାଧ୍ୟମରେ ଇଲେକ୍‌ଟ୍ରୋନିକ […] The post ଓଡ଼ିଶାରେ ଅଟୋମେଟେଡ୍‌ ଇ-ଷ୍ଟାମ୍ପିଙ୍ଗ୍‌ ସଲ୍ୟୁଶନର ଶୁଭାରମ୍ଭ appeared first on Dharitri Odia News.

ଓଡ଼ିଶାରେ ଅଟୋମେଟେଡ୍‌ ଇ-ଷ୍ଟାମ୍ପିଙ୍ଗ୍‌ ସଲ୍ୟୁଶନର ଶୁଭାରମ୍ଭ

ଭୁବନେଶ୍ୱର,୨୪।୧୨: ଓଡ଼ିଶା ସରକାରଙ୍କ ପକ୍ଷରୁ ସ୍ବିଫ୍ଟ ଇଣ୍ଡିଆର ପ୍ଲାଟ୍‌ଫର୍ମରେ ଷ୍ଟକ ହୋଲ୍ଡିଙ୍ଗ୍‌ ସହ ସହଭାଗିତାରେ ଇଲେକ୍‌ଟ୍ରୋନିକ ବ୍ୟାଙ୍କ ଗ୍ୟାରେଣ୍ଟି ପାଇଁ ଅଟୋମେଟେଡ ଇ-ଷ୍ଟାମ୍ପିଙ୍ଗ୍‌ (ଏଇଏସ୍‌) ସଲ୍ୟୁଶନର ଶୁଭାରମ୍ଭ କରାଯାଇଛି।

ସ୍ବିଫ୍ଟ ଇଣ୍ଡିଆ ହେଉଛି ଭାରତୀୟ ଆର୍ଥିକ ଶିଳ୍ପର ଘରୋଇ ବଜାର ଆବଶ୍ୟକତାକୁ ପୂରଣ କରିବା ପାଇଁ ସ୍ବିଫ୍ଟ ଏସ୍‌ସି, ଗ୍ଲୋବାଲ ବ୍ୟାଙ୍କିଙ୍ଗ୍‌ କୋଅପରେଟିଭ ଓ ଭାରତର ୧୧ଟି ଅଗ୍ରଣୀ ବ୍ୟାଙ୍କ ମଧ୍ୟରେ ଏକ ଯୁଗ୍ମ ଉଦ୍ୟମ। ଏଥିସହିତ ରାଜ୍ୟର ବ୍ୟାଙ୍କଗୁଡିକ ସ୍ବିଫ୍ଟ ଇଣ୍ଡିଆ ଚ୍ୟାନେଲ ମାଧ୍ୟମରେ ଇଲେକ୍‌ଟ୍ରୋନିକ ବ୍ୟାଙ୍କ ଗ୍ୟାରେଣ୍ଟି ପାଇଁ ଅଟୋମେଟେଡ ଇ-ଷ୍ଟାମ୍ପିଙ୍ଗ୍‌ ଜାରି କରିବା ଲାଗି ଏହି ସମାଧାନର କ୍ଷମତାକୁ ଉପଯୋଗ କରିବାକୁ ସକ୍ଷମ ହେବେ।
ଏ ସମ୍ପର୍କରେ ସ୍ବିଫ୍ଟ ଇଣ୍ଡିଆର ସିଇଓ କିରଣ ସେଟ୍ଟୀ କହିଛନ୍ତି, ସ୍ବିଫ୍ଟ ଇଣ୍ଡିଆ ଓଡିଶା ସରକାରଙ୍କ ସହ ସହଭାଗିତା କରି ଉତ୍ସାହିତ ଅଛି।

ରାଜ୍ୟରେ ବ୍ୟବସାୟ କରିବାର ସହଜତାକୁ ଉନ୍ନତ କରିବା ପାଇଁ ସରକାରଙ୍କ ଉତ୍ସର୍ଗୀକୃତ ପ୍ରୟାସଗୁଡିକୁ କମ୍ପାନୀ ସମର୍ଥନ କରୁଛି। ଏପରିକି ଅଟୋମେଟେଡ ଇ-ଷ୍ଟାମ୍ପିଙ୍ଗ୍‌ର ଶୁଭାରମ୍ଭ ଏକ ଅଗ୍ରଗାମୀ ପଦକ୍ଷେପ ହୋଇଥିଲାବେଳେ ବାଣିଜି୍ୟକ ଆର୍ଥିକ ପ୍ରକ୍ରିୟାଗୁଡିକୁ ସରଳ କରିବା ଏବଂ ଓଡିଶାକୁ ଏକ ପେପରଲେସ୍‌ ରାଜ୍ୟରେ ପରିଣତ କରିବା ଲକ୍ଷ୍ୟକୁ ଏହା ନିକଟତର କରିବ।ସ୍ବିଫ୍ଟ ଇଣ୍ଡିଆ ସହିତ ଅଟୋମେଟେଡ ଇ-ଷ୍ଟାମ୍ପିଙ୍ଗ୍‌, ବ୍ୟାଙ୍କ ଓ କର୍ପୋରେଟଗୁଡିକ ପାଇଁ ଷ୍ଟାମ୍ପ ଡ୍ୟୁଟି ପଇଠ କରିବାର ପ୍ରକ୍ରିୟାକୁ ପେପରଲେସ୍‌ କରୁଛି ଏବଂ ଏହା ବ୍ୟାଙ୍କ ଗ୍ୟାରେଣ୍ଟିଗୁଡିକର ଡିଜିଟାଲୀକରଣକୁ ସୁଗମ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ। ଏହା ଗ୍ୟାରେଣ୍ଟି ଇସ୍ୟୁ କରୁଥିବା ବ୍ୟାଙ୍କଗୁଡିକୁ ଡିଜିଟାଲ ମାଧ୍ୟମରେ ଷ୍ଟାମ୍ପ ଡ୍ୟୁଟି ପେମେଣ୍ଟ ପାଇଁ ଆବେଦନ କରିବା ଏବଂ ଇ-ଷ୍ଟାମ୍ପ ସାର୍ଟିଫିକେଟ ତତ୍କାଳ ହାସଲ କରିବା ପାଇଁ ସକ୍ଷମ କରୁଛି। ଓଡ଼ିଶା ପାଇଁ ଷ୍ଟେଟ୍‌-ଲେଭେଲ ବ୍ୟାଙ୍କର୍ସ କମିଟି (ଏସ୍‌ଏଲ୍‌ବିସି)ର କନ୍‌ଭେନର୍‌ ୟୁକୋ ବ୍ୟାଙ୍କ ପକ୍ଷରୁ ସ୍ବିଫ୍ଟ ଇଣ୍ଡିଆ ସହିତ ନିକଟରେ ବ୍ୟାଙ୍କ ଗ୍ୟାରେଣ୍ଟିଗୁଡିକ ପାଇଁ ଅଟୋମେଟେଡ ଇ-ଷ୍ଟାମ୍ପିଙ୍ଗ୍‌ ସଲ୍ୟୁଶନର ଶୁଭାରମ୍ଭ କରିଛି। ଏହି ଶୁଭାରମ୍ଭ କାର୍ଯ୍ୟକ୍ରମକୁ ଓଡିଶାର ସମସ୍ତ ଅଂଶଗ୍ରହଣକାରୀ ବ୍ୟାଙ୍କଗୁଡିକର ଉତ୍ସାହପୂର୍ଣ୍ଣ ସମର୍ଥନ ମିଳିଥିଲା ଏବଂ ଏଥିରେ ରାଜ୍ୟ ସରକାରଙ୍କ ଡେପୁଟି ଇନସ୍ପେକ୍ଟର ଜେନେରାଲ ଶ୍ରୀକାନ୍ତ କୁମାର ବେହୁରା ପ୍ରମୁଖ ଯୋଗ ଦେଇଥିଲେ।

The post ଓଡ଼ିଶାରେ ଅଟୋମେଟେଡ୍‌ ଇ-ଷ୍ଟାମ୍ପିଙ୍ଗ୍‌ ସଲ୍ୟୁଶନର ଶୁଭାରମ୍ଭ appeared first on Dharitri Odia News.