ଓଡ଼ିଶାରେ ଆଳୁ ପିଆଜ ଚାଷକୁ ମିଳିବ ପ୍ରୋତ୍ସାହନ,୫୮ଟି ସବ୍ଡିଭିଜନରେ ହେବ ଶୀତଳ ଭଣ୍ଡାର:ମନ୍ତ୍ରୀ
ଭୁବନେଶ୍ବର ୨୭/୭: ୩ ଦିନରେ କମିବ ଆଳୁ ଦର । ଆଉ ଦିନେ ଦୁଇ ଦିନ ପରେ ଆଳୁ କିଲୋ ପ୍ରତି ୨୦ରୁ ୨୫ ଟଙ୍କାରେ ମିଳିବ । ରାଜ୍ୟରେ ଆଳୁ ଓ ପିଆଜ ଚାଷକୁ ମିଳିବ ସ୍ବତନ୍ତ୍ର ପ୍ରୋତ୍ସାହନ । ପ୍ରଥମ ପର୍ଯ୍ୟାୟରେ ୫୮ଟି ସବ୍ଡିଭିଜନରେ ତିଆରି ହେବ ଶୀତଳ ଭଣ୍ଡାର । ଆଳୁ ସଂକଟ ନେଇ ଏମିତି ପ୍ରତିକ୍ରିୟା ରଖିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଢେଙ୍କାନାଳରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଆୟୋଜିତ ତ୍ରିରଙ୍ଗା ଓ ମଶାଲ ଶୋଭାଯାତ୍ରାରେ ଯୋଗ ଦେବା ଅବସରରେ ମନ୍ତ୍ରୀ କହିଛନ୍ତି ଆଳୁ ସଂକଟ ୨ଦିନ ଭିତରେ ଦୂର ହେବ । ପଡୋଶୀ ପଶ୍ଚିମବଙ୍ଗ ସରକାରଙ୍କ ସହ କଥାବାର୍ତ୍ତା ପରେ ଓଡ଼ିଶାକୁ ଆଳୁ ଆସିବା ଆରମ୍ଭ ହେଲାଣି । ରାଜ୍ୟରେ ଏବେ ଆଳୁ ଦର ୩୨ରୁ ୩୪ ଟଙ୍କା ରହିଛି । ଆଉ ଦିନେ ୨ଦିନ ମଧ୍ୟରେ ଆଳୁ ଦର କିଲୋ ପ୍ରତି ୨୦ରୁ ୨୫ ଟଙ୍କା ହେବ । ଏବେ ଆମ ସରକାର ଆସିଛି । ଦରଦାମ ବୃଦ୍ଧି ନିୟନ୍ତ୍ରଣ ପାଇଁ ଦୀର୍ଘମିଆଦି ଯୋଜନା ଆଣୁଛନ୍ତି ସରକାର । ରାଜ୍ୟରେ ଆଳୁ ପିଆଜ ଚାଷକୁ ସ୍ବତନ୍ତ୍ର ଭାବେ ପ୍ରୋତ୍ସାହନ ଦିଆଯିବ । ପ୍ରାଥମିକ ପର୍ଯ୍ୟାୟରେ ୫୮ଟି ସବ୍ଡିଭିଜନରେ ଶୀତଳ ଭଣ୍ଡାର ଖୋଲାଯିବ । ପ୍ରଚୁର ପରିମାଣରେ ଆଳୁ ପିଆଜ ଉତ୍ପାଦନ କରାଯିବ । ଅଧିକ ଉତ୍ପାଦନ ହେଲେ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡିବନି ବୋଲି କହିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।
ଭୁବନେଶ୍ବର ୨୭/୭: ୩ ଦିନରେ କମିବ ଆଳୁ ଦର । ଆଉ ଦିନେ ଦୁଇ ଦିନ ପରେ ଆଳୁ କିଲୋ ପ୍ରତି ୨୦ରୁ ୨୫ ଟଙ୍କାରେ ମିଳିବ । ରାଜ୍ୟରେ ଆଳୁ ଓ ପିଆଜ ଚାଷକୁ ମିଳିବ ସ୍ବତନ୍ତ୍ର ପ୍ରୋତ୍ସାହନ । ପ୍ରଥମ ପର୍ଯ୍ୟାୟରେ ୫୮ଟି ସବ୍ଡିଭିଜନରେ ତିଆରି ହେବ ଶୀତଳ ଭଣ୍ଡାର । ଆଳୁ ସଂକଟ ନେଇ ଏମିତି ପ୍ରତିକ୍ରିୟା ରଖିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।
ଢେଙ୍କାନାଳରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଆୟୋଜିତ ତ୍ରିରଙ୍ଗା ଓ ମଶାଲ ଶୋଭାଯାତ୍ରାରେ ଯୋଗ ଦେବା ଅବସରରେ ମନ୍ତ୍ରୀ କହିଛନ୍ତି ଆଳୁ ସଂକଟ ୨ଦିନ ଭିତରେ ଦୂର ହେବ । ପଡୋଶୀ ପଶ୍ଚିମବଙ୍ଗ ସରକାରଙ୍କ ସହ କଥାବାର୍ତ୍ତା ପରେ ଓଡ଼ିଶାକୁ ଆଳୁ ଆସିବା ଆରମ୍ଭ ହେଲାଣି । ରାଜ୍ୟରେ ଏବେ ଆଳୁ ଦର ୩୨ରୁ ୩୪ ଟଙ୍କା ରହିଛି । ଆଉ ଦିନେ ୨ଦିନ ମଧ୍ୟରେ ଆଳୁ ଦର କିଲୋ ପ୍ରତି ୨୦ରୁ ୨୫ ଟଙ୍କା ହେବ ।
ଏବେ ଆମ ସରକାର ଆସିଛି । ଦରଦାମ ବୃଦ୍ଧି ନିୟନ୍ତ୍ରଣ ପାଇଁ ଦୀର୍ଘମିଆଦି ଯୋଜନା ଆଣୁଛନ୍ତି ସରକାର । ରାଜ୍ୟରେ ଆଳୁ ପିଆଜ ଚାଷକୁ ସ୍ବତନ୍ତ୍ର ଭାବେ ପ୍ରୋତ୍ସାହନ ଦିଆଯିବ । ପ୍ରାଥମିକ ପର୍ଯ୍ୟାୟରେ ୫୮ଟି ସବ୍ଡିଭିଜନରେ ଶୀତଳ ଭଣ୍ଡାର ଖୋଲାଯିବ । ପ୍ରଚୁର ପରିମାଣରେ ଆଳୁ ପିଆଜ ଉତ୍ପାଦନ କରାଯିବ । ଅଧିକ ଉତ୍ପାଦନ ହେଲେ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡିବନି ବୋଲି କହିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।