ଓଡ଼ିଶାରେ କିଏ ହେବେ ମୁଖ୍ୟମନ୍ତ୍ରୀ, କହିଲେ ମନମୋହନ ସାମଲ
ଭୁବନେଶ୍ୱର, ୫।୬: ଭାଜପାର ବିପୁଳ ବିଜୟ ପରେ ମନମୋହନ ସାମଲ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଓଡ଼ିଶାରେ ପରିବର୍ତ୍ତନ ଆଣିବା ଲୋକଙ୍କ ମନରେ ଥିଲା।ଏ ନିର୍ବାଚନ ସାଧାରଣ ଲୋକଙ୍କ ଥିଲା, ସେମାନେ ଲଢୁଥିଲେ। ଭ୍ରଷ୍ଟ ଶାସନ ବିରୋଧରେ, ଓଡ଼ିଶାର ଅସ୍ମିତା ପାଇଁ ଲଢ଼ିଥିଲୁ। ଏସବୁ କଥା ଓଡ଼ିଶାର ଭୋଟର ଗ୍ରହଣ କରିଥିଲେ। ମନମୋହନ କହିଛନ୍ତି, କିଏ ମୁଖ୍ୟମନ୍ତ୍ରୀ ହେବ ପାର୍ଲାମେଣ୍ଟ ପାର୍ଟି ନିଷ୍ପତ୍ତି ନେବ। ପ୍ରଧାନମନ୍ତ୍ରୀ କହିବା ଅନୁସାରେ ଜଣେ ଓଡ଼ିଆ ହିଁ ମୁଖ୍ୟମନ୍ତ୍ରୀ ହେବେ। ସରକାର […] The post ଓଡ଼ିଶାରେ କିଏ ହେବେ ମୁଖ୍ୟମନ୍ତ୍ରୀ, କହିଲେ ମନମୋହନ ସାମଲ appeared first on Dharitri Odia News.
ଭୁବନେଶ୍ୱର, ୫।୬: ଭାଜପାର ବିପୁଳ ବିଜୟ ପରେ ମନମୋହନ ସାମଲ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଓଡ଼ିଶାରେ ପରିବର୍ତ୍ତନ ଆଣିବା ଲୋକଙ୍କ ମନରେ ଥିଲା।ଏ ନିର୍ବାଚନ ସାଧାରଣ ଲୋକଙ୍କ ଥିଲା, ସେମାନେ ଲଢୁଥିଲେ। ଭ୍ରଷ୍ଟ ଶାସନ ବିରୋଧରେ, ଓଡ଼ିଶାର ଅସ୍ମିତା ପାଇଁ ଲଢ଼ିଥିଲୁ। ଏସବୁ କଥା ଓଡ଼ିଶାର ଭୋଟର ଗ୍ରହଣ କରିଥିଲେ।
ମନମୋହନ କହିଛନ୍ତି, କିଏ ମୁଖ୍ୟମନ୍ତ୍ରୀ ହେବ ପାର୍ଲାମେଣ୍ଟ ପାର୍ଟି ନିଷ୍ପତ୍ତି ନେବ। ପ୍ରଧାନମନ୍ତ୍ରୀ କହିବା ଅନୁସାରେ ଜଣେ ଓଡ଼ିଆ ହିଁ ମୁଖ୍ୟମନ୍ତ୍ରୀ ହେବେ। ସରକାର ଆସିବା ମାତ୍ରେ ଯାହା କହିଥିଲୁ ତାହା କରିବୁ। ଆୟୁଷ୍ମାନ ଯୋଜନା ଲାଗୁ କରିବୁ, ଶ୍ରୀମନ୍ଦିର ଚାରି ଦ୍ବାର ଖୋଲିବୁ।
ରାଜ୍ୟ ସଭାପତି ମନମୋହନ ସାମଲ ବିଜେଡି ପ୍ରାର୍ଥୀ ଚାନ୍ଦବାଲିରୁ ବ୍ୟୋମକେଶ ରାୟଙ୍କଠାରୁ ପରାଜିତ ହୋଇଛନ୍ତି। ବ୍ୟୋମକେଶ ୮୩୦୬୩ ଭୋଟ ପାଇଥିବା ବେଳେ ମନମୋହନ ୮୧ ୧୪୭ ଖଣ୍ଡ ଭୋଟ ପାଇଛନ୍ତି। କଂଗ୍ରେସ ପ୍ରାର୍ଥୀ ଅମିୟ କୁମାର ମହାପାତ୍ର ୨୮୪୮୩ ଖଣ୍ଡ ଭୋଟ ପାଇଛନ୍ତି।
The post ଓଡ଼ିଶାରେ କିଏ ହେବେ ମୁଖ୍ୟମନ୍ତ୍ରୀ, କହିଲେ ମନମୋହନ ସାମଲ appeared first on Dharitri Odia News.