ଓଡ଼ିଶାରେ ଗାଡ଼ି ବିକ୍ରି ୨୧.୮୫% ବୃଦ୍ଧି

ଭୁବନେଶ୍ୱର,୭।୮(ଅନୁରାଧା ମହାରଣା): ଫେଡେରେଶନ ଅଫ୍‌ ଅଟୋମୋବାଇଲ ଡିଲର୍ସ ଆସୋସିଏଶନ(ଏଫ୍‌ଏଡିଏ) ଜୁଲାଇରେ ଖୁଚୁରା ବିକ୍ରୟ ରିପୋର୍ଟ ପ୍ରକାଶ କରିଛି। ଓଡ଼ିଶାରେ ଗତ ବର୍ଷ ଜୁଲାଇ ତୁଳନାରେ ଚଳିତ ବର୍ଷ ଜୁଲାଇରେ ଯାନବାହନ ବିକ୍ରି ସଂଖ୍ୟା ବୃଦ୍ଧି ପାଇଛି। ଯାନବାହନ କ୍ରୟରେ ୨୧.୮୫% ବୃଦ୍ଧି ଘଟିଛି। ୨୦୨୩ ମେ’ରେ ୫୦,୭୦୭ ୟୁନିଟ୍‌ ଯାନ ବିକ୍ରି ହୋଇଥିବାବେଳେ ୨୦୨୪ରେ ଏହି ସଂଖ୍ୟା ୬୧,୭୮୫ ୟୁନିଟ୍‌ରେ ପହଞ୍ଚିଛି। ନୂତନ ମଡେଲ ଲଞ୍ଚ ଏବଂ ରିହାତି ବୃଦ୍ଧି ହେତୁ ଜୁଲାଇରେ ଭାରତରେ ଯାତ୍ରୀବାହୀ ଯାନଗୁଡ଼ିକର […] The post ଓଡ଼ିଶାରେ ଗାଡ଼ି ବିକ୍ରି ୨୧.୮୫% ବୃଦ୍ଧି appeared first on Dharitri Odia News.

ଓଡ଼ିଶାରେ ଗାଡ଼ି ବିକ୍ରି ୨୧.୮୫% ବୃଦ୍ଧି

ଭୁବନେଶ୍ୱର,୭।୮(ଅନୁରାଧା ମହାରଣା): ଫେଡେରେଶନ ଅଫ୍‌ ଅଟୋମୋବାଇଲ ଡିଲର୍ସ ଆସୋସିଏଶନ(ଏଫ୍‌ଏଡିଏ) ଜୁଲାଇରେ ଖୁଚୁରା ବିକ୍ରୟ ରିପୋର୍ଟ ପ୍ରକାଶ କରିଛି। ଓଡ଼ିଶାରେ ଗତ ବର୍ଷ ଜୁଲାଇ ତୁଳନାରେ ଚଳିତ ବର୍ଷ ଜୁଲାଇରେ ଯାନବାହନ ବିକ୍ରି ସଂଖ୍ୟା ବୃଦ୍ଧି ପାଇଛି। ଯାନବାହନ କ୍ରୟରେ ୨୧.୮୫% ବୃଦ୍ଧି ଘଟିଛି। ୨୦୨୩ ମେ’ରେ ୫୦,୭୦୭ ୟୁନିଟ୍‌ ଯାନ ବିକ୍ରି ହୋଇଥିବାବେଳେ ୨୦୨୪ରେ ଏହି ସଂଖ୍ୟା ୬୧,୭୮୫ ୟୁନିଟ୍‌ରେ ପହଞ୍ଚିଛି।
ନୂତନ ମଡେଲ ଲଞ୍ଚ ଏବଂ ରିହାତି ବୃଦ୍ଧି ହେତୁ ଜୁଲାଇରେ ଭାରତରେ ଯାତ୍ରୀବାହୀ ଯାନଗୁଡ଼ିକର ଖୁଚୁରା ବିକ୍ରି ବର୍ଷ ତୁଳନାରେ ୧୬.୩୫% ବୃଦ୍ଧି ପାଇଛି। ଜୁଲାଇରେ ମୋଟ ଯାତ୍ରୀବାହୀ ଯାନ ଖୁଚୁରା ବିକ୍ରି ୬୮୮୯ ୟୁନିଟ୍‌କୁ ବୃଦ୍ଧି ପାଇଥିବାବେଳେ ଜୁଲାଇ ୨୦୨୩ରେ ଏହା ୫୯୨୧ ୟୁନିଟ୍‌ ଥିଲା। ବାଇକ୍‌, ସ୍କୁଟି ଆଦି ଦୁଇଚକିଆ ଯାନର ଖୁଚୁରା ବିକ୍ରି ଜୁଲାଇରେ ୨୨.୩୪ ପ୍ରତିଶତ ବୃଦ୍ଧି ହୋଇ ୪୬୯୭୦ ୟୁନିଟ୍‌ରେ ପହଞ୍ଚିଛି। ଜୁଲାଇ ୨୦୨୩ରେ ୩୮୩୯୪ ୟୁନିଟ୍‌ ଥିଲା। ବାଣିଜି୍ୟକ ଯାନଗୁଡ଼ିକର ଖୁଚୁରା ବିକ୍ରି ଗତ ବର୍ଷ ତୁଳନାରେ ୧୧.୩୧% ବୃଦ୍ଧି ପାଇ ଜୁଲାଇରେ ୨୯୬୨ ୟୁନିଟ୍‌ରେ ପହଞ୍ଚିଛି। ତେବେ ଟ୍ରାକ୍ଟର ବିକ୍ରି ଗତ ବର୍ଷ ତୁଳନାରେ ୩୪.୮୧% ବୃଦ୍ଧି ପାଇ ଜୁଲାଇରେ ୭୯,୯୭୦ ୟୁନିଟ୍‌ରେ ପହଞ୍ଚିଛି।

The post ଓଡ଼ିଶାରେ ଗାଡ଼ି ବିକ୍ରି ୨୧.୮୫% ବୃଦ୍ଧି appeared first on Dharitri Odia News.