ଓଡ଼ିଶାରେ ପ୍ରଥମ କରୋନା ସଂକ୍ରମିତଙ୍କ ମୃତ୍ୟୁ !
ସମାଜ ଡିଜିଟାଲ ଡେସ୍କ: ଓଡ଼ିଶାରେ ଚଳିତବର୍ଷର ପ୍ରଥମ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମୃତକ ଜଣେ ବୃଦ୍ଧ ଏବଂ ସେ ଭୁବନେଶ୍ଵରର ବାସିନ୍ଦା। ସେ କିଛିଦିନ ତଳେ କୋଭିଡରେ ସଂକ୍ରମିତ ହୋଇଥିବା ନେଇ ଚିହ୍ନଟ ହୋଇଥିଲେ। ଏହା ପରେ ଘରେ ରହି ସେ ଚିକିତ୍ସିତ ହେଉଥିଲେ ବୋଲି କୁହାଯାଉଛି। ସେ ଅନ୍ୟାନ୍ୟ ରୋଗରେ ମଧ୍ୟ ପୀଡ଼ିତ ଥିଲେ ବୋଲି ଜଣାପଡ଼ିଛି। ଏ ସମ୍ପର୍କରେ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ।