ଓଡ଼ିଶାରେ ସକାଳ ୮ଟାରୁ ହେବ ମତଗଣନା, ଇସିଆଇ ଦେଲେ ସୂଚନା

ଭୁବନେଶ୍ୱର/ନୂଆଦିଲ୍ଲୀ,୩।୬: ଦେଶରେ ଶନିବାର ଶେଷ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ତେବେ ଏହି ୭ଟି ପର୍ଯ୍ୟାୟରେ ହୋଇଥିବା ଭୋଟିଂର କାଉଣ୍ଟିଂ ମଙ୍ଗଳବାର ସକାଳ ୮ଟାରେ ଆରମ୍ଭ ହେବାକୁ ଯାଉଛି। ଆନ୍ଧ୍ର ପ୍ରଦେଶ ଓ ଓଡ଼ିଶାରେ ବିଧାନସଭା ନିର୍ବାଚନ ଓ ନିର୍ବାଚନମଣ୍ଡଳୀଗୁଡିକର ଉପ-ନିର୍ବାଚନ ପାଇଁ ଭୋଟ ଗଣନା ମଙ୍ଗଳବାର ଦିନ ହିଁ ଅନୁଷ୍ଠିତ ହେବ। ମତଗଣନା ସକାଳ ୮ଟାରୁ ଆରମ୍ଭ ହେବ ବୋଲି ଇସିଆଇ ସୂଚନା ଦେଇଛନ୍ତି। ଦେଶରେ ସାଧାରଣ ନିର୍ବାଚନ ୧୯ ଏପ୍ରିଲରୁ ୧ ଜୁନ ପର୍ଯ୍ୟନ୍ତ […] The post ଓଡ଼ିଶାରେ ସକାଳ ୮ଟାରୁ ହେବ ମତଗଣନା, ଇସିଆଇ ଦେଲେ ସୂଚନା appeared first on Dharitri Odia News.

ଓଡ଼ିଶାରେ ସକାଳ ୮ଟାରୁ ହେବ ମତଗଣନା, ଇସିଆଇ ଦେଲେ ସୂଚନା

ଭୁବନେଶ୍ୱର/ନୂଆଦିଲ୍ଲୀ,୩।୬: ଦେଶରେ ଶନିବାର ଶେଷ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ତେବେ ଏହି ୭ଟି ପର୍ଯ୍ୟାୟରେ ହୋଇଥିବା ଭୋଟିଂର କାଉଣ୍ଟିଂ ମଙ୍ଗଳବାର ସକାଳ ୮ଟାରେ ଆରମ୍ଭ ହେବାକୁ ଯାଉଛି। ଆନ୍ଧ୍ର ପ୍ରଦେଶ ଓ ଓଡ଼ିଶାରେ ବିଧାନସଭା ନିର୍ବାଚନ ଓ ନିର୍ବାଚନମଣ୍ଡଳୀଗୁଡିକର ଉପ-ନିର୍ବାଚନ ପାଇଁ ଭୋଟ ଗଣନା ମଙ୍ଗଳବାର ଦିନ ହିଁ ଅନୁଷ୍ଠିତ ହେବ। ମତଗଣନା ସକାଳ ୮ଟାରୁ ଆରମ୍ଭ ହେବ ବୋଲି ଇସିଆଇ ସୂଚନା ଦେଇଛନ୍ତି।

ଦେଶରେ ସାଧାରଣ ନିର୍ବାଚନ ୧୯ ଏପ୍ରିଲରୁ ୧ ଜୁନ ପର୍ଯ୍ୟନ୍ତ ସାତୋଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଯାଇଛି। ତେବେ ଏହି ସାତୋଟି ପର୍ଯ୍ୟାୟରେ ହୋଇଥିବା ସମସ୍ତ ଭୋଟିଂର ଫଳାଫଳ ଜୁନ ୪ରେ ଘୋଷଣା ହେବ। ତେବେ ଭୋଟ ଗଣତିର ସମ୍ପର୍ଣ୍ଣ ସମ୍ପୂର୍ଣ୍ଣ ସୂଚନା ଓ ଫଳାଫଳ ECI ୱେବସାଇଟ results.eci.gov.in ତଥା ଭୋଟର ହେଲ୍ପଲାଇନ ଆପରେ ଉପଲବ୍ଧ ହେବ। ଗୁଗୁଲ ପ୍ଲେ ଷ୍ଟୋର କିମ୍ବା ଆପଲର ପ୍ଲେ ଷ୍ଟୋରରୁ ଭୋଟର ହେଲ୍ପଲାଇନ ଆପ ଡାଉନଲୋଡ କରି ନିର୍ବାଚନ ସମ୍ପର୍କିତ ସମସ୍ତ ତଥ୍ୟ ଦେଖିହେବ ।

ସୂଚନାଥାଉ କି, ଜୁନ ୪ରେ ଲୋକ ସଭା ନିର୍ବାଚନର ରେଜଲ୍ଟ ଆସିବାକୁ ଯାଉଛି। ତେବେ ଏହାର ଗୋଟିଏ ଦିନ ପୂର୍ବରୁ ସୋମବାର ନିର୍ବାଚନ କମିଶନର ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀ କରି ନିର୍ବାଚନ ସମ୍ପର୍କିତ ସୂଚନା ଦେଇଛନ୍ତି। ଦେଶର ନିର୍ବାଚନ ଇତିହାସରେ ପ୍ରଥମ ଥର ପାଇଁ ଭୋଟ ଶେଷ ହେବା ପରେ ଇସିଆଇ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି।

 

The post ଓଡ଼ିଶାରେ ସକାଳ ୮ଟାରୁ ହେବ ମତଗଣନା, ଇସିଆଇ ଦେଲେ ସୂଚନା appeared first on Dharitri Odia News.