ଓଡ଼ିଶାରେ ସିବିଆଇର ପ୍ରଥମ ମହିଳା ଶାଖା
ଭୁବନେଶ୍ୱର,୨୧।୫ (ଅଭୟ ଦାଶ): ଓଡ଼ିଶାରେ ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ବା ସିବିଆଇର ପ୍ରଥମ ମହିଳା ଶାଖା ଭୁବନେଶ୍ୱରସ୍ଥିତ ନୟାପଲ୍ଲୀଠାରେ ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ ମୁମ୍ବାଇସ୍ଥିତ ସିବିଆଇ କେନ୍ଦ୍ରୀୟ କାର୍ଯ୍ୟାଳୟର ମହାପ୍ରବନ୍ଧକ ସଞ୍ଜୁ ଭି ମଙ୍ଗରୁଲକର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସିବିଆଇର ବହୁ ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଯୋଗ ଦେଇଥିଲେ। ଉଲ୍ଲେଖଯୋଗ୍ୟ, ମୁମ୍ବାଇସ୍ଥିତ ସିବିଆଇ କେନ୍ଦ୍ରୀୟ କାର୍ଯ୍ୟାଳୟର ମହାପ୍ରବନ୍ଧକ ସଞ୍ଜୁ ଭି ମଙ୍ଗରୁଲକର ନିକଟରେ ଭୁବନେଶ୍ୱର […] The post ଓଡ଼ିଶାରେ ସିବିଆଇର ପ୍ରଥମ ମହିଳା ଶାଖା appeared first on Dharitri Odia News.
ଭୁବନେଶ୍ୱର,୨୧।୫ (ଅଭୟ ଦାଶ): ଓଡ଼ିଶାରେ ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ବା ସିବିଆଇର ପ୍ରଥମ ମହିଳା ଶାଖା ଭୁବନେଶ୍ୱରସ୍ଥିତ ନୟାପଲ୍ଲୀଠାରେ ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ ମୁମ୍ବାଇସ୍ଥିତ ସିବିଆଇ କେନ୍ଦ୍ରୀୟ କାର୍ଯ୍ୟାଳୟର ମହାପ୍ରବନ୍ଧକ ସଞ୍ଜୁ ଭି ମଙ୍ଗରୁଲକର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସିବିଆଇର ବହୁ ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଯୋଗ ଦେଇଥିଲେ। ଉଲ୍ଲେଖଯୋଗ୍ୟ, ମୁମ୍ବାଇସ୍ଥିତ ସିବିଆଇ କେନ୍ଦ୍ରୀୟ କାର୍ଯ୍ୟାଳୟର ମହାପ୍ରବନ୍ଧକ ସଞ୍ଜୁ ଭି ମଙ୍ଗରୁଲକର ନିକଟରେ ଭୁବନେଶ୍ୱର ଆସିଥିଲେ। ତାଙ୍କର ଏହି ପ୍ରଥମ ଗସ୍ତ ଅବସରରେ ସେ ବ୍ୟାଙ୍କର ପ୍ରଥମ ମହିଳା ଶାଖାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଏହି ଅବସରରେ ମଙ୍ଗରୁଲକର ଉପସ୍ଥିତ ସମସ୍ତଙ୍କୁ ସମ୍ବୋଧନ କରିବା ସହ ମହିଳାମାନେ ବିଭିନ୍ନ କ୍ଷେତ୍ରରେ ଅଗ୍ରଣୀ ରହୁଥିବା ବେଳେ ମହିଳା ଶାଖାର ଗୁରୁତ୍ୱ ମହିଳା ଉଦ୍ୟୋଗୀମାନଙ୍କର ଆବଶ୍ୟକତାକୁ ପୂରଣ କରିବା ସହ ବ୍ୟାଙ୍କର ବ୍ୟବସାୟିକ ଅଭିବୃଦ୍ଧିରେ ସହାୟକ ହୋଇପାରିବ ବୋଲି ସେ କହିଥିଲେ। ସେହିଭଳି ବ୍ୟାଙ୍କ ପକ୍ଷରୁ ଆୟୋଜିତ ଗ୍ରାହକ ସମ୍ମିଳନୀରେ ଯୋଗ ଦେଇ ସେ ଗ୍ରାହକମାନଙ୍କ ସହ ଭାବାନୁପ୍ରଦାନ କରିବା ସହ ସେମାନଙ୍କୁ ସର୍ବୋତ୍ତମ ଗ୍ରାହକ ସେବା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଅପରପକ୍ଷରେ ବ୍ୟାଙ୍କର ଭୁବନେଶ୍ୱର କ୍ଷେତ୍ର ଅନ୍ତର୍ଗତ ସମସ୍ତ ଶାଖା ମୁଖ୍ୟମାନଙ୍କର ଏକ ସମୀକ୍ଷା ବୈଠକ ଆୟୋଜନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ମଙ୍ଗରୁଲକର ପ୍ରତ୍ୟେକ ଅଭାବୀ ଗ୍ରାହକଙ୍କ ନିକଟରେ ପହଞ୍ଚତ୍ବାକୁ ସେ ଶାଖା ମୁଖ୍ୟମାନଙ୍କୁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସିବିଆଇର ରାୟପୁର ଆଞ୍ଚଳିକ ମୁଖ୍ୟ ବି.ଆର୍.ରାମକ୍ରିଷ୍ଣା ନାଏକ, ସିବିଆଇ ଭୁବନେଶ୍ୱର କ୍ଷେତ୍ରର କ୍ଷେତ୍ରୀୟ ମୁଖ୍ୟ ଶ୍ରୀଶ କୁମାର ଶର୍ମା, ଉପ-କ୍ଷେତ୍ରୀୟ ମୁଖ୍ୟ ସୁରେଶ ଚନ୍ଦ୍ର ଏବଂ ନୟାପଲ୍ଲୀ ଶାଖାର ଶାଖା ମୁଖ୍ୟ ଦୀପିକା ଶ୍ରଦ୍ଧାଞ୍ଜଳିଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ।
The post ଓଡ଼ିଶାରେ ସିବିଆଇର ପ୍ରଥମ ମହିଳା ଶାଖା appeared first on Dharitri Odia News.