ଓଡିଆ ପୁଅଙ୍କୁ 'ସେନା ମେଡାଲ୍', ଆତଙ୍କବାଦୀଙ୍କୁ ନିପାତ କରି ହେଲେ ସମ୍ମାନିତ

ପାରାଦୀପ ପିପିଏଲର ବନ୍ତ ପାଢୀଙ୍କ ପୁଅ ମେଜର ପ୍ରଭଞ୍ଜନ ପାଢୀଙ୍କୁ ମିଳିଛି ସେନା ମେଡାଲ୍।

ଓଡିଆ ପୁଅଙ୍କୁ  'ସେନା ମେଡାଲ୍', ଆତଙ୍କବାଦୀଙ୍କୁ ନିପାତ କରି ହେଲେ ସମ୍ମାନିତ

ମାତ୍ର ୩୦ ବର୍ଷ ବୟସରେ ଓଡିଆ ପୁଅକୁ ମିଳିଛି 'ସେନା ମେଡାଲ୍'। ‘ଲସ୍କର-ଏ-ତୋଏବା’ ପରି ଆତଙ୍କବାଦୀ ସଙ୍ଗଠନର ଆତଙ୍କବାଦୀଙ୍କୁ ନିପାତ କରି ସାଧାରଣ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରି ପାରିଥିବାରୁ ମିଳିଛି ଏହି ମେଡାଲ । ପାରାଦୀପ ପିପିଏଲର ବନ୍ତ ପାଢୀଙ୍କ ପୁଅ ମେଜର ପ୍ରଭଞ୍ଜନ ପାଢୀଙ୍କୁ ମିଳିଛି ସେନା ମେଡାଲ୍।

ବୀରତ୍ୱ ଓ ସାହସିକତାର ପୁରସ୍କାର "ସେନା ପଦକ" ପାଇବା ପରେ ପ୍ରଭଞ୍ଜନଙ୍କ ଘରେ ଖୁସି କହିଲେ ନସରେ । ସବୁ ଓଡିଆଙ୍କ ପାଇଁ ତାଙ୍କ ପୁଅ ଗୌରବ ଆଣିଥିବା କହିଛନ୍ତି ବନ୍ତ ପାଢୀ।

Prabhanjan with familyପରିବାର ସହ ପ୍ରଭଞ୍ଜନ ପାଢୀ ।

ଦକ୍ଷିଣ କାଶ୍ମୀରର ଏକ ଜିଲ୍ଲାରେ କାଉଣ୍ଟର ଟେରରିଷ୍ଟ ଅପରେସନର ନେତୃତ୍ୱ ନେଇଥିଲେ ମେଜର ପ୍ରଭଞ୍ଜନ ପାଢୀ। ରାଷ୍ଟ୍ରୀୟ ରାଇଫଲ୍ସ ବାଟାଲିୟନର କମ୍ପାନୀ କମାଣ୍ଡର ଭାବରେ ନିଜ ଟିମ୍ ନେଇ ଆତଙ୍କୀମାନଙ୍କୁ ଘେରିଥିଲେ । ଅନ୍ଧାର ରାତିରେ ଆତଙ୍କବାଦୀଙ୍କ ଘନ ଘନ ଗ୍ରେନେଡ ଓ ରକେଟ ମାଡକୁ ଭୂକ୍ଷେପ ନକରି ଅପରେସନ ସଫଳ କରିଥିଲେ।

ଆର୍ମି ଡେ ପରେଡରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ସମ୍ମାନଜନକ ସେନା ପଦକ ପ୍ରଦାନ କରିଛନ୍ତି। ଖୁବ୍‌ କମ୍‌ ବୟସରୁ ଏପରି ସମ୍ମାନର ଅଧିକାରୀ ହୋଇ ପାରିଥିବା ପ୍ରଭଞ୍ଜନଙ୍କ ପାଇଁ ସମଗ୍ର ରାଜ୍ୟବାସୀ ଗର୍ବିତ ।