ଓଡିଆ ଫିଲ୍ମକୁ ମିଳୁନି ପ୍ରାଇମ୍ ସୋ’ ଟାଇମ୍ । ହତାଶ ହେଉଛନ୍ତି ଓଡିଆ ସିନେ ନିର୍ମାତା

କନକ ବ୍ୟୁରୋ: ଓଡ଼ିଆ ଫିଲ୍ମକୁ ମିଳୁନି ପ୍ରାଇମ ସୋ’ ଟାଇମ । ସପ୍ତାହେ ବି ଚାଲି ପାରୁନି ଓଡ଼ିଆ ସିନେମା । ମନମାନି କରୁଛନ୍ତି ମଲ୍ଟିପ୍ଲେକ୍ସ ମାଲିକ, ଆଉ ହତାଶ ହେଉଛନ୍ତି ଓଡ଼ିଆ ସିନେ ନିର୍ମାତା । କିଛି ଏଭଳି ଅଭିଯୋଗ ଆଣିଛନ୍ତି ସିନେ ପ୍ରଯୋଜକ । ଗତ ଶୁକ୍ରବାର ଅର୍ଥାତ ଜୁଲାଇ ୫ ତାରିଖରେ ରିଲିଜ ହୋଇଥିଲା ଚାଷୀଙ୍କୁ ନେଇ ଆଧାରିତ ସିନେମା ‘ସୀତା’ । ସେନ୍ସର ଠାରୁ ଆରମ୍ଭ ହୋଇଥିବା ସିନେମାର ସଂଘର୍ଷ, ରିଲିଜ […] The post ଓଡିଆ ଫିଲ୍ମକୁ ମିଳୁନି ପ୍ରାଇମ୍ ସୋ’ ଟାଇମ୍ । ହତାଶ ହେଉଛନ୍ତି ଓଡିଆ ସିନେ ନିର୍ମାତା first appeared on Kanak News.

ଓଡିଆ ଫିଲ୍ମକୁ ମିଳୁନି ପ୍ରାଇମ୍ ସୋ’ ଟାଇମ୍ । ହତାଶ ହେଉଛନ୍ତି ଓଡିଆ ସିନେ ନିର୍ମାତା

କନକ ବ୍ୟୁରୋ: ଓଡ଼ିଆ ଫିଲ୍ମକୁ ମିଳୁନି ପ୍ରାଇମ ସୋ’ ଟାଇମ । ସପ୍ତାହେ ବି ଚାଲି ପାରୁନି ଓଡ଼ିଆ ସିନେମା । ମନମାନି କରୁଛନ୍ତି ମଲ୍ଟିପ୍ଲେକ୍ସ ମାଲିକ, ଆଉ ହତାଶ ହେଉଛନ୍ତି ଓଡ଼ିଆ ସିନେ ନିର୍ମାତା । କିଛି ଏଭଳି ଅଭିଯୋଗ ଆଣିଛନ୍ତି ସିନେ ପ୍ରଯୋଜକ । ଗତ ଶୁକ୍ରବାର ଅର୍ଥାତ ଜୁଲାଇ ୫ ତାରିଖରେ ରିଲିଜ ହୋଇଥିଲା ଚାଷୀଙ୍କୁ ନେଇ ଆଧାରିତ ସିନେମା ‘ସୀତା’ । ସେନ୍ସର ଠାରୁ ଆରମ୍ଭ ହୋଇଥିବା ସିନେମାର ସଂଘର୍ଷ, ରିଲିଜ ପରେ ବି ଶେଷ ହେଉନାହିଁ। ରାଜ୍ୟର ମାତ୍ର ୧୦ଟି ହଲରେ ରିଲିଜ ହୋଇଛି ସିନେମା । ମାତ୍ର ଗୋଟିଏ ସପ୍ତାହରେ ଭୁବନେଶ୍ୱରର କେବଳ ଗୋଟିଏ ହଲରୁ ଏହା ଏକ ଲକ୍ଷ ଟଙ୍କାରୁ ଅଧିକ ରୋଜଗାର କରିଛି। ତଥାପି ହିନ୍ଦୀ ଫିଲ୍ମ ପାଇଁ ପ୍ରାଇମ ସୋ ମିଳୁନି ବୋଲି ଅଭିଯୋଗ କରିଛନ୍ତି ସିନେ ପ୍ରଯୋଜକ ତଥା ନିର୍ଦ୍ଦେଶକ ଅଶ୍ଵିନ ତ୍ରିପାଠୀ ।

ଠିକ ସେହିଭଳି ଗତ ରଜରେ ଅର୍ଥାତ ଜୁନ ୧୪ରେ ରିଲିଜ ହୋଇଥିବା ‘କୁହୁଡ଼ି’ ସିନେମାର ପ୍ରଯୋଜକ ମଧ୍ୟ ସମାନ ଅଭିଯୋଗ ଆଣିଛନ୍ତି । ଓଡ଼ିଶାରେ ଚାଲୁଥିବା ବିଭିନ୍ନ ମଲ୍ଟିପ୍ଲେକ୍ସର ମାଲିକମାନେ ଓଡ଼ିଆ ସିନେମାକୁ ହଲ୍ ଦେବାକୁ ଅମଙ୍ଗ ହେଉଛନ୍ତି । ଗୋଟିଏ ପଟେ ଆଜି ଦୁଇ ଦୁଇଟି ବିଗ୍ ବଜେଟ ହିନ୍ଦୀ ସିନେମା ରିଲିଜ ହୋଇଛି, ଯାହାକୁ ଦେଖିବା ପାଇଁ ଦର୍ଶକଙ୍କ ଭିଡ଼ ନାହିଁ, କିନ୍ତୁ ଅନ୍ୟପଟେ ଓଡ଼ିଆ ସିନେମା ହଟାଇ ଦିଆଯାଉଛି। ତେଣୁ ଅନ୍ୟ ରାଜ୍ୟର ସିନେମା ଶିଳ୍ପ ଭଳି ଆମ ରାଜ୍ୟରେ ଏକ ସ୍ୱତନ୍ତ୍ର ଆଇନର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ।

ଏବେ ଓଡ଼ିଆ ଅସ୍ମିତାକୁ ଗୁରୁତ୍ବ ଦିଆଯାଉଥିବା ବେଳେ ଓଡ଼ିଆ ସିନେମା ପାଇଁ ନୂଆ ସରକାରଙ୍କ କେତେ ଆନ୍ତରିକତା ରହୁଛି, ତାହା ଦେଖିବା ବାକି ରହିଲା ।

The post ଓଡିଆ ଫିଲ୍ମକୁ ମିଳୁନି ପ୍ରାଇମ୍ ସୋ’ ଟାଇମ୍ । ହତାଶ ହେଉଛନ୍ତି ଓଡିଆ ସିନେ ନିର୍ମାତା first appeared on Kanak News.