ଓଡିଆ ଭାଷାରେ ହେବ ଡାକ୍ତରୀ ପାଠପଢା, ୨୨ଜଣିଆ ବିଶେଷଜ୍ଞ କମିଟି ଗଠନ

ଭୁବନେଶ୍ୱର: ନିର୍ବାଚନ ସମୟରେ ଓଡିଆ ଅସ୍ମିତାର ନାରା ଦେଇ ଏବଂ ଏହାକୁ ମୁଖ୍ୟ ପ୍ରସଙ୍ଗ କରି ନିର୍ବାଚନ ବୈତରଣୀ ପାରି ହୋଇଥିବା ବିଜେପି ସରକାର ଗଢିବା ପରେ ନିଜର ପ୍ରତିଶ୍ରୁତି ପାଳନ ଦିଗରେ ପଦକ୍ଷେପ ନେବା ଆରମ୍ଭ କରିଛି । ଗୁରୁବାର ଓଡିଆ ଭାଷାରେ ସମସ୍ତ ସରକାରୀ କାମ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଏହା ପରେ ଓଡିଆ ଭାଷାରେ ଡାକ୍ତରୀ ପାଠ୍ୟକ୍ରମ ଲାଗୁ ନେଇ ବଡ ନିଷ୍ପତ୍ତି ନେଇଛନ୍ତି ମୋହନ ମାଝୀ ସରକାର […] The post ଓଡିଆ ଭାଷାରେ ହେବ ଡାକ୍ତରୀ ପାଠପଢା, ୨୨ଜଣିଆ ବିଶେଷଜ୍ଞ କମିଟି ଗଠନ appeared first on Odisha.News.

ଓଡିଆ ଭାଷାରେ ହେବ ଡାକ୍ତରୀ ପାଠପଢା, ୨୨ଜଣିଆ ବିଶେଷଜ୍ଞ କମିଟି ଗଠନ

ଭୁବନେଶ୍ୱର: ନିର୍ବାଚନ ସମୟରେ ଓଡିଆ ଅସ୍ମିତାର ନାରା ଦେଇ ଏବଂ ଏହାକୁ ମୁଖ୍ୟ ପ୍ରସଙ୍ଗ କରି ନିର୍ବାଚନ ବୈତରଣୀ ପାରି ହୋଇଥିବା ବିଜେପି ସରକାର ଗଢିବା ପରେ ନିଜର ପ୍ରତିଶ୍ରୁତି ପାଳନ ଦିଗରେ ପଦକ୍ଷେପ ନେବା ଆରମ୍ଭ କରିଛି । ଗୁରୁବାର ଓଡିଆ ଭାଷାରେ ସମସ୍ତ ସରକାରୀ କାମ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଏହା ପରେ ଓଡିଆ ଭାଷାରେ ଡାକ୍ତରୀ ପାଠ୍ୟକ୍ରମ ଲାଗୁ ନେଇ ବଡ ନିଷ୍ପତ୍ତି ନେଇଛନ୍ତି ମୋହନ ମାଝୀ ସରକାର । ନିର୍ବାଚନୀ ଇସ୍ତାହାରରେ ବିଜେପି ଦେଇଥିବା ପ୍ରତିଶ୍ରୁତି ଆଧାରରେ ରାଜ୍ୟ ସରକାର ଆଜି ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ମାନସ ରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ୨୨ଜଣିଆ ବିଶେଷଜ୍ଞ କମିଟି ଗଠନ କରିଛନ୍ତି ।

ଏହି କମିଟି ୧୫ ଦିନ ମଧ୍ୟରେ ତାଙ୍କର ରିପୋର୍ଟ ସ୍ୱାସ୍ଥ୍ୟ ବିଭାଗକୁ ଦେବେ । ଓଡ଼ିଆ ଭାଷାରେ ଏମବିବିଏସ୍ ଶିକ୍ଷାଦାନ ପାଇଁ ଅତ୍ୟାବଶ୍ୟକ ପାଠ୍ୟକ୍ରମର ଓଡ଼ିଆରେ ଅନୁବାଦ, କେତେ ସମୟ ଲାଗିବ ଓ ଏସବୁ ନିମନ୍ତେ ଆବଶ୍ୟକ ପାଣ୍ଠି ଆଦି ନେଇ ଏହି କମିଟି ତାଙ୍କର ରିପୋର୍ଟ ଦେବେ ବୋଲି ଜଣାପଡ଼ିଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁସାରେ, ୨୨ଜଣିଆ ବିଶେଷଜ୍ଞ କମିଟିର ଅଧ୍ୟକ୍ଷ ଭାବେ ପ୍ରଫେସର ଡାକ୍ତର ସାହୁ ରହିଥିବାବେଳେ ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାରଙ୍କୁ ଆବାହକ ଅଛନ୍ତି । ସଦସ୍ୟ ଭାବେ ବିଭିନ୍ନ ମେଡିକାଲ କଲେଜ ଓ ଭୁବନେଶ୍ୱର ଏମସ୍ ପ୍ରଫେସରମାନଙ୍କୁ ସାମିଲ କରାଯାଇଛି।

ସଦସ୍ୟମାନେ ହେଲେ ଡାକ୍ତର ପ୍ରଭାସ ତ୍ରିପାଠୀ, ପ୍ରଫେସର, ଅର୍ଚ୍ଚନା ମିଶ୍ର,ପ୍ରଫେସର ମନସ୍ୱିନୀ ମଙ୍ଗରାଜ, ପ୍ରଫେସର ନିରଞ୍ଜନ ରାଉତ, ଡାକ୍ତର ଭାରତ ପଟେଲ, ଡାକ୍ତର ପ୍ରଦୀପ କୁମାର ନାୟକ, ଡାକ୍ତର ବିଶ୍ୱରଞ୍ଜନ ପାଢ଼ୀ, ପ୍ରଫେସର ଦୁର୍ଗା ଶତପଥୀ, ପ୍ରଫେସର ପ୍ରଦୀପ୍ତ ପରିଡ଼ା, ପ୍ରଫେସର ପ୍ରସନ୍ନ କୁମାର ରାଠୋର, ଡାକ୍ତର ଲକ୍ଷ୍ମଣ ବାଗ, ପ୍ରଫେସର ରୀତାଞ୍ଜଳି ବେହେରା, ପ୍ରଫେସର ବିଷ୍ନୁ ପାତ୍ର, ପ୍ରଫେସର ଭାଗିରଥୀ ଦ୍ୱିବେଦୀ, ଡାକ୍ତର ବିଶ୍ୱନାଥ ବେହେରା, ପ୍ରଫେସର ମିହିର ରଞ୍ଜନ ନାୟକ, ପ୍ରଫେସର ରଞ୍ଜିତା ମହାପାତ୍ର,ଡାକ୍ତର ସୁଦୀପ୍ତ ନାୟକ, ଡାକ୍ତର ରାଜଶ୍ରୀ ରାଉତ ରହିଛନ୍ତି । ଏମାନଙ୍କ ବ୍ୟତୀତ ଓଡ଼ିଆ ଭାଷା ପ୍ରତିଷ୍ଠାନର କାର୍ଯ୍ୟକ୍ରମ ଉପଦେଷ୍ଟା ଡଃ ପ୍ରେମାନନ୍ଦ ମହାପାତ୍ର ମଧ୍ୟ ସଦସ୍ୟ ରହିଛନ୍ତି।

The post ଓଡିଆ ଭାଷାରେ ହେବ ଡାକ୍ତରୀ ପାଠପଢା, ୨୨ଜଣିଆ ବିଶେଷଜ୍ଞ କମିଟି ଗଠନ appeared first on Odisha.News.