ଓଡିଏମ୍‌ର ସ୍ବତନ୍ତ୍ର ସମ୍ବର୍ଦ୍ଧନା ସମାରୋହ

ଭୁବନେଶ୍ୱର,୧୯।୫ (ଅଭୟ ଦାଶ): ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭୁବନେଶ୍ୱରର ପଟିଆସ୍ଥିତ ଓଡିଏମ୍‌ ପବ୍ଲିକ୍‌ ସ୍କୁଲ୍‌ର ଛାତ୍ରୀଛାତ୍ରମାନେ ନିକଟରେ ପ୍ରକାଶିତ ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ (ସିବିଏସ୍‌ଇ) ଦଶମ ଓ ଦ୍ୱାଦଶ ଶ୍ରେଣୀର ବିଜ୍ଞାନ ଓ ବାଣିଜ୍ୟ ଫଳାଫଳରେ ଅଭୂତପୂର୍ବ ସଫଳତା ସହିତ କୃତିତ୍ୱ ହାସଲ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଏକ ସ୍ବତନ୍ତ୍ର ସମ୍ବର୍ଦ୍ଧନା ‘ଓଡିଏମ୍‌ ଉତ୍କର୍ଷ ଆୱାର୍ଡ-୨୦୨୪’ସମାରୋହ କାର୍ଯ୍ୟକ୍ରମ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଭାରତ ସରକାରଙ୍କ ଅଧୀନ କେନ୍ଦ୍ରୀୟ […] The post ଓଡିଏମ୍‌ର ସ୍ବତନ୍ତ୍ର ସମ୍ବର୍ଦ୍ଧନା ସମାରୋହ appeared first on Dharitri Odia News.

ଓଡିଏମ୍‌ର ସ୍ବତନ୍ତ୍ର ସମ୍ବର୍ଦ୍ଧନା ସମାରୋହ

ଭୁବନେଶ୍ୱର,୧୯।୫ (ଅଭୟ ଦାଶ): ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭୁବନେଶ୍ୱରର ପଟିଆସ୍ଥିତ ଓଡିଏମ୍‌ ପବ୍ଲିକ୍‌ ସ୍କୁଲ୍‌ର ଛାତ୍ରୀଛାତ୍ରମାନେ ନିକଟରେ ପ୍ରକାଶିତ ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ (ସିବିଏସ୍‌ଇ) ଦଶମ ଓ ଦ୍ୱାଦଶ ଶ୍ରେଣୀର ବିଜ୍ଞାନ ଓ ବାଣିଜ୍ୟ ଫଳାଫଳରେ ଅଭୂତପୂର୍ବ ସଫଳତା ସହିତ କୃତିତ୍ୱ ହାସଲ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଏକ ସ୍ବତନ୍ତ୍ର ସମ୍ବର୍ଦ୍ଧନା ‘ଓଡିଏମ୍‌ ଉତ୍କର୍ଷ ଆୱାର୍ଡ-୨୦୨୪’ସମାରୋହ କାର୍ଯ୍ୟକ୍ରମ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଭାରତ ସରକାରଙ୍କ ଅଧୀନ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଭୁବନେଶ୍ୱର ସମ୍ଭାଗର ଉପାୟୁକ୍ତ ଡ. ଶିହରଣ ବୋଷ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲାବେଳେ ସମ୍ମାନିତ ଅତିଥି ଭାବେ ଭାରତ ସରକାରଙ୍କ ଅଧୀନ ନବୋଦୟ ବିଦ୍ୟାଳୟ ସମିତିର ନବୋଦୟ ଲିଡର୍‌ଶିପ୍‌ ଇନ୍‌ଷ୍ଟିଚ୍ୟୁଟ୍‌ କୋଣାର୍କର ସଂଯୋଜିକା ସନ୍ଧ୍ୟା ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ। ସେହିଭଳି ଓଡିଏମ୍‌ ଶିକ୍ଷାସମୂହର ପ୍ରତିଷ୍ଠାତା ଡ.ସତ୍ୟବ୍ରତ ମୀନକେତନ ସମ୍ବର୍ଦ୍ଧନା ସଭାର ଆଭିମୁଖ୍ୟ ସହିତ କୃତୀ ଛାତ୍ରୀଛାତ୍ର ତଥା ସେମାନଙ୍କର ମାତାପିତା ଓ ଶିକ୍ଷୟିତ୍ରୀ ଶିକ୍ଷକମାନଙ୍କୁ ଅଭିନନ୍ଦନ ଜଣାଇଥିଲେ କରିଥିଲେ। ତତ୍‌ସହିତ ବିଦ୍ୟାଳୟର ସଫଳତା ପାଇଁ ଉପାଧ୍ୟକ୍ଷ ଡ.ରାଜେଶ କୁମାର ପାଢ଼ୀ, ଉପାଧ୍ୟକ୍ଷା ଡ.ସନ୍ଧ୍ୟାରାଣୀ ସ୍ବାଇଁ ଏପରିକି ସମସ୍ତ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ସେ ସାଧୁବାଦ ଜଣାଇଥିଲେ। ମୁଖ୍ୟ ଅତିଥି ଡ. ବୋଷ ଓଡିଏମ୍‌ର ଏହି ସଫଳତା ପାଇଁ ଡ. ମୀନକେତନଙ୍କୁ ଅଭିନନ୍ଦନ ଜଣାଇବା ସହ ସମସ୍ତ କୃତୀ ବିଦ୍ୟାର୍ଥୀମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ କୃତୀ ଛାତ୍ରୀଛାତ୍ରମାନେ ନିଜ ନିଜର ସଫଳତା କାହାଣୀକୁ ବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ବିତ୍ତ ଓ ପ୍ରଶାସନିକ ନିର୍ଦ୍ଦେଶିକା ଇନ୍ଦୁମତୀ ରାୟ, ମୁଖ୍ୟ କାର୍ଯ୍ୟକାରିଣୀ ଅଧିକାରୀ ସ୍ବୟନ୍‌ ସତ୍ୟେନ୍ଦୁ, ବିଦ୍ୟାଳୟର ଶିକ୍ଷା ଉପଦେଷ୍ଟା ବ୍ରହ୍ମାନନ୍ଦ ରାଉତ, ଶିକ୍ଷା ନିର୍ଦ୍ଦେଶକ ଡ.ଆର୍ତ୍ତତ୍ରାଣ ମିଶ୍ରଙ୍କ ସମେତ ବହୁ ବରିଷ୍ଠ ବ୍ୟକ୍ତିବିଶେଷ, ଶିକ୍ଷୟିତ୍ରୀ ଶିକ୍ଷକ,ଅଭିଭାବକ ଏବଂ ଛାତ୍ରୀଛାତ୍ରମାନେ ଉପସ୍ଥିତ ଥିଲେ।

The post ଓଡିଏମ୍‌ର ସ୍ବତନ୍ତ୍ର ସମ୍ବର୍ଦ୍ଧନା ସମାରୋହ appeared first on Dharitri Odia News.