ଓଡିଏମ୍‌ରେ ୧୦୮ କୁଣ୍ଡ ଗାୟତ୍ରୀ ଜ୍ଞାନଯଜ୍ଞ ଓ ବେଦପାଠ ଅନୁଷ୍ଠିତ

ଭୁବନେଶ୍ଵର: ଅଯୋଧ୍ୟାରେ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବ ଅବସରରେ ଏହାକୁ ସମ୍ମାନ ଜଣାଇ ପଟିଆସ୍ଥିତ ଓଡିଏମ ପବ୍ଲିକ ସ୍କୁଲ ପରିସରରେ ୧୦୮ କୁଣ୍ଡ ଗାୟତ୍ରୀ ଜ୍ଞାନଯଜ୍ଞ ଓ ବେଦପାଠ ଉତ୍ସବ ଏକ ଆଧ୍ୟାତ୍ମମିକ ପରିବେଶରେ ଅନୁଷ୍ଠିତ ହୋଇ ଯାଇଛି। ଓଡିଏମ ଶିକ୍ଷାନୁଷ୍ଠାନ ସମୂହର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଡ. ସତ୍ୟବ୍ରତ ମୀନକେତନ ଏବଂ ବିତ୍ତ ଓ ପ୍ରଶାସନିକ ନିର୍ଦ୍ଦେଶିକା ଇନ୍ଦୁମତୀ ରାୟ ପ୍ରଦୀପ ପ୍ରଜ୍ଜ୍ଵଳନ ପୂର୍ବକ ଏହି କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ। Also read- ଅଯୋଧ୍ୟା ମନ୍ଦିରରେ ଶ୍ରୀରାମଙ୍କ ମୂର୍ତ୍ତି କଳା ରଙ୍ଗର କାହିଁକି ? ଜାଣନ୍ତୁ ଏହା ପଛର କାରଣ ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟତ୍ରୀ ଏବଂ ଛାତ୍ର-ଛାତ୍ରୀ ଏହି ଯଜ୍ଞ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ବିଦ୍ୟାର୍ଥୀମାନଙ୍କ ଭିତରେ ଐଶ୍ଵରୀକ ଚେତନା ଜାଗ୍ରତ କରିବା ପାଇଁ ପ୍ରଭୁ ରାମଙ୍କର ବନ୍ଦନା କରାଯାଇଥିଲା। ଶଙ୍ଖ, ହୁଳହୁଳି ଓ ହରିବୋଲ ଧ୍ଵନିରେ ବିଦ୍ୟାଳୟ ପରିସର ରାମମୟ ହୋଇ ଉଠିଥିଲା। ଜୟ ଶ୍ରୀରାମ ଧ୍ଵନିରେ ବିଦ୍ୟାଳୟ ପରିବେଶ ପ୍ରକମ୍ପିତ ହୋଇ ଉଠିଛି। ଏହି ଅବସରରେ ସୂର୍ଯ୍ୟପୂଜା, ଅଗ୍ନି ପୂଜନ ଓ ପ୍ରାଣାୟମ କରାଯାଇଥିଲା। ଅଧ୍ୟକ୍ଷ ଡ. ମୀନକେତନ ଭାରତୀୟ ଦର୍ଶନରେ ଅବତାର ବାଦର ଅନ୍ୟତମ ଚରିତ୍ର ପ୍ରଭୁ ଶ୍ରୀରାମଚନ୍ଦ୍ର। ଭାରତୀୟ ସଂସ୍କୃତିର ମହାର୍ଘ୍ୟ ଚେତନାରେ ପ୍ରଭୁ ରାମଚନ୍ଦ୍ର ନୀତି,

ଓଡିଏମ୍‌ରେ ୧୦୮ କୁଣ୍ଡ ଗାୟତ୍ରୀ ଜ୍ଞାନଯଜ୍ଞ ଓ ବେଦପାଠ ଅନୁଷ୍ଠିତ

ଭୁବନେଶ୍ଵର: ଅଯୋଧ୍ୟାରେ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବ ଅବସରରେ ଏହାକୁ ସମ୍ମାନ ଜଣାଇ ପଟିଆସ୍ଥିତ ଓଡିଏମ ପବ୍ଲିକ ସ୍କୁଲ ପରିସରରେ ୧୦୮ କୁଣ୍ଡ ଗାୟତ୍ରୀ ଜ୍ଞାନଯଜ୍ଞ ଓ ବେଦପାଠ ଉତ୍ସବ ଏକ ଆଧ୍ୟାତ୍ମମିକ ପରିବେଶରେ ଅନୁଷ୍ଠିତ ହୋଇ ଯାଇଛି। ଓଡିଏମ ଶିକ୍ଷାନୁଷ୍ଠାନ ସମୂହର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଡ. ସତ୍ୟବ୍ରତ ମୀନକେତନ ଏବଂ ବିତ୍ତ ଓ ପ୍ରଶାସନିକ ନିର୍ଦ୍ଦେଶିକା ଇନ୍ଦୁମତୀ ରାୟ ପ୍ରଦୀପ ପ୍ରଜ୍ଜ୍ଵଳନ ପୂର୍ବକ ଏହି କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ।

Also read- ଅଯୋଧ୍ୟା ମନ୍ଦିରରେ ଶ୍ରୀରାମଙ୍କ ମୂର୍ତ୍ତି କଳା ରଙ୍ଗର କାହିଁକି ? ଜାଣନ୍ତୁ ଏହା ପଛର କାରଣ

ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟତ୍ରୀ ଏବଂ ଛାତ୍ର-ଛାତ୍ରୀ ଏହି ଯଜ୍ଞ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ବିଦ୍ୟାର୍ଥୀମାନଙ୍କ ଭିତରେ ଐଶ୍ଵରୀକ ଚେତନା ଜାଗ୍ରତ କରିବା ପାଇଁ ପ୍ରଭୁ ରାମଙ୍କର ବନ୍ଦନା କରାଯାଇଥିଲା। ଶଙ୍ଖ, ହୁଳହୁଳି ଓ ହରିବୋଲ ଧ୍ଵନିରେ ବିଦ୍ୟାଳୟ ପରିସର ରାମମୟ ହୋଇ ଉଠିଥିଲା। ଜୟ ଶ୍ରୀରାମ ଧ୍ଵନିରେ ବିଦ୍ୟାଳୟ ପରିବେଶ ପ୍ରକମ୍ପିତ ହୋଇ ଉଠିଛି।

ଏହି ଅବସରରେ ସୂର୍ଯ୍ୟପୂଜା, ଅଗ୍ନି ପୂଜନ ଓ ପ୍ରାଣାୟମ କରାଯାଇଥିଲା। ଅଧ୍ୟକ୍ଷ ଡ. ମୀନକେତନ ଭାରତୀୟ ଦର୍ଶନରେ ଅବତାର ବାଦର ଅନ୍ୟତମ ଚରିତ୍ର ପ୍ରଭୁ ଶ୍ରୀରାମଚନ୍ଦ୍ର। ଭାରତୀୟ ସଂସ୍କୃତିର ମହାର୍ଘ୍ୟ ଚେତନାରେ ପ୍ରଭୁ ରାମଚନ୍ଦ୍ର ନୀତି, ଆଦର୍ଶ, ନୈତିକତା ଓ ଉଦାର ମାନବିକତାର ପ୍ରତୀକ ଥିଲେ। ସୁତରାଂ ତାଙ୍କର ସତ୍ୟନିଷ୍ଠ, ପିତୃଭକ୍ତ ଓ ତ୍ୟାଗପୂତ ଜୀବନକୁ ଅନୁସରଣ କରିବା ପାଇଁ ସମଗ୍ର ଛାତ୍ର ସମାଜକୁ ପ୍ରେରଣା ଦେଇଥିଲେ। ଶେଷରେ ରାମଲାଲାଙ୍କ ପତାକା ଧରି ପରିକ୍ରମା କରାଯାଇଥିଲା।

The post ଓଡିଏମ୍‌ରେ ୧୦୮ କୁଣ୍ଡ ଗାୟତ୍ରୀ ଜ୍ଞାନଯଜ୍ଞ ଓ ବେଦପାଠ ଅନୁଷ୍ଠିତ appeared first on Prameya News7.