ଓଡିଶା ଗସ୍ତରେ ପ୍ରଧାନମନ୍ତ୍ରୀ, ସୋମବାର ବ୍ରହ୍ମପୁର-ନବରଙ୍ଗପୁରରେ ଜନ ସମାବେଶ

ଭୁବନେଶ୍ୱର ୦୬।୦୫ : ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ଦକ୍ଷିଣ ଓଡିଶାରେ ମୋଦିଙ୍କ ପାୱାର ସୋ' । ବ୍ରହ୍ମପୁର ଏବଂ ନବରଙ୍ଗପୁରରେ ମୋଦି ପ୍ରଚାର କରିବେ। ଏଥିପାଇଁ ସୁରକ୍ଷାବ୍ୟବସ୍ଥାକୁ କଡ଼ାକଡି କରାଯାଇଛିପ୍ରଥମେ ବ୍ରହ୍ମପୁର ଉପକଣ୍ଠ ତଥା ଗୋପାଳପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କନିଷି ନିକଟ ପଡିଆରେ ଜନସଭାକୁ ଉଦବୋଧନ ଦେବେ । ସଭାମଞ୍ଚରେ ଗଞ୍ଜାମ ଜିଲ୍ଲାର ୨ ସାଂସଦ ଏବଂ ୧୩ ବିଧାୟକ ପ୍ରାର୍ଥୀଙ୍କ ସମେତ ଗଜପତି ଜିଲ୍ଲାର ୨ ବିଧାୟକ ପ୍ରାର୍ଥୀ ଉପସ୍ଥିତ ରହିବେ । ଏଡିଜି ପାହ୍ୟାର ଅଧିକାରୀଙ୍କ ତ୍ବାବଧାନରେ ୩୦ ପ୍ଲାଟୁନ ଫୋର୍ସ, ୧୫୦ରୁ ଅଧିକ ଅଧିକାରୀ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ନିୟୋଜିତ ହୋଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଅବତରଣଠାରୁ ଫେରିବା ପର୍ଯ୍ୟନ୍ତ ସଂପୂର୍ଣ୍ଣ ଅଞ୍ଚଳକୁ ନେ-ଫ୍ଲାଇଙ୍ଗ୍ ଜୋନ୍ ଘୋଷଣା କରାଯାଇଛି । ସେହିପରି ବ୍ରହ୍ମପୁର ପରେ ନବରଙ୍ଗପୁରରେ ରହିଛି ମୋଦିଙ୍କ ଜନସଭା । ନବରଙ୍ଗପୁର ବ୍ଲକ୍ ଚିକିଲିଗାଁ ପଡିଆରେ ବ୍ୟାପକ ବ୍ୟବସ୍ଥା ହୋଇଛି । ଏଠାରେ ମୋଦି ନବରଙ୍ଗପୁର ଏବଂ କୋରାପୁଟ ଲୋକସଭା ଆସନ ଅଧୀନରେ ଥିବା ଦଳର ୧୬ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ଚିକିଲିଗାଁ ପଡିଆରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ୪୫ ମିନିଟ୍ ଭାଷଣ ଦେବେ ମୋଦି । ଲକ୍ଷାଧିକ ଲୋକଙ୍କ ସମାଗମ ପାଇଁ ବିଜେପି ପ୍ରସ୍ତୁତି କରିଛି ।

ଓଡିଶା ଗସ୍ତରେ ପ୍ରଧାନମନ୍ତ୍ରୀ, ସୋମବାର ବ୍ରହ୍ମପୁର-ନବରଙ୍ଗପୁରରେ ଜନ ସମାବେଶ

ଭୁବନେଶ୍ୱର ୦୬।୦୫ : ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ଦକ୍ଷିଣ ଓଡିଶାରେ ମୋଦିଙ୍କ ପାୱାର ସୋ' । ବ୍ରହ୍ମପୁର ଏବଂ ନବରଙ୍ଗପୁରରେ ମୋଦି ପ୍ରଚାର କରିବେ। ଏଥିପାଇଁ ସୁରକ୍ଷାବ୍ୟବସ୍ଥାକୁ କଡ଼ାକଡି କରାଯାଇଛି

ପ୍ରଥମେ ବ୍ରହ୍ମପୁର ଉପକଣ୍ଠ ତଥା ଗୋପାଳପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କନିଷି ନିକଟ ପଡିଆରେ ଜନସଭାକୁ ଉଦବୋଧନ ଦେବେ । ସଭାମଞ୍ଚରେ ଗଞ୍ଜାମ ଜିଲ୍ଲାର ୨ ସାଂସଦ ଏବଂ ୧୩ ବିଧାୟକ ପ୍ରାର୍ଥୀଙ୍କ ସମେତ ଗଜପତି ଜିଲ୍ଲାର ୨ ବିଧାୟକ ପ୍ରାର୍ଥୀ ଉପସ୍ଥିତ ରହିବେ । ଏଡିଜି ପାହ୍ୟାର ଅଧିକାରୀଙ୍କ ତ୍ବାବଧାନରେ ୩୦ ପ୍ଲାଟୁନ ଫୋର୍ସ, ୧୫୦ରୁ ଅଧିକ ଅଧିକାରୀ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ନିୟୋଜିତ ହୋଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଅବତରଣଠାରୁ ଫେରିବା ପର୍ଯ୍ୟନ୍ତ ସଂପୂର୍ଣ୍ଣ ଅଞ୍ଚଳକୁ ନେ-ଫ୍ଲାଇଙ୍ଗ୍ ଜୋନ୍ ଘୋଷଣା କରାଯାଇଛି । 

ସେହିପରି ବ୍ରହ୍ମପୁର ପରେ ନବରଙ୍ଗପୁରରେ ରହିଛି ମୋଦିଙ୍କ ଜନସଭା । ନବରଙ୍ଗପୁର ବ୍ଲକ୍ ଚିକିଲିଗାଁ ପଡିଆରେ ବ୍ୟାପକ ବ୍ୟବସ୍ଥା ହୋଇଛି । ଏଠାରେ ମୋଦି ନବରଙ୍ଗପୁର ଏବଂ କୋରାପୁଟ ଲୋକସଭା ଆସନ ଅଧୀନରେ ଥିବା ଦଳର ୧୬ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ଚିକିଲିଗାଁ ପଡିଆରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ୪୫ ମିନିଟ୍ ଭାଷଣ ଦେବେ ମୋଦି । ଲକ୍ଷାଧିକ ଲୋକଙ୍କ ସମାଗମ ପାଇଁ ବିଜେପି ପ୍ରସ୍ତୁତି କରିଛି ।