ଓଡିଶା ବିକାଶର ଗେଟ୍‌ଓ୍ୱେ ହେବ ଗଞ୍ଜାମ, ମୋଦିଜୀଙ୍କ ଗ୍ୟାରେଣ୍ଟି ପୂରଣ ହେବ- ମନ୍ତ୍ରୀ ବିଭୂତି ଭୂଷଣ ଜେନା

ବ୍ରହ୍ମପୁର ୧୭।୦୬ : ଓଡିଶା ବିକାଶର ଗେଟ୍‌ଓ୍ୱେ ହେବ ଗଞ୍ଜାମ । ମୋଦି ଜୀଙ୍କ ଗ୍ୟାରେଣ୍ଟି ପୂରଣ ହେବ । ନ୍ୟୁଜ 7 ସହ ସ୍ୱତନ୍ତ୍ର ସାକ୍ଷାତକାର ଅବସରରେ ଏପରି କହିଛନ୍ତି ରାଜ୍ୟ ପରିବହନ, ବାଣିଜ୍ୟ , ଖଣି ଓ ଇସ୍ପାତ ବିଭାଗ ମନ୍ତ୍ରୀ ବିଭୂତ ଭୂଷଣ ଜେନା । ଖବର ଅନୁଯାୟୀ, ପ୍ରଥମ ଥର ପାଇଁ ବିଧାୟକ ହୋଇ ମନ୍ତ୍ରୀ ହେବା ପରେ ନିଜ ଅଞ୍ଚଳ ଗସ୍ତ କରିଛନ୍ତି ଗୋପାଳପୁର ବିଧାୟକ ତଥା ରାଜ୍ୟ ପରିବହନ, ବାଣିଜ୍ୟ, ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ଏହି ଅବସରରେ ବିଭିନ୍ନ ସ୍ଥାନରେ ମନ୍ତ୍ରୀଙ୍କ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜଣାଯାଇଛନ୍ତି ଜନସାଧାରଣ । ନ୍ୟୁଜ ସେଭେନ୍‌ ସ୍ୱତନ୍ତ୍ର ସାକ୍ଷାତକାରରେ କହିଛନ୍ତି ଯେ, ଓଡିଶା ବିକାଶର ଗେଟ୍‌ ଓ୍ୱେ ହେବ ଗଞ୍ଜାମ ଜିଲ୍ଲା । ପରିବହନ କ୍ଷେତ୍ରରେ ସରକାରଙ୍କୁ ଅଧିକ ଲାଭ ଭଳି ପଦକ୍ଷେପ ଗ୍ରହଣ କରାଯିବ । ଶିଳ୍ପ ବିକାଶ ଓ ପ୍ରତିଷ୍ଠା କ୍ଷେତ୍ରରେ ବିହିତ ପଦକ୍ଷେପ ଗ୍ରହଣ କରାଯିବ । ବାଣିଜ୍ୟ କ୍ଷେତ୍ରରେ ଗୋପାଳପୁର ବନ୍ଦରର ଉନ୍ନତି ସାଙ୍ଗକୁ ବିଭିନ୍ନ ବନ୍ଦରର ଭିତ୍ତିଭୂମିକୁ ଆହୁରି ସୁଦ୍ଧୃଢ଼ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । 

ଓଡିଶା ବିକାଶର ଗେଟ୍‌ଓ୍ୱେ ହେବ ଗଞ୍ଜାମ, ମୋଦିଜୀଙ୍କ ଗ୍ୟାରେଣ୍ଟି ପୂରଣ ହେବ- ମନ୍ତ୍ରୀ ବିଭୂତି ଭୂଷଣ ଜେନା

ବ୍ରହ୍ମପୁର ୧୭।୦୬ : ଓଡିଶା ବିକାଶର ଗେଟ୍‌ଓ୍ୱେ ହେବ ଗଞ୍ଜାମ । ମୋଦି ଜୀଙ୍କ ଗ୍ୟାରେଣ୍ଟି ପୂରଣ ହେବ । ନ୍ୟୁଜ 7 ସହ ସ୍ୱତନ୍ତ୍ର ସାକ୍ଷାତକାର ଅବସରରେ ଏପରି କହିଛନ୍ତି ରାଜ୍ୟ ପରିବହନ, ବାଣିଜ୍ୟ , ଖଣି ଓ ଇସ୍ପାତ ବିଭାଗ ମନ୍ତ୍ରୀ ବିଭୂତ ଭୂଷଣ ଜେନା । 

ଖବର ଅନୁଯାୟୀ, ପ୍ରଥମ ଥର ପାଇଁ ବିଧାୟକ ହୋଇ ମନ୍ତ୍ରୀ ହେବା ପରେ ନିଜ ଅଞ୍ଚଳ ଗସ୍ତ କରିଛନ୍ତି ଗୋପାଳପୁର ବିଧାୟକ ତଥା ରାଜ୍ୟ ପରିବହନ, ବାଣିଜ୍ୟ, ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ଏହି ଅବସରରେ ବିଭିନ୍ନ ସ୍ଥାନରେ ମନ୍ତ୍ରୀଙ୍କ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜଣାଯାଇଛନ୍ତି ଜନସାଧାରଣ । ନ୍ୟୁଜ ସେଭେନ୍‌ ସ୍ୱତନ୍ତ୍ର ସାକ୍ଷାତକାରରେ କହିଛନ୍ତି ଯେ, ଓଡିଶା ବିକାଶର ଗେଟ୍‌ ଓ୍ୱେ ହେବ ଗଞ୍ଜାମ ଜିଲ୍ଲା । ପରିବହନ କ୍ଷେତ୍ରରେ ସରକାରଙ୍କୁ ଅଧିକ ଲାଭ ଭଳି ପଦକ୍ଷେପ ଗ୍ରହଣ କରାଯିବ । ଶିଳ୍ପ ବିକାଶ ଓ ପ୍ରତିଷ୍ଠା କ୍ଷେତ୍ରରେ ବିହିତ ପଦକ୍ଷେପ ଗ୍ରହଣ କରାଯିବ । ବାଣିଜ୍ୟ କ୍ଷେତ୍ରରେ ଗୋପାଳପୁର ବନ୍ଦରର ଉନ୍ନତି ସାଙ୍ଗକୁ ବିଭିନ୍ନ ବନ୍ଦରର ଭିତ୍ତିଭୂମିକୁ ଆହୁରି ସୁଦ୍ଧୃଢ଼ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।