ଓଡିଶା ହାଇକୋର୍ଟଙ୍କ ବଡ଼ ରାୟ: ପତ୍ନୀଙ୍କୁ ଭରଣପୋଷଣ ଦେବା ସ୍ୱାମୀଙ୍କ କର୍ତ୍ତବ୍ୟ

କଟକ: ସ୍ତ୍ରୀଙ୍କ ଭରଣପୋଷଣ କରିବା ସ୍ୱାମୀଙ୍କ ମୌଳିକ କର୍ତ୍ତବ୍ୟ । କ୍ଷମତା ଓ ସାମର୍ଥ୍ୟ ଅନୁସାରେ ସ୍ତ୍ରୀଙ୍କୁ ଭରଣପୋଷଣ ଦେବା ସ୍ୱାମୀଙ୍କ ଦାୟିତ୍ୱ ବୋଲି ଭରଣପୋଷଣ ସଂକ୍ରାନ୍ତ ଏକ ମାମଲାର ଶୁଣାଣି ଅବସରରେ ଓଡ଼ିଶା ହାଇକୋର୍ଟ ମତବ୍ୟକ୍ତ କରିଛନ୍ତି। ଭରଣପୋଷଣ ସଂକ୍ରାନ୍ତରେ ନିମ୍ନ ଅଦାଲତ ଦେଇଥିବା ଆଦେଶକୁ ଚାଲେଞ୍ଚ କରି ପ୍ରଭାସ ରଞ୍ଜନ ସାହୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ବିଚାରପତି ଜଷ୍ଟିସ୍ ଭି. ନରସିଂହ ଆବେଦନକାରୀଙ୍କ ପିଟିସନ୍କୁ ଖାରଜ କରିବା ସହ ନିମ୍ନ ଅଦାଲତଙ୍କ […]

ଓଡିଶା ହାଇକୋର୍ଟଙ୍କ ବଡ଼ ରାୟ: ପତ୍ନୀଙ୍କୁ ଭରଣପୋଷଣ ଦେବା ସ୍ୱାମୀଙ୍କ କର୍ତ୍ତବ୍ୟ

କଟକ: ସ୍ତ୍ରୀଙ୍କ ଭରଣପୋଷଣ କରିବା ସ୍ୱାମୀଙ୍କ ମୌଳିକ କର୍ତ୍ତବ୍ୟ । କ୍ଷମତା ଓ ସାମର୍ଥ୍ୟ ଅନୁସାରେ ସ୍ତ୍ରୀଙ୍କୁ ଭରଣପୋଷଣ ଦେବା ସ୍ୱାମୀଙ୍କ ଦାୟିତ୍ୱ ବୋଲି ଭରଣପୋଷଣ ସଂକ୍ରାନ୍ତ ଏକ ମାମଲାର ଶୁଣାଣି ଅବସରରେ ଓଡ଼ିଶା ହାଇକୋର୍ଟ ମତବ୍ୟକ୍ତ କରିଛନ୍ତି।

ଭରଣପୋଷଣ ସଂକ୍ରାନ୍ତରେ ନିମ୍ନ ଅଦାଲତ ଦେଇଥିବା ଆଦେଶକୁ ଚାଲେଞ୍ଚ କରି ପ୍ରଭାସ ରଞ୍ଜନ ସାହୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ବିଚାରପତି ଜଷ୍ଟିସ୍ ଭି. ନରସିଂହ ଆବେଦନକାରୀଙ୍କ ପିଟିସନ୍କୁ ଖାରଜ କରିବା ସହ ନିମ୍ନ ଅଦାଲତଙ୍କ ଆଦେଶକୁ କାଏମ ରଖିଛନ୍ତି ।

ଖବର ଅନୁସାରେ, ସ୍ତ୍ର, ସସ୍ମିତାଙ୍କୁ ନିର୍ଯାତନା ଦେଉଥିବା ନେଇ ପ୍ରଭାସଙ୍କ ବିରୋଧରେ ଅଭିଯୋଗ ହୋଇଥିଲା । ନିମ୍ନ ଅଦାଲତରେ ଏନେଇ ମାମଲା ରୁଜୁ ହୋଇଥିଲା ।

ଅଦାଲତ ଉଭୟଙ୍କ ମଧ୍ୟରେ ଏକ ଆପୋସ ବୁଝାମଣା କରିଥିଲେ । କିନ୍ତୁ ଅଳ୍ପ କିଛିମାସ ପରେ ପୁନର୍ବାର ଝଗଡ଼ା ହେବାରୁ ଶାଶୁଘର ଛାଡ଼ିବା ସହ ଭରଣପୋଷଣ ଦାବି କରି ମାମଲା ରୁଜୁ କରିଥିଲେ ।

ଭବାନୀପାଟଣା ପରିବାର ଅଦାଲତ ଉଭ୍ର ପକ୍ଷଙ୍କୁ ଶଉଣିବା ପରେ ଭରଣପୋଷ୍ଟ ବାବଦରେ ମାସକୁ ୧୦ ହଜାର ଟଙ୍କା ପ୍ରଦାନ କରିବାକୁ ସ୍ୱାମୀ ପ୍ରଭାସ ରଞ୍ଜନ ସାହୁଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ଆଦେଶକୁ ଚ୍ୟାଲେଞ୍ଜ କରି ପ୍ରଭାସ ସାହୁ ହାଇୋକର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।