ଓଡିଶାରୁ ପ୍ରଥମ ଥର ପାଇଁ ଦୁବାଇ ଗଲା ଡ୍ରାଗନ୍ ଫ୍ରୁଟ୍
ଭୁବନେଶ୍ୱର : ଓଡିଶାରୁ ଦୁବାଇ ଗଲା ଡ୍ରାଗନ୍ ଫ୍ରୁଟ୍ । ଉପମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓଙ୍କ ୭ ଏକର ଚାଷ ଜମିରୁ ଉତ୍ପାଦିତ ଡ୍ରାଗନ ଫ୍ରୁଟକୁ ପ୍ରଥମ ଥର ପାଇଁ କାର୍ଗୋ ବିମାନରେ ଦୁବାଇ ପଠାଯାଇଛି । କୋଭିଡ ସମୟରୁ ଉପମୁଖ୍ୟମନ୍ତ୍ରୀ ଏହାକୁ ଚାଷ କରିଥିବା କଥା କହିଛନ୍ତି । ବଲାଙ୍ଗୀର ଓ ପାଟଣାଗଡ଼ରେ ସମ୍ପୂର୍ଣ୍ଣ ଜୈବିକ ପଦ୍ଧତିରେ ସେ ଏହାକୁ ଚାଷ କରିଥିଲେ । ଇଣ୍ଟରନେଟରେ ସେ ଏହି ଚାଷ […]

ଭୁବନେଶ୍ୱର : ଓଡିଶାରୁ ଦୁବାଇ ଗଲା ଡ୍ରାଗନ୍ ଫ୍ରୁଟ୍ । ଉପମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓଙ୍କ ୭ ଏକର ଚାଷ ଜମିରୁ ଉତ୍ପାଦିତ ଡ୍ରାଗନ ଫ୍ରୁଟକୁ ପ୍ରଥମ ଥର ପାଇଁ କାର୍ଗୋ ବିମାନରେ ଦୁବାଇ ପଠାଯାଇଛି । କୋଭିଡ ସମୟରୁ ଉପମୁଖ୍ୟମନ୍ତ୍ରୀ ଏହାକୁ ଚାଷ କରିଥିବା କଥା କହିଛନ୍ତି । ବଲାଙ୍ଗୀର ଓ ପାଟଣାଗଡ଼ରେ ସମ୍ପୂର୍ଣ୍ଣ ଜୈବିକ ପଦ୍ଧତିରେ ସେ ଏହାକୁ ଚାଷ କରିଥିଲେ । ଇଣ୍ଟରନେଟରେ ସେ ଏହି ଚାଷ ପଦ୍ଧତି ବିଷୟରେ ଜାଣିବାକୁ ପାଇଥିଲେ । ଚଳିତ ବର୍ଷ ୭ ଏକର ଜମିରୁ ପ୍ରାୟ ୬୦ କ୍ୱିଣ୍ଟାଲ ଫଳ ଉତ୍ପାଦନ ହୋଇଥିବା କଥା କହିଛନ୍ତି ଉପମୁଖ୍ୟମନ୍ତ୍ରୀ । ଡାଇବେଟିସ ଓ କ୍ୟାନସର ରୋଗୀଙ୍କ ପାଇଁ ଏହି ଫଳ ଅତ୍ୟନ୍ତ ଲାଭଦାୟକ ହୋଇଥିବାବେଳେ ଗତ ବର୍ଷ ଏହା ୩ ମାସ ଷ୍ଟୋରେଜ ହୋଇ ରହିଥିଲା । ବିଦେଶକୁ ରପ୍ତାନୀ ବେଳେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ କୃଷି ସଚିବ ଅରବିନ୍ଦ ପାଢୀ ମଧ୍ୟ ଉପସ୍ଥିତ ରହିଥିଲେ ।