ଓଡିଶାରେ ହାତୀ ସଂଖ୍ୟା କେତେ ? ୭ ବର୍ଷ ହେଲା ରାଜ୍ୟରେ ହୋଇନି ହାତୀ ଗଣନା...

ଭୁବନେଶ୍ୱର ୧୨।୦୩ : ରାଜ୍ୟରେ ପ୍ରତି ୨ ବର୍ଷରେ ଥରେ ହାତୀ ଗଣନା ହୁଏ । କିନ୍ତୁ ଗତ ୭ ବର୍ଷ ହେଲା ହାତୀ ଗଣନା ହୋଇନି । ଶେଷଥର ଲାଗି ୨୦୧୭ରେ ହାତୀ ଗଣନା କରାଯାଇଥିଲା । ସେତେବେଳେ ରାଜ୍ୟରେ ସମୁଦାୟ ହାତୀ ସଂଖ୍ୟା ୧୯ ଶହ ୭୬ ଥିଲା । ଏବେ ହାତୀ ସଂଖ୍ୟା କେତେ ତାହାର ହିସାବ କାହା ପାଖରେ ନାହିଁ ।ତେବେ କିଛି ବର୍ଷ ଧରି ଯେଭଳି ହାତୀ ମୃତ୍ୟୁ ଗ୍ରାଫ୍ ବଢିବାରେ ଲାଗିଛି । ଆଗାମୀ କିଛିବର୍ଷ ଭିତରେ ଓଡିଶାରେ ହାତୀ ବଂଶ ଲୋପ ପାଇଯିବ ବୋଲି ବନ୍ୟପ୍ରାଣୀ ବିଶେଷଜ୍ଞ ଆଶଙ୍କା ପ୍ରକାଶ କରୁଛନ୍ତି । କାହିଁକି ଓଡି଼ଶାରେ ଏତେ ସଂଖ୍ୟାରେ ହାତୀ ମୃତ୍ୟୁ ମୁଖରେ ପଡ଼ୁଛନ୍ତି ସାର ଉତ୍ତର କାହା ପାଖରେ ନାହିଁ । ହାତୀ ସୁରକ୍ଷା ପାଇଁ ମାଳ ମାଳ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ପାଟ୍ରୋଲିଂ ପାଇଁ ସ୍ବତନ୍ତ୍ର ବନ କର୍ମଚାରୀ ନିୟୋଜିତ ଅଛନ୍ତି । ଏତେ ସବୁ ପରେ ବି ହାତୀ ମୃତ୍ୟୁ ରୋକିବାରେ ବିଫଳ ହୋଇଛି ବନବିଭାଗ । ହାତୀ ଗଣନା ସଂପର୍କରେ ବନ୍ୟପ୍ରାଣୀ PCCF ସୁଶାନ୍ତ ନନ୍ଦ କହିଛନ୍ତି, ଚଳିତବର୍ଷ ରାଜ୍ୟରେ ହାତୀ ଗଣନା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି । ମେ' ମାସରେ ରାଜ୍ୟରେ ହାତୀ ଗଣନା ପାଇଁ ଯୋଜନା କରାଯାଉଛି ।  

ଓଡିଶାରେ ହାତୀ ସଂଖ୍ୟା କେତେ ? ୭ ବର୍ଷ ହେଲା ରାଜ୍ୟରେ ହୋଇନି ହାତୀ ଗଣନା...

ଭୁବନେଶ୍ୱର ୧୨।୦୩ : ରାଜ୍ୟରେ ପ୍ରତି ୨ ବର୍ଷରେ ଥରେ ହାତୀ ଗଣନା ହୁଏ । କିନ୍ତୁ ଗତ ୭ ବର୍ଷ ହେଲା ହାତୀ ଗଣନା ହୋଇନି । ଶେଷଥର ଲାଗି ୨୦୧୭ରେ ହାତୀ ଗଣନା କରାଯାଇଥିଲା । ସେତେବେଳେ ରାଜ୍ୟରେ ସମୁଦାୟ ହାତୀ ସଂଖ୍ୟା ୧୯ ଶହ ୭୬ ଥିଲା । ଏବେ ହାତୀ ସଂଖ୍ୟା କେତେ ତାହାର ହିସାବ କାହା ପାଖରେ ନାହିଁ ।

ତେବେ କିଛି ବର୍ଷ ଧରି ଯେଭଳି ହାତୀ ମୃତ୍ୟୁ ଗ୍ରାଫ୍ ବଢିବାରେ ଲାଗିଛି । ଆଗାମୀ କିଛିବର୍ଷ ଭିତରେ ଓଡିଶାରେ ହାତୀ ବଂଶ ଲୋପ ପାଇଯିବ ବୋଲି ବନ୍ୟପ୍ରାଣୀ ବିଶେଷଜ୍ଞ ଆଶଙ୍କା ପ୍ରକାଶ କରୁଛନ୍ତି । କାହିଁକି ଓଡି଼ଶାରେ ଏତେ ସଂଖ୍ୟାରେ ହାତୀ ମୃତ୍ୟୁ ମୁଖରେ ପଡ଼ୁଛନ୍ତି ସାର ଉତ୍ତର କାହା ପାଖରେ ନାହିଁ । ହାତୀ ସୁରକ୍ଷା ପାଇଁ ମାଳ ମାଳ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ପାଟ୍ରୋଲିଂ ପାଇଁ ସ୍ବତନ୍ତ୍ର ବନ କର୍ମଚାରୀ ନିୟୋଜିତ ଅଛନ୍ତି । ଏତେ ସବୁ ପରେ ବି ହାତୀ ମୃତ୍ୟୁ ରୋକିବାରେ ବିଫଳ ହୋଇଛି ବନବିଭାଗ । ହାତୀ ଗଣନା ସଂପର୍କରେ ବନ୍ୟପ୍ରାଣୀ PCCF ସୁଶାନ୍ତ ନନ୍ଦ କହିଛନ୍ତି, ଚଳିତବର୍ଷ ରାଜ୍ୟରେ ହାତୀ ଗଣନା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି । ମେ' ମାସରେ ରାଜ୍ୟରେ ହାତୀ ଗଣନା ପାଇଁ ଯୋଜନା କରାଯାଉଛି ।