ଓଡିଶାରେ ହେବନି ମେଣ୍ଟ ! ରାଜ୍ୟରେ ଏକାକୀ ସରକାର ଗଢିବ ବିଜେପି- ମନମୋହନ ସାମଲ
ଭୁବନେଶ୍ୱର ୧୪।୦୩ : ବିଜେପି ଏକାକି ସରକାର ଗଢିବ । ଓଡିଶାର ଅସ୍ମିତା ନେଇ ନିର୍ବାଚନ ଲଢିବ ଭାରତୀୟ ଜନତା ପାର୍ଟି ।ଲୋକମାନଙ୍କ ଆର୍ଶୀବାଦ ଏବଂ ଶୁଭେଚ୍ଛାରେ ସରକାର କରିବୁ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ସେହିପରି ବିଜେଡି ସହିତ ମେଣ୍ଟ ଚର୍ଚ୍ଚା ପ୍ରସଙ୍ଗରେ କହିଛନ୍ତି ଯେ, ମୁଁ ବାରମ୍ବାର କହୁଛି ଓଡ଼ିଶାରେ ବିଜେପି ସରକାର ହେବ। ‘ନହେଲେ ମୁଁ କହିଥାନ୍ତି ଆଉ କାହା ସହ ମିଶି ସରକାର କରିବୁ’। ବିଜେପି ଏକାକୀ ସରକାର କରିବ ବୋଲି ସ୍ପଷ୍ଟ କହିଲେ ମନମୋହନ।ସୂଚନାଯୋଗ୍ୟ ଯେ, ପାଖେଇ ଆସୁଛି ନିର୍ବାଚନ । ଆଉ ଦିନ କେଇଟାରେ ଦେଶରେ ସାଧାରଣ ନିର୍ବାଚନ ଏବଂ ରାଜ୍ୟରେ ବିଧାନସଭା ନିର୍ବାଚନ ନେଇ ତାରିଖ ଘୋଷଣା କରାଯିବ । ଏହାପୂର୍ବରୁ ସବୁ ଦଳ ନିଜ ନିଜ ପ୍ରୟାସରେ ଲାଗିପଡିଛନ୍ତି । ତେବେ ରାଜ୍ୟରେ ଆଗାମୀ ନିର୍ବାଚନରେ ବିଜେଡି-ବିଜେପି ମେଣ୍ଟ କରିବା ନେଇ ଚର୍ଚ୍ଚା ଚାଲିଥିଲା । ହେଲେ ଏସବୁରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ରାଜ୍ୟ ବିଜେପି ସଭାପତି ।
ଭୁବନେଶ୍ୱର ୧୪।୦୩ : ବିଜେପି ଏକାକି ସରକାର ଗଢିବ । ଓଡିଶାର ଅସ୍ମିତା ନେଇ ନିର୍ବାଚନ ଲଢିବ ଭାରତୀୟ ଜନତା ପାର୍ଟି ।ଲୋକମାନଙ୍କ ଆର୍ଶୀବାଦ ଏବଂ ଶୁଭେଚ୍ଛାରେ ସରକାର କରିବୁ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ସେହିପରି ବିଜେଡି ସହିତ ମେଣ୍ଟ ଚର୍ଚ୍ଚା ପ୍ରସଙ୍ଗରେ କହିଛନ୍ତି ଯେ, ମୁଁ ବାରମ୍ବାର କହୁଛି ଓଡ଼ିଶାରେ ବିଜେପି ସରକାର ହେବ। ‘ନହେଲେ ମୁଁ କହିଥାନ୍ତି ଆଉ କାହା ସହ ମିଶି ସରକାର କରିବୁ’। ବିଜେପି ଏକାକୀ ସରକାର କରିବ ବୋଲି ସ୍ପଷ୍ଟ କହିଲେ ମନମୋହନ।
ସୂଚନାଯୋଗ୍ୟ ଯେ, ପାଖେଇ ଆସୁଛି ନିର୍ବାଚନ । ଆଉ ଦିନ କେଇଟାରେ ଦେଶରେ ସାଧାରଣ ନିର୍ବାଚନ ଏବଂ ରାଜ୍ୟରେ ବିଧାନସଭା ନିର୍ବାଚନ ନେଇ ତାରିଖ ଘୋଷଣା କରାଯିବ । ଏହାପୂର୍ବରୁ ସବୁ ଦଳ ନିଜ ନିଜ ପ୍ରୟାସରେ ଲାଗିପଡିଛନ୍ତି । ତେବେ ରାଜ୍ୟରେ ଆଗାମୀ ନିର୍ବାଚନରେ ବିଜେଡି-ବିଜେପି ମେଣ୍ଟ କରିବା ନେଇ ଚର୍ଚ୍ଚା ଚାଲିଥିଲା । ହେଲେ ଏସବୁରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ରାଜ୍ୟ ବିଜେପି ସଭାପତି ।