ଓପନରଙ୍କ ପରେ ଗର୍ଜିଲା ଡେଭିଡ୍-ସେଫାର୍ଡଙ୍କ ବ୍ୟାଟ୍, ଦିଲ୍ଲୀ ସମ୍ମୁଖରେ ବିଶାଳ ବିଜୟ ଲକ୍ଷ୍ୟ

ମୁମ୍ବାଇ: ଘରୋଇ ମଇଦାନ ଓ୍ଵାଙ୍ଖେଡ଼େରେ ଗର୍ଜିଲା ମୁମ୍ବାଇ ଇଣ୍ଡିଆନ୍ସ ବ୍ୟାଟରଙ୍କ ବ୍ୟାଟ୍। ଆଇପିଏଲ୍‌ର ୨୦ତମ ମ୍ୟାଚ୍‌ରେ ମୁମ୍ବାଇ ଛକା-ଚୌକା ବର୍ଷା କରି ୫ ଓ୍ଵିକେଟ୍ ବିନିମୟରେ ୨୩୪ ରନ କରିଛି। ଦିଲ୍ଲୀ ସମ୍ମୁଖରେ ରହିଛି ୨୩୫ ରନର ବିଶାଳ ବିଜୟ ଲକ୍ଷ୍ୟ। ଦଳ ପକ୍ଷରୁ ରୋହିତ ଶର୍ମା ୪୯ ରନ, ଇଶାନ କିଶନ ୪୨ ରନ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ୩୯ ରନ କରିଥିବା ବେଳେ ଟିମ୍ ଡେଭିଡ ବିସ୍ଫୋରକ ୩୫ ରନ ଓ ରୋମାରିଓ ସେଫାର୍ଡ ଧୂଆଁଧାର ୩୯ ରନର ଇନିଂସ ଖେଳିିଛନ୍ତି। ଆଇପିଏଲ୍‌ରେ ମୁମ୍ବାଇ ଏବେ ମଧ୍ୟ ବିଜୟର ସନ୍ଧାନରେ ଥିବା ବେଳେ ଦିଲ୍ଲୀ କ୍ୟାପିଟାଲ୍ସ ଦ୍ଵିତୀୟ ବିଜୟ ସନ୍ଧାନରେ ରହିଛି।ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ଇଣ୍ଡିଆନ୍ସକୁ ରୋହିତ ଶର୍ମା ଓ ଇଶାନ କିଶନ ବିସ୍ଫୋରକ ଆରମ୍ଭ ଦେଇଥିଲେ। ୭ ଓଭରରେ ଦୁଇ ବ୍ୟାଟର ୮୦ ରନ ଯୋଡ଼ିଥିଲେ। ରୋହିତ ଶର୍ମା ୨୭ ବଲରୁ ୬ ଚୌକା ଓ ୩ ଛକା ସହ ୪୯ ରନ କରିଥିଲେ। ଚଳିତ ସଂସ୍କରଣରେ ପ୍ରଥମ ମ୍ୟାଚ୍ ଖେଳିଥିବା ସୂର୍ଯ୍ୟକୁମାର ଯାଦବ ଖାତା ଖୋଲି ପାରି ନ ଥିଲେ। ଇଶାନ କିଶନ ୨୩ ବଲ୍‌ରୁ ୪ ଚୌକା ଓ ୨ ଛକା ସହ ୪୨ ରନ କରିଥିଲେ। ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟକ୍ରମରେ ୩୯ ରନ କରିଥିଲେ। ତେବେ ଶେଷ ଆଡକୁ ଟିମ୍ ଡେଭିଡ୍ ଓ ରୋମାରିଓ ସେଫର୍ଡ ଧୂଆଁଧାର ବ୍ୟାଟିଂ କରିଥିଲେ। ଡେଭିଡ୍ ୨୧ ବଲ୍‌ରୁ ୨ ଚୌକା ଓ ୪ ଛକା ସହ ୪୫ ରନ ଓ ସେଫର୍ଡ ମାତ୍ର ୧୦ ବଲ୍‌ରୁ ୩ ଚୌକା ଓ

ଓପନରଙ୍କ ପରେ ଗର୍ଜିଲା ଡେଭିଡ୍-ସେଫାର୍ଡଙ୍କ ବ୍ୟାଟ୍, ଦିଲ୍ଲୀ ସମ୍ମୁଖରେ ବିଶାଳ ବିଜୟ ଲକ୍ଷ୍ୟ

ମୁମ୍ବାଇ: ଘରୋଇ ମଇଦାନ ଓ୍ଵାଙ୍ଖେଡ଼େରେ ଗର୍ଜିଲା ମୁମ୍ବାଇ ଇଣ୍ଡିଆନ୍ସ ବ୍ୟାଟରଙ୍କ ବ୍ୟାଟ୍। ଆଇପିଏଲ୍‌ର ୨୦ତମ ମ୍ୟାଚ୍‌ରେ ମୁମ୍ବାଇ ଛକା-ଚୌକା ବର୍ଷା କରି ୫ ଓ୍ଵିକେଟ୍ ବିନିମୟରେ ୨୩୪ ରନ କରିଛି। ଦିଲ୍ଲୀ ସମ୍ମୁଖରେ ରହିଛି ୨୩୫ ରନର ବିଶାଳ ବିଜୟ ଲକ୍ଷ୍ୟ। ଦଳ ପକ୍ଷରୁ ରୋହିତ ଶର୍ମା ୪୯ ରନ, ଇଶାନ କିଶନ ୪୨ ରନ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ୩୯ ରନ କରିଥିବା ବେଳେ ଟିମ୍ ଡେଭିଡ ବିସ୍ଫୋରକ ୩୫ ରନ ଓ ରୋମାରିଓ ସେଫାର୍ଡ ଧୂଆଁଧାର ୩୯ ରନର ଇନିଂସ ଖେଳିିଛନ୍ତି। ଆଇପିଏଲ୍‌ରେ ମୁମ୍ବାଇ ଏବେ ମଧ୍ୟ ବିଜୟର ସନ୍ଧାନରେ ଥିବା ବେଳେ ଦିଲ୍ଲୀ କ୍ୟାପିଟାଲ୍ସ ଦ୍ଵିତୀୟ ବିଜୟ ସନ୍ଧାନରେ ରହିଛି।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ଇଣ୍ଡିଆନ୍ସକୁ ରୋହିତ ଶର୍ମା ଓ ଇଶାନ କିଶନ ବିସ୍ଫୋରକ ଆରମ୍ଭ ଦେଇଥିଲେ। ୭ ଓଭରରେ ଦୁଇ ବ୍ୟାଟର ୮୦ ରନ ଯୋଡ଼ିଥିଲେ। ରୋହିତ ଶର୍ମା ୨୭ ବଲରୁ ୬ ଚୌକା ଓ ୩ ଛକା ସହ ୪୯ ରନ କରିଥିଲେ। ଚଳିତ ସଂସ୍କରଣରେ ପ୍ରଥମ ମ୍ୟାଚ୍ ଖେଳିଥିବା ସୂର୍ଯ୍ୟକୁମାର ଯାଦବ ଖାତା ଖୋଲି ପାରି ନ ଥିଲେ। ଇଶାନ କିଶନ ୨୩ ବଲ୍‌ରୁ ୪ ଚୌକା ଓ ୨ ଛକା ସହ ୪୨ ରନ କରିଥିଲେ। ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟକ୍ରମରେ ୩୯ ରନ କରିଥିଲେ। ତେବେ ଶେଷ ଆଡକୁ ଟିମ୍ ଡେଭିଡ୍ ଓ ରୋମାରିଓ ସେଫର୍ଡ ଧୂଆଁଧାର ବ୍ୟାଟିଂ କରିଥିଲେ। ଡେଭିଡ୍ ୨୧ ବଲ୍‌ରୁ ୨ ଚୌକା ଓ ୪ ଛକା ସହ ୪୫ ରନ ଓ ସେଫର୍ଡ ମାତ୍ର ୧୦ ବଲ୍‌ରୁ ୩ ଚୌକା ଓ ୪ ଛକା ସହ ୩୯ ରନର ଧୂଆଁଧାର ଇନିଂସ ଖେଳିଥିଲେ। ଫଳରେ ମୁମ୍ବାଇ ୫ ଓ୍ଵିକେଟ୍ ହରାଇ ୨୩୪ ରନର ବିଶାଳ ସ୍କୋର କରିଥିଲା।