ଓବିସିକୁ ନେଇ ଜୋର ଧରିଲା ରାଜନୀତି, ବିଜେପି-ବିଜେଡି ଟଣା ଓଟରା; କଂଗ୍ରେସର ହମଲା

ଭୁବନେଶ୍ଵର:  ରାଜ୍ୟରେ ଜାତି ଭିତ୍ତିକ ଭୋଟ୍ ପୋଲାରାଇଜେସନ କ୍ବଚିତ ଦେଖାଦେଇଥିଲେ ମଧ୍ୟ ରାଜନୈତିକ ଦଳଗୁଡ଼ିକ ମଧ୍ୟ ବିଭିନ୍ନ ସମୟରେ ଓବିସି ଭୋଟ ବ୍ୟାଙ୍କକୁ ନେଇ ଅଙ୍କ କଷିଛନ୍ତି। ଆଜି ଅନୁଷ୍ଠିତ ବିଜେପି ଓବିସି କାର୍ଯ୍ୟକାରିଣୀରେ ଦଳ କିଛି ରାଜନୈତିକ ପ୍ରସ୍ତାବ ପାରିତ କରିଛି। ସେପଟେ କଂଗ୍ରେସ ଓ ବିଜେଡି ଓବିସିଙ୍କ ପାଇଁ କଣ କଣ କରିଛନ୍ତି ତାହା ବଖାଣିଛନ୍ତି। ତେଣୁ ନିର୍ବାଚନ ପୂର୍ବରୁ ଏବେ ଓବିସ ରାଜନୀତି ପୁଣି ଉଷ୍ମ ହୋଇଛି। ଅଧିକ ପଢନ୍ତୁ- ଓଡିଶା ଆସିବେ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ‘ଓଡିଶା ବଞ୍ଚାଅ’ ସମାବେଶରେ ଯୋଗଦେବେ ରାଜ୍ୟରେ ୫୪ ପ୍ରତିଶତ ହେଉଛନ୍ତି ଓବିସି ବର୍ଗର ।  ଏହି ବର୍ଗରୁ ଅଧିକ ଭୋଟ ହାତେଇବାକୁ ଫୋକସ କରିଛି ଭାରତୀୟ ଜନତା ପାର୍ଟି । ଆଜି ଅନୁଷ୍ଠିତ ବିଜେପ  ଓବିସି ମୋର୍ଚ୍ଚା କାର୍ଯ୍ୟକାରିଣୀରେ ଦଳ ଏକାଧିକ ପ୍ରସ୍ତାବ ପାରିତ କରିଛି।  ଏସବୁ ପ୍ରସ୍ତାବ ମଧ୍ୟରେ ରହିଛି  ୧- ବିଜେପି  ଜିଲ୍ଲା ଓ ମଣ୍ଡଳ ସ୍ତରରେ ପଛୁଆ ବର୍ଗ ସମ୍ମିଳନୀ କରିବ। ୨- ରାଜ୍ୟରେ ଥିବା ପଛୁଆ ବର୍ଗ ଛାତ୍ରାବାସରେ ଥିବା ଓବିସି ଯୁବ ବର୍ଗଙ୍କ ସହ ସ୍ବତନ୍ତ୍ର ସଂପର୍କ ଅଭିଯାନ ଆରମ୍ଭ କରିବ। ୩-  କେନ୍ଦ୍ରରେ ମୋଦି ସରକାର ଓବିସିଙ୍କ ଲାଗି କରିଥିବା କାର୍ଯ୍ୟକ୍ରମକୁ ଘରେ ଘରେ ପହଞ୍ଚାଇବ।  ସେହିପରି ବିଜେପି କହିଛି ରାଜ୍ୟ ସରକାର ଓବିସି ବର୍ଗଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ଦେଉନାହାନ୍ତି । ଭୋଟ ବ୍ୟାଙ୍

ଓବିସିକୁ ନେଇ ଜୋର ଧରିଲା ରାଜନୀତି, ବିଜେପି-ବିଜେଡି ଟଣା ଓଟରା; କଂଗ୍ରେସର ହମଲା

ଭୁବନେଶ୍ଵର:  ରାଜ୍ୟରେ ଜାତି ଭିତ୍ତିକ ଭୋଟ୍ ପୋଲାରାଇଜେସନ କ୍ବଚିତ ଦେଖାଦେଇଥିଲେ ମଧ୍ୟ ରାଜନୈତିକ ଦଳଗୁଡ଼ିକ ମଧ୍ୟ ବିଭିନ୍ନ ସମୟରେ ଓବିସି ଭୋଟ ବ୍ୟାଙ୍କକୁ ନେଇ ଅଙ୍କ କଷିଛନ୍ତି। ଆଜି ଅନୁଷ୍ଠିତ ବିଜେପି ଓବିସି କାର୍ଯ୍ୟକାରିଣୀରେ ଦଳ କିଛି ରାଜନୈତିକ ପ୍ରସ୍ତାବ ପାରିତ କରିଛି। ସେପଟେ କଂଗ୍ରେସ ଓ ବିଜେଡି ଓବିସିଙ୍କ ପାଇଁ କଣ କଣ କରିଛନ୍ତି ତାହା ବଖାଣିଛନ୍ତି। ତେଣୁ ନିର୍ବାଚନ ପୂର୍ବରୁ ଏବେ ଓବିସ ରାଜନୀତି ପୁଣି ଉଷ୍ମ ହୋଇଛି।

ଅଧିକ ପଢନ୍ତୁ- ଓଡିଶା ଆସିବେ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ‘ଓଡିଶା ବଞ୍ଚାଅ’ ସମାବେଶରେ ଯୋଗଦେବେ

ରାଜ୍ୟରେ ୫୪ ପ୍ରତିଶତ ହେଉଛନ୍ତି ଓବିସି ବର୍ଗର ।  ଏହି ବର୍ଗରୁ ଅଧିକ ଭୋଟ ହାତେଇବାକୁ ଫୋକସ କରିଛି ଭାରତୀୟ ଜନତା ପାର୍ଟି । ଆଜି ଅନୁଷ୍ଠିତ ବିଜେପ  ଓବିସି ମୋର୍ଚ୍ଚା କାର୍ଯ୍ୟକାରିଣୀରେ ଦଳ ଏକାଧିକ ପ୍ରସ୍ତାବ ପାରିତ କରିଛି।  ଏସବୁ ପ୍ରସ୍ତାବ ମଧ୍ୟରେ ରହିଛି  ୧- ବିଜେପି  ଜିଲ୍ଲା ଓ ମଣ୍ଡଳ ସ୍ତରରେ ପଛୁଆ ବର୍ଗ ସମ୍ମିଳନୀ କରିବ। ୨- ରାଜ୍ୟରେ ଥିବା ପଛୁଆ ବର୍ଗ ଛାତ୍ରାବାସରେ ଥିବା ଓବିସି ଯୁବ ବର୍ଗଙ୍କ ସହ ସ୍ବତନ୍ତ୍ର ସଂପର୍କ ଅଭିଯାନ ଆରମ୍ଭ କରିବ। ୩-  କେନ୍ଦ୍ରରେ ମୋଦି ସରକାର ଓବିସିଙ୍କ ଲାଗି କରିଥିବା କାର୍ଯ୍ୟକ୍ରମକୁ ଘରେ ଘରେ ପହଞ୍ଚାଇବ।  ସେହିପରି ବିଜେପି କହିଛି ରାଜ୍ୟ ସରକାର ଓବିସି ବର୍ଗଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ଦେଉନାହାନ୍ତି । ଭୋଟ ବ୍ୟାଙ୍କ ଭାଙ୍ଗିବାର ଭୟରେ ରାଜ୍ୟ ଓବିସି ଜନଗଣନା କରି ବି ତାକୁ ସାର୍ବଜନୀନ କରୁନାହିଁ ।  ଏସବୁ ପ୍ରସଙ୍ଗକୁ ନେଇ ଆନ୍ଦୋଳନ କରିବ ବୋଲି କହିଛି ବିଜେପି ଓବିସି ମୋର୍ଚ୍ଚା।

ଓବିସିଙ୍କ ଲାଗି ରାଜ୍ୟ ସରକାର ଓବିସି କମିଶନ ଗଠନ କରିବା ସହ ରାଜ୍ୟରେ ପଛୁଆ ବର୍ଗଙ୍କ ଅର୍ଥନୈତିକ ଓ ସାମାଜିକ ସର୍ଭେ କରିଛନ୍ତି । ଏବେ ବିରୋଧୀ ଓବିସିଙ୍କ ପ୍ରସଙ୍ଗ ଉଠାଉଥିବା ବେଳେ  ବିଜେଡି କହିଛି ରାଜ୍ୟ ସରକାର କଣ କରିଛନ୍ତି ତାହା ବିରୋଧୀ ଭଲ ଭାବେ ଜାଣିଛନ୍ତି । ଯେଉଁମାନେ ନିର୍ବାଚନ ପାଇଁ ଓବିସି ବର୍ଗର ଭୋଟରୁ ଫାଇଦା ପାଇଁ ଚେଷ୍ଟା କରୁଛନ୍ତି ସେମାନେ ହିଁ ଏଭଳି ପ୍ରସଙ୍ଗ ଉଠାଉଛନ୍ତି । ଏହାର ପ୍ରଭାବ କୌଣସି ମତେ ଓବିସି ବର୍ଗର ଲୋକଙ୍କ ଉପରେ ପଡ଼ିବ ନାହିଁ । ସେହିପରି  କଂଗ୍ରେସ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି । ରାଜ୍ୟ ଜନସଂଖ୍ୟାର ବଡ ଭାଗ ହେଉଛନ୍ତି ଓବିସି ବର୍ଗ। ସେଥିଲାଗି ପଛୁଆ ବର୍ଗଙ୍କ ସମର୍ଥନ ପାଇବାକୁ ପଲିଟିକାଲ ପାର୍ଟିଙ୍କ ଭିତରେ ଚାଲିଛି ପ୍ରତିଯୋଗିତା ।

The post ଓବିସିକୁ ନେଇ ଜୋର ଧରିଲା ରାଜନୀତି, ବିଜେପି-ବିଜେଡି ଟଣା ଓଟରା; କଂଗ୍ରେସର ହମଲା appeared first on Prameya News7.