ଓଭରଟେକିଂ ହେଲା କାଳ ! ଦଶାହ ଭୋଜି ଖାଇ ଫେରୁଥିବା ବେଳେ ଚାଲିଗଲା ୧୫ ଜୀବନ

 ଲକ୍ଷ୍ନୌ: ଉତ୍ତରପ୍ରଦେଶର ହାଥରସରେ ମର୍ମନ୍ତଦ ସଡ଼କ ଦୁର୍ଘଟଣା। ଯାତ୍ରୀବାହୀ ବସ୍ ଏବଂ ଟାଟା ମ୍ୟାଜିକ ମୁହାଁମୁହିଁ ଧକ୍କା ହେବାରୁ ୧୫ ଜଣଙ୍କର ମୃତ୍ୟୁ ହୋଇଛି। ୧୦ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ତେବେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଦଶାହ ଭୋଜି ଖାଇ ଫେରିବା ପରେ ଟାଟା ମ୍ୟାଜିକରେ ଫେରୁଥିଲେ। ଫେରୁଥିବା ବେଳେ ଓଭରଟେକିଂ ବେଳେ ସାମନାରୁ ଆସୁଥିବା ଯାତ୍ରୀବାହୀ ବସ୍  ଧକ୍କା ହୋଇଥିଲେ।ଆଗ୍ରା-ଆଲିଗଡ ବାଇପାସ୍ ଚାନ୍ଦପା ପୋଲିସ ଷ୍ଟେସନ ଅଧୀନ ମେଟାଇ ଗ୍ରାମରୁ ଏହି ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି। ଆମେ ଆପଣଙ୍କୁ କହିବୁ ଯେ ମ୍ୟାକ୍ସ ଲୋଡର୍ ଥିବା ଯାତ୍ରୀମାନେ ମୁକୁନ୍ଦ ଖେଡା ଠାରୁ ଦଶାହ ଭୋଜି କରିବା ପରେ ସେଭଲା ଗାଁକୁ ଫେରୁଥିଲେ। ଏହି ଦୁର୍ଘଟଣାରେ ୨୦ ରୁ ଉର୍ଦ୍ଧ୍ୱ ଲୋକ ମଧ୍ୟ ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଜିଲ୍ଲାପାଳ ଏବଂ ଏସପି ଜିଲ୍ଲା ଡାକ୍ତରଖାନାରେ ପହଞ୍ଚିଥିଲେ।ଏହି ଦୁର୍ଘଟଣାରେ ଡିଏମ ଆଶିଷ କୁମାର କହିଛନ୍ତି ଯେ ହାଥରସ ଜିଲ୍ଲାର NH-93 ପୋଲିସ୍ ଷ୍ଟେସନ ଚାନ୍ଦା ଅଞ୍ଚଳର ମେଟାଇ ଗ୍ରାମ ନିକଟରେ ଏହି ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ଚାରି ପିଲାଙ୍କ ସମେତ ୧୫ ଜଣଙ୍କର ମୃତ୍ୟୁ ଘଟିଛି। ଗୁରୁତରଙ୍କୁ ଥିବାରୁ ଜିଲ୍ଲା ଡାକ୍ତରଖାନାରୁ ଆଲିଗଡକୁ ପଠାଯାଇଛି। ଅବଶିଷ୍ଟ ଆହତମାନେ ଜିଲ୍ଲା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଓଭରଟ

ଓଭରଟେକିଂ ହେଲା କାଳ ! ଦଶାହ ଭୋଜି ଖାଇ ଫେରୁଥିବା ବେଳେ ଚାଲିଗଲା ୧୫ ଜୀବନ

 ଲକ୍ଷ୍ନୌ: ଉତ୍ତରପ୍ରଦେଶର ହାଥରସରେ ମର୍ମନ୍ତଦ ସଡ଼କ ଦୁର୍ଘଟଣା। ଯାତ୍ରୀବାହୀ ବସ୍ ଏବଂ ଟାଟା ମ୍ୟାଜିକ ମୁହାଁମୁହିଁ ଧକ୍କା ହେବାରୁ ୧୫ ଜଣଙ୍କର ମୃତ୍ୟୁ ହୋଇଛି। ୧୦ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ତେବେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଦଶାହ ଭୋଜି ଖାଇ ଫେରିବା ପରେ ଟାଟା ମ୍ୟାଜିକରେ ଫେରୁଥିଲେ। ଫେରୁଥିବା ବେଳେ ଓଭରଟେକିଂ ବେଳେ ସାମନାରୁ ଆସୁଥିବା ଯାତ୍ରୀବାହୀ ବସ୍  ଧକ୍କା ହୋଇଥିଲେ।

ଆଗ୍ରା-ଆଲିଗଡ ବାଇପାସ୍ ଚାନ୍ଦପା ପୋଲିସ ଷ୍ଟେସନ ଅଧୀନ ମେଟାଇ ଗ୍ରାମରୁ ଏହି ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି। ଆମେ ଆପଣଙ୍କୁ କହିବୁ ଯେ ମ୍ୟାକ୍ସ ଲୋଡର୍ ଥିବା ଯାତ୍ରୀମାନେ ମୁକୁନ୍ଦ ଖେଡା ଠାରୁ ଦଶାହ ଭୋଜି କରିବା ପରେ ସେଭଲା ଗାଁକୁ ଫେରୁଥିଲେ। ଏହି ଦୁର୍ଘଟଣାରେ ୨୦ ରୁ ଉର୍ଦ୍ଧ୍ୱ ଲୋକ ମଧ୍ୟ ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଜିଲ୍ଲାପାଳ ଏବଂ ଏସପି ଜିଲ୍ଲା ଡାକ୍ତରଖାନାରେ ପହଞ୍ଚିଥିଲେ।

ଏହି ଦୁର୍ଘଟଣାରେ ଡିଏମ ଆଶିଷ କୁମାର କହିଛନ୍ତି ଯେ ହାଥରସ ଜିଲ୍ଲାର NH-93 ପୋଲିସ୍ ଷ୍ଟେସନ ଚାନ୍ଦା ଅଞ୍ଚଳର ମେଟାଇ ଗ୍ରାମ ନିକଟରେ ଏହି ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ଚାରି ପିଲାଙ୍କ ସମେତ ୧୫ ଜଣଙ୍କର ମୃତ୍ୟୁ ଘଟିଛି। ଗୁରୁତରଙ୍କୁ ଥିବାରୁ ଜିଲ୍ଲା ଡାକ୍ତରଖାନାରୁ ଆଲିଗଡକୁ ପଠାଯାଇଛି। ଅବଶିଷ୍ଟ ଆହତମାନେ ଜିଲ୍ଲା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଓଭରଟେକିଂ ଯୋଗୁଁ ଏହି ଦୁର୍ଘଟଣା ଘଟିଛି ବୋଲି ଡିଏମ ଆଶିଷ କୁମାର କହିଛନ୍ତି। 

ହାଥରସ ଦୁର୍ଘଟଣାରେ ସିଏମ ଯୋଗୀ ଆଦିତ୍ୟନାଥ ଓ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ଦୁଃଖ ପ୍ରକାଶ କରିଛନ୍ତି। ଦୁର୍ଘଟଣାରେ ପ୍ରାଣ ହରାଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପରିବାରକୁ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ ପାଣ୍ଠିରୁ ୨ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ରାଶି ଘୋଷଣା କରିଛନ୍ତି। ଆହତମାନଙ୍କୁ ୫୦ ହଜାର ଟଙ୍କା ପ୍ରଦାନ କରାଯିବ।