ଓମ ବିର୍ଲାଙ୍କୁ ନେଇ ଯେତେବେଳେ ବାଚସ୍ପତି ଆସନ ପାଖରେ ପହଞ୍ଚିଲେ ମୋଦି-ରାହୁଲ, ପୋଡିୟମ ଉପରେ ହେଲା ଏମିତି କିଛି…
ନୂଆଦିଲ୍ଲୀ,୨୬।୬: ଲୋକ ସଭା ବାଚସ୍ପତି ପଦବୀକୁ ନେଇ ସରକାର ଓ ବିରୋଧୀଙ୍କ ମଧ୍ୟରେ ଚାଲିଥିବା ବିବାଦରେ ଆଜି ପୂର୍ଣ୍ଣଚ୍ଛେଦ ପଡିଛି। ଭାଜପା ଏମପି ଓମ ବିର୍ଲା ୧୮ତମ ଲୋକ ସଭାର ବାଚସ୍ପତି ଭାବରେ ନିର୍ବାଚିତ ହୋଇଛନ୍ତି। ତାଙ୍କ ବିରୋଧରେ କେ ସୁରେଶଙ୍କୁ ପ୍ରାର୍ଥୀ କରାଯାଇଥିଲା। ବିର୍ଲା ବାଚସ୍ପତି ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିରୋଧୀ ଦଳ ନେତା ରାହୁଲ ଦୁହେଁ ଏକାଠି ମିଶି ତାଙ୍କୁ ବାଚସ୍ପତି ଆସନ ପାଖକୁ ନେଇଥିଲେ। ଏହାପୂର୍ବରୁ ବୁଧବାର ମୋଦ […] The post ଓମ ବିର୍ଲାଙ୍କୁ ନେଇ ଯେତେବେଳେ ବାଚସ୍ପତି ଆସନ ପାଖରେ ପହଞ୍ଚିଲେ ମୋଦି-ରାହୁଲ, ପୋଡିୟମ ଉପରେ ହେଲା ଏମିତି କିଛି… appeared first on Dharitri Odia News.
ନୂଆଦିଲ୍ଲୀ,୨୬।୬: ଲୋକ ସଭା ବାଚସ୍ପତି ପଦବୀକୁ ନେଇ ସରକାର ଓ ବିରୋଧୀଙ୍କ ମଧ୍ୟରେ ଚାଲିଥିବା ବିବାଦରେ ଆଜି ପୂର୍ଣ୍ଣଚ୍ଛେଦ ପଡିଛି। ଭାଜପା ଏମପି ଓମ ବିର୍ଲା ୧୮ତମ ଲୋକ ସଭାର ବାଚସ୍ପତି ଭାବରେ ନିର୍ବାଚିତ ହୋଇଛନ୍ତି। ତାଙ୍କ ବିରୋଧରେ କେ ସୁରେଶଙ୍କୁ ପ୍ରାର୍ଥୀ କରାଯାଇଥିଲା। ବିର୍ଲା ବାଚସ୍ପତି ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିରୋଧୀ ଦଳ ନେତା ରାହୁଲ ଦୁହେଁ ଏକାଠି ମିଶି ତାଙ୍କୁ ବାଚସ୍ପତି ଆସନ ପାଖକୁ ନେଇଥିଲେ।
ଏହାପୂର୍ବରୁ ବୁଧବାର ମୋଦ ଲୋକ ସଭାରେ ଓମ ବିର୍ଲାଙ୍କୁ ଲୋୟର ହାଉସର ବାଚସ୍ପତି ଭାବରେ ଚୟନ କରିବାକୁ ଏକ ପ୍ରସ୍ତାବ ଉପସ୍ଥାପନ କରିଥିଲେ। ତାଙ୍କ ପରେ ଲଲାନ ସିଂ, ଜିତନ ରାମ ମଝୀ, ଅମିତ ଶାହା, ଚିରାଗ ପାସୱାନ, ଏଚଡି କୁମାରସ୍ବାମୀ ଏବଂ କିଞ୍ଜାରାପୁ ରାମ ମୋହନ ନାଇଡୁ ମଧ୍ୟ ଓମ ବିର୍ଲାଙ୍କୁ ଲୋୟର ହାଉସର ବାଚସ୍ପତି ଭାବରେ ଚୟନ କରିବାକୁ ଏକ ପ୍ରସ୍ତାବ ଉପସ୍ଥାପନ କରିଥିଲେ।
#WATCH 18वीं लोकसभा के अध्यक्ष चुने जाने के बाद भाजपा सांसद ओम बिरला लोकसभा अध्यक्ष की कुर्सी पर बैठे।
प्रधानमंत्री नरेन्द्र मोदी, विपक्ष के नेता राहुल गांधी और संसदीय कार्य मंत्री किरेन रिजिजू भी उनके साथ आसन तक पहुंचे। pic.twitter.com/9hLObWu5KP
— ANI_HindiNews (@AHindinews) June 26, 2024
ଏହାପରେ ଭାଜପା ଏମପି ଓମ ବିର୍ଲା ୧୮ତମ ଲୋକ ସଭାର ବାଚସ୍ପତି ଭାବରେ ନିର୍ବାଚିତ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ତାଙ୍କୁ ବାଚସ୍ପତିଙ୍କ ଚେୟାରକୁ ନେଇଥିଲେ। ଏହି ସମୟରେ ପୁରା ଗୃହ କରତାଳିରେ କମ୍ପିବାକୁ ଲାଗିଲା। ଚେୟାର ପାଖକୁ ଯିବା ପୂର୍ବରୁ ଆଗରେ ମୋଦି ଏବଂ ପଛପଛେ ରାହୁଲ ଚାଲୁଥିଲେ। ଲୋକ ସଭା ଅଧିବେଶନର ସ୍ବତନ୍ତ୍ର ଅଧିବେଶନରେ ଏକ ଚମତ୍କାର ଦୃଶ୍ୟ ଦେଖିବାକୁ ମିଳିଥିଲା। ଦୁହେଁ ଆଗ ପଛ ହୋଇ ପହଞ୍ଚିବା ପରେ ବାଚସ୍ପତି ଆସନରେ ଓମ ବିର୍ଲାଙ୍କୁ ଶୁଚ୍ଛୋ ଜଣାଇଥିଲେ। ପ୍ରତିଟି ପ୍ରସଙ୍ଗରେ ମୁହାଁମୁହିଁ ହେଉଥିବା ଦୁଇ ଶକ୍ତିଶାଳୀ ନେତାଙ୍କୁ ଏକାଠି ଗୋଟିଏ ମଞ୍ଚରେ ଦେଖିବାକୁ ମିଳିଥିଲା। କହିବାକୁ ଗଲେ, ଏହା ତ ଆରମ୍ଭ ମାତ୍ର। ଅର୍ଥାତ୍ ବିରୋଧୀ ଦଳ ନେତା ଭାବେ ଏବେ ରାହୁଲ ସରକାରଙ୍କ ପ୍ରତିଟି ନିଷ୍ପତ୍ତିରେ ଉପସ୍ଥିତ ରହିବେ।
The post ଓମ ବିର୍ଲାଙ୍କୁ ନେଇ ଯେତେବେଳେ ବାଚସ୍ପତି ଆସନ ପାଖରେ ପହଞ୍ଚିଲେ ମୋଦି-ରାହୁଲ, ପୋଡିୟମ ଉପରେ ହେଲା ଏମିତି କିଛି… appeared first on Dharitri Odia News.