ଓଲଟି ପଡ଼ିଲା ଟମାଟୋ ବୋଝେଇ ଟ୍ରକ୍‌; ଯିଏ ପାରିଲା ବୋହିନେଲା

ଟମାଟୋ ବୋଝେଇ ଟ୍ରକ୍‌ଟି ଛତିଶଗଡ଼ରୁ କଲିକୋତା ଅଭିମୁଖେ ଯିବାବେଳେ ଏହି ଦୁର୍ଘଟଣା ଘଟିଛି।

ଓଲଟି ପଡ଼ିଲା ଟମାଟୋ ବୋଝେଇ ଟ୍ରକ୍‌; ଯିଏ ପାରିଲା ବୋହିନେଲା

ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିଲା ଟମାଟୋ ବୋଝେଇ ଟ୍ରକ୍‌। କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ଚେମେଣା ନର୍ସରି ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଡ୍ରାଇଭର ସାମାନ୍ୟ ଆହତ ହୋଇଛନ୍ତି।  

ଗାଡ଼ିଟି ଓଲଟି ପଡ଼ିବାରୁ ବୋଝେଇ ହୋଇଥିବା ଟମାଟୋ ସବୁ ଏଣେ ତେଣେ ପଡ଼ି ଯାଇଛି। ଆଉ ଏହାପରେ ଲୋକେ ସେଠାରୁ ଟମାଟୋ ସବୁ ବୋହି ନେଇଯାଉଥିବା ଦେଖିବାକୁ ମିଳିଛି। ସାଇକେଲ୍ ଓ ବାଇକରେ ଲୋକେ ଟମାଟୋ ବୋହି ନେଇ ଯାଇଥିବା ଦେଖିବାକୁ ମିଳିଛି। ଏମିତିକି ରାସ୍ତାରେ ଯା’ଆସ କରୁଥିବା ଲୋକେ ବି ଓହ୍ଲାଇ ଟମାଟୋ ବୋହି ନେଇ ଯାଇଯାଉଛନ୍ତି। ପିଲାଠୁ ବୟସ୍କ କେହି ଏଥିରୁ ବାଦ୍ ପଡ଼ି ନାହାନ୍ତି। 

ଟମାଟୋ ବୋଝେଇ ଟ୍ରକ୍‌ଟି ଛତିଶଗଡ଼ରୁ କଲିକୋତା ଅଭିମୁଖେ ଯିବାବେଳେ ଏହି ଦୁର୍ଘଟଣା ଘଟିଛି। ଘନ କୁହୁଡି ଯୋଗୁ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି। ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି ।