ଓଲଟିଲା ଚାଉଳ ବୋଝେଇ ଟ୍ରକ: ପାଣିରେ ଭାସୁଛି କୋଡ଼ିଏ ଟନରୁ ଉର୍ଦ୍ଧ୍ୱ ବସ୍ତା ଚାଉଳ
ବଣାଇଁ,୩୦।୬(ପ୍ରଦୀପ ତ୍ରିପାଠୀ): ଠିକାଦାରଙ୍କ ରାସ୍ତା ନିର୍ମାଣରେ ଅବହେଳା ଯୋଗୁ ବାରମ୍ବାର ଆଜି ପୁଣି ଏକ ଦୁର୍ଘଟଣା ଯୋଗୁ ବଣାଇଁ ଥାନା ଅନ୍ତର୍ଗତ ବାର୍ହାମୂଷା ଅଞ୍ଚଳରେ ଅସନ୍ତୋଷ ବୃଦ୍ଧି ପାଇଛି l ଦୁଇଦିନ ଧରି ଲଗାଣ ବର୍ଷା ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଥିବା ବେଳେ ଆଜି ସକାଳେ ସମ୍ପୃକ୍ତ ରାସ୍ତାରେ ରାଇସ ମିଲରୁ ଗୋଦାମକୁ କୋଡ଼ିଏ ଟନରୁ ଉର୍ଦ୍ଧ୍ୱ ଚାଉଳ ବୋଝେଇ ଟ୍ରକ ବାର୍ହାମୂଷାଠାରେ ଅର୍ଦ୍ଧନିର୍ମିତ ରାସ୍ତାରେ ଓଲଟି ପଡିବା ଫଳରେ କୋଡ଼ିଏ ଟନ ଚାଉଳ ପାଣିରେ ଭାସୁଛି। […] The post ଓଲଟିଲା ଚାଉଳ ବୋଝେଇ ଟ୍ରକ: ପାଣିରେ ଭାସୁଛି କୋଡ଼ିଏ ଟନରୁ ଉର୍ଦ୍ଧ୍ୱ ବସ୍ତା ଚାଉଳ appeared first on Dharitri Odia News.
ବଣାଇଁ,୩୦।୬(ପ୍ରଦୀପ ତ୍ରିପାଠୀ): ଠିକାଦାରଙ୍କ ରାସ୍ତା ନିର୍ମାଣରେ ଅବହେଳା ଯୋଗୁ ବାରମ୍ବାର ଆଜି ପୁଣି ଏକ ଦୁର୍ଘଟଣା ଯୋଗୁ ବଣାଇଁ ଥାନା ଅନ୍ତର୍ଗତ ବାର୍ହାମୂଷା ଅଞ୍ଚଳରେ ଅସନ୍ତୋଷ ବୃଦ୍ଧି ପାଇଛି l ଦୁଇଦିନ ଧରି ଲଗାଣ ବର୍ଷା ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଥିବା ବେଳେ ଆଜି ସକାଳେ ସମ୍ପୃକ୍ତ ରାସ୍ତାରେ ରାଇସ ମିଲରୁ ଗୋଦାମକୁ କୋଡ଼ିଏ ଟନରୁ ଉର୍ଦ୍ଧ୍ୱ ଚାଉଳ ବୋଝେଇ ଟ୍ରକ ବାର୍ହାମୂଷାଠାରେ ଅର୍ଦ୍ଧନିର୍ମିତ ରାସ୍ତାରେ ଓଲଟି ପଡିବା ଫଳରେ କୋଡ଼ିଏ ଟନ ଚାଉଳ ପାଣିରେ ଭାସୁଛି। ସମ୍ପୃକ୍ତ ରାସ୍ତା ନିର୍ମାଣ ଅବଧି ବହୁଦିନରୁ ସରି ଥିଲେ ହେଁ ଠିକାଦାର ଓ କାର୍ଯ୍ୟ ର୍ନିବାହୀ ସଂସ୍ଥା ଗ୍ରାମ୍ୟ ଉନ୍ନୟନ ବିଭାଗ ର ଅବହେଳା ଯୋଗୁଁ ଏଭଳି ଘଟୁଥିବା ନେଇ ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି l ଘଟଣାସ୍ଥଳରେ ବଣାଇଁ ପୋଲିସ ପହଁଚି ତଦନ୍ତ ଜାରି ରଖିଛି ଓ ଘଟଣାରେ କେହି ମୃତାହତ ହୋଇ ନ ଥିବା ପୋଲିସ ସୂଚନା ଦେଇଛି l
The post ଓଲଟିଲା ଚାଉଳ ବୋଝେଇ ଟ୍ରକ: ପାଣିରେ ଭାସୁଛି କୋଡ଼ିଏ ଟନରୁ ଉର୍ଦ୍ଧ୍ୱ ବସ୍ତା ଚାଉଳ appeared first on Dharitri Odia News.