ଓସ୍କାରରେ ନୂଆ କାଟୋଗୋରୀର ଏଣ୍ଟ୍ରି; ପୋଷ୍ଟରେ ଆରଆରଆର ଫିଲ୍ମର ସିନ୍ , ଖୁସି ପ୍ରକାଶ କଲେ ରାଜାମୌଲୀ

ନୂଆଦିଲ୍ଲୀ: ଓସ୍କାରରେ ପୁଣି ନିଜର ଦବଦବା ଦେଖାଇଛି ଲୋକପ୍ରିୟ ଫିଲ୍ମ ନିର୍ଦ୍ଦେଶକ ଏସଏସ ରାଜାମୌଲୀଙ୍କ ଫିଲ୍ମ ‘ଆରଆରଆର’। ୨୦୨୩ରେ ‘ଆରଆରଆର’ର ଗୀତ ‘ନାଟୂ ନାଟୂ’ ଓସ୍କାରରେ ବେଷ୍ଟ ଓରିଜିନାଲ ସଙ୍ଗ୍‌ର ଆଓ୍ବାର୍ଡ ହାତେଇଥିବାବେଳେ ଏବେ ପୁଣି ଫିଲ୍ମ ପାଇଁ ଆଉ ଏକ ଐତିହାସିକ ମୁହୂର୍ତ୍ତ ଆସିଛି। କାରଣ ଫିଲ୍ମର ଏକ ଫାଇଟ ସିନ୍‌କୁ ଓସ୍କାରର ନୂଆ କାଟୋଗୋରୀର ଘୋଷଣା ପାଇଁ ବ୍ୟବହାର କରାଯାଇଛି । ପ୍ରକୃତରେ, ମଙ୍ଗଳବାର ଏକାଡେମୀ ଅଫ୍‌ ମୋସନ ପିକ୍ଚର ଆର୍ଟସ୍‌ ଆଣ୍ଡ୍ ସାଇନ୍ସେସର ବୋର୍ଡ ଗଭର୍ଣ୍ଣସ ଓସ୍କାର ପାଇଁ ଏକ ନୂଆ କାଟାଗୋରୀ ଘୋଷଣା କରିଛନ୍ତି। ଏହି ନୂଆ କାଟାଗୋରୀ ହେଉଛି ବେଷ୍ଟ ଷ୍ଟଣ୍ଟ୍‌ ଡିଜାଇନ। ଏହି ନୂଆ କାଟାଗୋରୀ ୨୦୨୮ରେ ହେବାକୁ ଥିବା ୧୦୦ତମ ଏକାଡେମୀ ଆଓ୍ବାର୍ଡ ଠାରୁ ଆରମ୍ଭ ହେବ। ଏଥିପାଇଁ ୨୦୨୭ରେ ରିଲିଜ ହେବାକୁ ଥିବା ଫିଲ୍ମକୁ ମନୋନୀତ କରାଯିବ। ଏହି ନୂଆ କାଟେଗୋରୀର ଘୋଷଣା କରିବାକୁ ଏକାଡେମୀ ଅଫ୍‌ ମୋସନ ପିକଚର ଆର୍ଟସ ଆଣ୍ଡ୍‌ ସାଇନ୍ସେସ ଇନଷ୍ଟାଗ୍ରାମରେ ତିନିଟି ଫିଲ୍ମର ଷ୍ଟଣ୍ଟ ସିନ୍‌କୁ ସେୟାର କରିଛି। ଯେଉଁଥିରେ ଏସଏସ ରାଜମୌଲୀଙ୍କ ‘ଆରଆରଆର’ର ରାମ ଚରଣଙ୍କ ବାଘ ସହ ଲଢ଼ୁଥିବା ସମୟର ଏକ ସିନ୍ ରହିଛି। ସେହିଭଳି ମିସେଲ ୟୋହଙ୍କ ଅଭିନୀତ ୨୦୨୨ରେ ଆସିଥିବା ଫିଲ୍ମ ‘ଏଭରୀଥିଙ୍ଗ ଏଭରିହ୍ବେୟାର ଅଲ ଆଟ୍‌ ଓ୍ବାନ୍ସ’ର ଏକ ସିନ୍‌ ରହିଛି। ଏହା ସହ ତୃତୀୟ ଫଟୋ ୨୦୧୧ରେ ରିଲିଜ୍ ହେ

ଓସ୍କାରରେ ନୂଆ କାଟୋଗୋରୀର ଏଣ୍ଟ୍ରି; ପୋଷ୍ଟରେ ଆରଆରଆର ଫିଲ୍ମର ସିନ୍ , ଖୁସି ପ୍ରକାଶ କଲେ ରାଜାମୌଲୀ

ନୂଆଦିଲ୍ଲୀ: ଓସ୍କାରରେ ପୁଣି ନିଜର ଦବଦବା ଦେଖାଇଛି ଲୋକପ୍ରିୟ ଫିଲ୍ମ ନିର୍ଦ୍ଦେଶକ ଏସଏସ ରାଜାମୌଲୀଙ୍କ ଫିଲ୍ମ ‘ଆରଆରଆର’। ୨୦୨୩ରେ ‘ଆରଆରଆର’ର ଗୀତ ‘ନାଟୂ ନାଟୂ’ ଓସ୍କାରରେ ବେଷ୍ଟ ଓରିଜିନାଲ ସଙ୍ଗ୍‌ର ଆଓ୍ବାର୍ଡ ହାତେଇଥିବାବେଳେ ଏବେ ପୁଣି ଫିଲ୍ମ ପାଇଁ ଆଉ ଏକ ଐତିହାସିକ ମୁହୂର୍ତ୍ତ ଆସିଛି। କାରଣ ଫିଲ୍ମର ଏକ ଫାଇଟ ସିନ୍‌କୁ ଓସ୍କାରର ନୂଆ କାଟୋଗୋରୀର ଘୋଷଣା ପାଇଁ ବ୍ୟବହାର କରାଯାଇଛି । 

ପ୍ରକୃତରେ, ମଙ୍ଗଳବାର ଏକାଡେମୀ ଅଫ୍‌ ମୋସନ ପିକ୍ଚର ଆର୍ଟସ୍‌ ଆଣ୍ଡ୍ ସାଇନ୍ସେସର ବୋର୍ଡ ଗଭର୍ଣ୍ଣସ ଓସ୍କାର ପାଇଁ ଏକ ନୂଆ କାଟାଗୋରୀ ଘୋଷଣା କରିଛନ୍ତି। ଏହି ନୂଆ କାଟାଗୋରୀ ହେଉଛି ବେଷ୍ଟ ଷ୍ଟଣ୍ଟ୍‌ ଡିଜାଇନ। ଏହି ନୂଆ କାଟାଗୋରୀ ୨୦୨୮ରେ ହେବାକୁ ଥିବା ୧୦୦ତମ ଏକାଡେମୀ ଆଓ୍ବାର୍ଡ ଠାରୁ ଆରମ୍ଭ ହେବ। ଏଥିପାଇଁ ୨୦୨୭ରେ ରିଲିଜ ହେବାକୁ ଥିବା ଫିଲ୍ମକୁ ମନୋନୀତ କରାଯିବ। 

ଏହି ନୂଆ କାଟେଗୋରୀର ଘୋଷଣା କରିବାକୁ ଏକାଡେମୀ ଅଫ୍‌ ମୋସନ ପିକଚର ଆର୍ଟସ ଆଣ୍ଡ୍‌ ସାଇନ୍ସେସ ଇନଷ୍ଟାଗ୍ରାମରେ ତିନିଟି ଫିଲ୍ମର ଷ୍ଟଣ୍ଟ ସିନ୍‌କୁ ସେୟାର କରିଛି। ଯେଉଁଥିରେ ଏସଏସ ରାଜମୌଲୀଙ୍କ ‘ଆରଆରଆର’ର ରାମ ଚରଣଙ୍କ ବାଘ ସହ ଲଢ଼ୁଥିବା ସମୟର ଏକ ସିନ୍ ରହିଛି। ସେହିଭଳି ମିସେଲ ୟୋହଙ୍କ ଅଭିନୀତ ୨୦୨୨ରେ ଆସିଥିବା ଫିଲ୍ମ ‘ଏଭରୀଥିଙ୍ଗ ଏଭରିହ୍ବେୟାର ଅଲ ଆଟ୍‌ ଓ୍ବାନ୍ସ’ର ଏକ ସିନ୍‌ ରହିଛି। ଏହା ସହ ତୃତୀୟ ଫଟୋ ୨୦୧୧ରେ ରିଲିଜ୍ ହୋଇଥିବା ‘ମିସନ ଇମପସିବଲ- ଘୋଷ୍ଟ ପ୍ରୋଟୋକଲ’ରେ ଟମ୍ କ୍ରୁଜ ଦୁବାଇର ବୁର୍ଜ ଖଲିଫା ଚଢ଼ୁଥିବାର ଦୃଶ୍ୟ ରହିଛି।




ତେବେ ଆରଆରଆର ସିନ୍‌କୁ ଏକାଡେମୀ ପୋଷ୍ଟରେ ସାମିଲକୁ ନେଇ ଫିଲ୍ମର ନିର୍ଦ୍ଦେଶକ ଏସଏସ ରାଜାମୌଲୀ ଖୁସି ପ୍ରକାଶ କରିଛନ୍ତି। ରାଜାମୌଲି ଏକ ପୋଷ୍ଟରେ ଲେଖିଛନ୍ତି ‘‘ଶେଷରେ ପ୍ରାୟ ୧୦୦ ବର୍ଷର ଅପେକ୍ଷା ପରେ ୨୦୨୭ରେ ରିଲିଜ ହେବାକୁ ଥିବା ଫିଲ୍ମ ପାଇଁ ନୂଆ ଓସ୍କାର ଷ୍ଟଣ୍ଟ ଡିଜାଇନ୍‌ କାଟାଗୋରୀ ଆସିବାକୁ। ଏଥିପାଇଁ ଖୁବ୍‌ ଉତ୍ସାହିତ। ଏହି ଐତିହାସିକ ପଦକ୍ଷେପ ପାଇଁ ଡେଭିଡ ଲିଚ୍, କ୍ରିସ ଓ’ହାରା ଏବଂ ଷ୍ଟଣ୍ଟ୍‌ କମ୍ୟୁନିଟ୍‌କୁ ଧନ୍ୟବାଦ। ଷ୍ଟଣ୍ଟ କାମ୍ ଖୁବ୍ ପରିଶ୍ରମ ଭରା। ଏକାଡେମୀ ସିଇଓ ବିଲ କ୍ରେମର ଏବଂ ପ୍ରେସିଡେଣ୍ଟ ଜେନେଟ ୟାଙ୍ଗଙ୍କ ମଧ୍ୟ ଧନ୍ୟବାଦ। ଆରଆରଆରର ଆକ୍ସନ ଭିଜୁଆଲକୁ ଘୋଷଣାରେ ଦେଖି ବେଶ୍‌ ରୋମାଞ୍ଚିତ।’’

ସୂଚନାଥାଉକି, ୨୦୨୨ରେ ରିଲିଜ ହୋଇଥିଲା ଏସଏସ ରାଜାମୌଲୀଙ୍କ ଫିଲ୍ମ ଆରଆରଆରରେ ଜୁନିୟର ଏନଟିଆର ଏବଂ ରାମ ଚରଣ ପ୍ରମୁଖ ଭୂମିକାରେ ନଜର ଆସିଥିଲେ। ଫିଲ୍ମରେ ଆଲିଆ ଭଟ୍ଟ ଏବଂ ଅଜୟ ଦେଭଗନ ମଧ୍ୟ ଗେଷ୍ଟ ରୋଲରେ ନଜର ଆସିଥିଲେ।