ଓ୍ବାଙ୍ଖଡେରେ ହିଟ୍ମ୍ୟାନ୍ ଷ୍ଟାଣ୍ଡ୍; ରୋହିତଙ୍କ ପିତା-ମାତା କଲେ ଉଦ୍ଘାଟନ
ମୁମ୍ବାଇ: ଓ୍ବାଙ୍ଖଡେରେ ରୋହିତ୍ ଶର୍ମା ଷ୍ଟାଣ୍ଡ୍ ଉଦ୍ଘାଟିତ । ଶୁକ୍ରବାର ମୁମ୍ବାଇ କ୍ରିକେଟ୍ ଆସୋସିଏସନ୍ ପକ୍ଷରୁ ହିଟମ୍ୟାନ୍ ରୋହିତ୍ ଶର୍ମାଙ୍କ ନାଁରେ ତିଆରି ହୋଇଥିବା ଷ୍ଟାଣ୍ଡକୁ ଉଦଘାଟନ କରାଯାଇଛି । ଭାରତୀୟ ଦିନିକିଆ ଦଳର ଅଧିନାୟକଙ୍କ ସମ୍ମାନରେ ଏହି ଷ୍ଟାଣ୍ଡ ତିଆରି ହୋଇଛି । ଆଜି ଉଦଘାଟନ ସମାରୋହରେ ରୋହିତଙ୍କ ପିତା-ମାତା ଉପସ୍ଥିତ ରହି ଫିତା କାଟିଥିଲେ । ସମାରୋହ ରୋହିତ୍ କହିଥିଲେ, କୌଣସି ଖେଳାଳିଙ୍କ ନାଁରେ ଷ୍ଟାଣ୍ଡ ତିଆରି ହେବା, ଏହାକୁ ଶବ୍ଦ ପ୍ରକାର କରିହେବ ନାହିଁ । ସୁନିଲ୍ ଗାଭାସ୍କର, ସଚିନ ତେନ୍ଦୁଲକାରଙ୍କ ପରେ ଏମସିଏ ପକ୍ଷରୁ ରୋହିତ ଶର୍ମାଙ୍କୁ ଏହି ସମ୍ମାନ ମିଳିଛି ।???????????? ???????????????????? ???????????????????????? ???????????????????? ????????#MumbaiIndians #PlayLikeMumbai #RohitSharmaStand | @ImRo45 pic.twitter.com/dqdWu6YSQ5— Mumbai Indians (@mipaltan) May 16, 2025ମୁମ୍ବାଇରେ ଥିବା ଓ୍ବାଙ୍ଖଡେ ଆନ୍ତର୍ଜାତିକ କ୍ରିକେଟ୍ ଷ୍ଟାଡିୟମରେ ମେ’ ୧୬ ତାରିଖ ଅର୍ଥାତ୍ ଶୁକ୍ରବାର ଏକ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ରୋହିତ୍ ଶର୍ମା ଷ୍ଟାଣ୍ଡକୁ ଲୋକାର୍ପଣ କରାଯାଇଛି । ଏହି ସମାରୋହରେ ରୋହିତ ଶର୍ମାଙ୍କ ପରିବାର ସହିତ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ୍, ଏମସିଏର ପୂର୍ବତନ ଅ
ମୁମ୍ବାଇ: ଓ୍ବାଙ୍ଖଡେରେ ରୋହିତ୍ ଶର୍ମା ଷ୍ଟାଣ୍ଡ୍ ଉଦ୍ଘାଟିତ । ଶୁକ୍ରବାର ମୁମ୍ବାଇ କ୍ରିକେଟ୍ ଆସୋସିଏସନ୍ ପକ୍ଷରୁ ହିଟମ୍ୟାନ୍ ରୋହିତ୍ ଶର୍ମାଙ୍କ ନାଁରେ ତିଆରି ହୋଇଥିବା ଷ୍ଟାଣ୍ଡକୁ ଉଦଘାଟନ କରାଯାଇଛି । ଭାରତୀୟ ଦିନିକିଆ ଦଳର ଅଧିନାୟକଙ୍କ ସମ୍ମାନରେ ଏହି ଷ୍ଟାଣ୍ଡ ତିଆରି ହୋଇଛି । ଆଜି ଉଦଘାଟନ ସମାରୋହରେ ରୋହିତଙ୍କ ପିତା-ମାତା ଉପସ୍ଥିତ ରହି ଫିତା କାଟିଥିଲେ । ସମାରୋହ ରୋହିତ୍ କହିଥିଲେ, କୌଣସି ଖେଳାଳିଙ୍କ ନାଁରେ ଷ୍ଟାଣ୍ଡ ତିଆରି ହେବା, ଏହାକୁ ଶବ୍ଦ ପ୍ରକାର କରିହେବ ନାହିଁ । ସୁନିଲ୍ ଗାଭାସ୍କର, ସଚିନ ତେନ୍ଦୁଲକାରଙ୍କ ପରେ ଏମସିଏ ପକ୍ଷରୁ ରୋହିତ ଶର୍ମାଙ୍କୁ ଏହି ସମ୍ମାନ ମିଳିଛି ।
???????????? ???????????????????? ???????????????????????? ???????????????????? ????????#MumbaiIndians #PlayLikeMumbai #RohitSharmaStand | @ImRo45 pic.twitter.com/dqdWu6YSQ5— Mumbai Indians (@mipaltan) May 16, 2025
ମୁମ୍ବାଇରେ ଥିବା ଓ୍ବାଙ୍ଖଡେ ଆନ୍ତର୍ଜାତିକ କ୍ରିକେଟ୍ ଷ୍ଟାଡିୟମରେ ମେ’ ୧୬ ତାରିଖ ଅର୍ଥାତ୍ ଶୁକ୍ରବାର ଏକ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ରୋହିତ୍ ଶର୍ମା ଷ୍ଟାଣ୍ଡକୁ ଲୋକାର୍ପଣ କରାଯାଇଛି । ଏହି ସମାରୋହରେ ରୋହିତ ଶର୍ମାଙ୍କ ପରିବାର ସହିତ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ୍, ଏମସିଏର ପୂର୍ବତନ ଅଧ୍ୟକ୍ଷ ଶରଦ ପାଓ୍ବାର, ଏମସିଏ ଅଧ୍ୟକ୍ଷ ଅଜିଙ୍କ୍ୟା ନାଏକ ସମେତ ବହୁ ବରିଷ୍ଠ ନେତା ଓ ଅଧିକାରୀ ଉପସ୍ଥିତ ଥିଲେ ।
#WATCH | Mumbai | At the inauguration ceremony of a stand in Wankhede to be named after him, Indian ODI men's cricket team captain Rohit Sharma says, "What is going to happen today, I have never dreamed of. As a kid growing up, I wanted to play for Mumbai, for India. No one… pic.twitter.com/BH2VCjmxFi— ANI (@ANI) May 16, 2025
ସୂଚନା ଅନୁଯାୟୀ, ମୁମ୍ବାଇ କ୍ରିକେଟ୍ ଆସୋସିଏସନ୍ କିଛି ଦିନ ପୂର୍ବରୁ ରୋହିତ୍ ଶର୍ମାଙ୍କ ଷ୍ଟାଣ୍ଡ ନେଇ ଘୋଷଣା କରିଥିଲା । ଏମସିଏ କର୍ତ୍ତୃପକ୍ଷ କହିଥିଲେ, ଟି-20 ବିଶ୍ବକପ୍ ଓ ଚାମ୍ପିଅନ୍ ଟ୍ରଫି ବିଜେତା ଅଧିନାୟକ ରୋହିତ୍ ଶର୍ମାଙ୍କୁ ସମ୍ମାନିତ କରିବାକୁ ଚାହୁଁଛନ୍ତି । ଆଇପିଏଲ-୨୦୨୫ ଟୁର୍ଣ୍ଣାମେଣ୍ଟ ବେଳେ ହିଟମ୍ୟାନଙ୍କୁ ସମ୍ମାନିତ କରିବା ନେଇ ଏମସିଏ ଯୋଜନା ରଖିଥିଲା । ମାତ୍ର ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବାକୁ ଆଇପିଏଲକୁ ସ୍ଥଗିତ କରାଯାଇଥିଲା ଓ ଷ୍ଟାଣ୍ଡ ଉଦଘାଟନ କରିବା ସମ୍ଭବ ହୋଇନଥିଲା । ହେଲେ ଆଜି ରୋହିତ୍ ଶର୍ମାଙ୍କ ପରିବାର ଲୋକଙ୍କ ଉପସ୍ଥିତରେ ଓ୍ବାଙ୍ଖଡେ ଷ୍ଟାଡିୟମରେ ରୋହିତ୍ ଶର୍ମା ଷ୍ଟାଣ୍ଡ୍ ଉଦଘାଟିତ ହୋଇଛି ।...