ଓ୍ବାନ ନେସନ, ଓ୍ବାନ ଇଲେକ୍ସନ; ରାଷ୍ଟ୍ରପତିଙ୍କୁ ରିପୋର୍ଟ ପ୍ରଦାନ କଲା ରାମନାଥ କୋବିନ୍ଦ କମିଟି
ନୂଆଦିଲ୍ଲୀ: ଓ୍ବାନ ନେସନ୍ ଓ୍ବାନ୍ ଇଲେକ୍ସନ୍ ସପକ୍ଷରେ ରାମନାଥ କୋବିନ୍ଦ କମିଟି । ଆସନ୍ତା ୨୦୨୯ ସୁଦ୍ଧା ଗୋଟିଏ ଦେଶ ଗୋଟିଏ ନିର୍ବାଚନ ପାଇଁ ସୁପାରିସ୍ କରିଛନ୍ତି । ରାଜନୈତିକ ବିଶେଷଜ୍ଞ, ସାଧାରଣ ଲୋକଙ୍କ ସହିତ ୧୯୧ ଦିନର ତର୍ଜମା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦ୍ବାରା ଗଠିତ ଉଚ୍ଚସ୍ତରୀୟ କମିଟି । ଦେଶରେ ଲୋକସଭା ଏବଂ ରାଜ୍ୟରେ ବିଧାନସଭା ଏକ ସଙ୍ଗରେ ନିର୍ବାଚନ ହେବା ପ୍ରସଂଗରେ କେନ୍ଦ୍ର ସରକାର ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରିଥିଲେ । ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହାର ଅଧ୍ୟକ୍ଷତା କରିଥିଲେ । କମିଟି ସାଧାରଣ ଜନତାଙ୍କଠୁ ଆସିଥିବା ୧୮, ୬୨୬ ଚିଠି ଉପରେ ଚର୍ଜମା କରିବା ସହିତ ବିଶେଷଜ୍ଞ ମତ ନେଇଥିଲା । ପରେ ଗୋଟିଏ ଦେଶ ଗୋଟିଏ ନିର୍ବାଚନ ସପକ୍ଷରେ ରାଷ୍ଟ୍ରପତିଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି ।କମିଟି କହିଛନ୍ତି, ଗୋଟିଏ ପର୍ଯ୍ୟାୟରେ ଲୋକସଭା ଓ ବିଧାନସଭା ନିର୍ବାଚନ ହୋଇପାରିବ । ଏହା ଶହେ ଦିନ ମଧ୍ୟରେ ସ୍ଥାନୀୟ ନିର୍ବାଚନ ହୋଇପାରିବ ବୋଲି କମିଟି ନିଜ ରିପୋର୍ଟରେ କହିଛି । ନିର୍ବାଚନ ଆୟୋଗ ନିର୍ବାଚନ ପାଇଁ ଉପକରଣ, କର୍ମଚାରୀ ଏବଂ ସୁରକ୍ଷାବଳ ପାଇଁ ନିର୍ବାଚନ ପୂର୍ବରୁ ଯୋଜନା ପ୍ରସ୍ତୁତ କରିବାକୁ କମିଟି ସୁପାରିସ୍ କରିଛି । ଏହାଛଡ଼ା ନିର୍ବାଚନ ଆୟୋଗ ଲୋକସଭା, ବିଧାନସଭା, ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ
ନୂଆଦିଲ୍ଲୀ: ଓ୍ବାନ ନେସନ୍ ଓ୍ବାନ୍ ଇଲେକ୍ସନ୍ ସପକ୍ଷରେ ରାମନାଥ କୋବିନ୍ଦ କମିଟି । ଆସନ୍ତା ୨୦୨୯ ସୁଦ୍ଧା ଗୋଟିଏ ଦେଶ ଗୋଟିଏ ନିର୍ବାଚନ ପାଇଁ ସୁପାରିସ୍ କରିଛନ୍ତି । ରାଜନୈତିକ ବିଶେଷଜ୍ଞ, ସାଧାରଣ ଲୋକଙ୍କ ସହିତ ୧୯୧ ଦିନର ତର୍ଜମା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦ୍ବାରା ଗଠିତ ଉଚ୍ଚସ୍ତରୀୟ କମିଟି ।
ଦେଶରେ ଲୋକସଭା ଏବଂ ରାଜ୍ୟରେ ବିଧାନସଭା ଏକ ସଙ୍ଗରେ ନିର୍ବାଚନ ହେବା ପ୍ରସଂଗରେ କେନ୍ଦ୍ର ସରକାର ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରିଥିଲେ । ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହାର ଅଧ୍ୟକ୍ଷତା କରିଥିଲେ । କମିଟି ସାଧାରଣ ଜନତାଙ୍କଠୁ ଆସିଥିବା ୧୮, ୬୨୬ ଚିଠି ଉପରେ ଚର୍ଜମା କରିବା ସହିତ ବିଶେଷଜ୍ଞ ମତ ନେଇଥିଲା । ପରେ ଗୋଟିଏ ଦେଶ ଗୋଟିଏ ନିର୍ବାଚନ ସପକ୍ଷରେ ରାଷ୍ଟ୍ରପତିଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି ।
କମିଟି କହିଛନ୍ତି, ଗୋଟିଏ ପର୍ଯ୍ୟାୟରେ ଲୋକସଭା ଓ ବିଧାନସଭା ନିର୍ବାଚନ ହୋଇପାରିବ । ଏହା ଶହେ ଦିନ ମଧ୍ୟରେ ସ୍ଥାନୀୟ ନିର୍ବାଚନ ହୋଇପାରିବ ବୋଲି କମିଟି ନିଜ ରିପୋର୍ଟରେ କହିଛି । ନିର୍ବାଚନ ଆୟୋଗ ନିର୍ବାଚନ ପାଇଁ ଉପକରଣ, କର୍ମଚାରୀ ଏବଂ ସୁରକ୍ଷାବଳ ପାଇଁ ନିର୍ବାଚନ ପୂର୍ବରୁ ଯୋଜନା ପ୍ରସ୍ତୁତ କରିବାକୁ କମିଟି ସୁପାରିସ୍ କରିଛି । ଏହାଛଡ଼ା ନିର୍ବାଚନ ଆୟୋଗ ଲୋକସଭା, ବିଧାନସଭା, ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ପରମାର୍ଶ ନେଇ ଭୋଟର ତାଲିକା, ପରିଚୟ ପତ୍ର ଆଦି ପ୍ରସ୍ତୁତ କରାଯିବ ।