ଓ୍ବାର୍ନରଙ୍କ ବଡ଼ ଘୋଷଣା, ଭାରତକୁ ହରାଇବା ଲାଗି ସନ୍ନ୍ୟାସରୁ ନେଇପାରନ୍ତି ୟୁ-ଟର୍ନ

ନୂଆଦିଲ୍ଲୀ,୨୨।୧୦: ପ୍ରାୟ ମାସକ ପରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ବର୍ଡର-ଗାଭାସ୍କର ଟ୍ରଫି ଖେଳାଯିବ। ୧୦ ବର୍ଷ ଧରି ପରାଜିତ ହୋଇ ଆସୁଥିବାରୁ ଏହି ସିରିଜରେ ଅଷ୍ଟ୍ରେଲିଆ ଜିତିବା ଲାଗି ଆଶା ବାନ୍ଧିଛି। ଏହାକୁ ନେଇ ପ୍ୟାଟ କମିନ୍ସଙ୍କ ସମେତ ଟିମ୍‌ର ଅନ୍ୟ ଖେଳାଳିମାନେ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏସବୁ ମଧ୍ୟରେ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଥିବା ଡେଭିଡ ଓ୍ବାର୍ନର ଭାରତକୁ ହରାଇବା ନିମନ୍ତେ ବଡ଼ ଘୋଷଣା କରିଛନ୍ତି। ଯଦି ଭାରତକୁ […] The post ଓ୍ବାର୍ନରଙ୍କ ବଡ଼ ଘୋଷଣା, ଭାରତକୁ ହରାଇବା ଲାଗି ସନ୍ନ୍ୟାସରୁ ନେଇପାରନ୍ତି ୟୁ-ଟର୍ନ appeared first on Dharitri Odia News.

ଓ୍ବାର୍ନରଙ୍କ ବଡ଼ ଘୋଷଣା, ଭାରତକୁ ହରାଇବା ଲାଗି ସନ୍ନ୍ୟାସରୁ ନେଇପାରନ୍ତି ୟୁ-ଟର୍ନ

ନୂଆଦିଲ୍ଲୀ,୨୨।୧୦: ପ୍ରାୟ ମାସକ ପରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ବର୍ଡର-ଗାଭାସ୍କର ଟ୍ରଫି ଖେଳାଯିବ। ୧୦ ବର୍ଷ ଧରି ପରାଜିତ ହୋଇ ଆସୁଥିବାରୁ ଏହି ସିରିଜରେ ଅଷ୍ଟ୍ରେଲିଆ ଜିତିବା ଲାଗି ଆଶା ବାନ୍ଧିଛି। ଏହାକୁ ନେଇ ପ୍ୟାଟ କମିନ୍ସଙ୍କ ସମେତ ଟିମ୍‌ର ଅନ୍ୟ ଖେଳାଳିମାନେ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏସବୁ ମଧ୍ୟରେ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଥିବା ଡେଭିଡ ଓ୍ବାର୍ନର ଭାରତକୁ ହରାଇବା ନିମନ୍ତେ ବଡ଼ ଘୋଷଣା କରିଛନ୍ତି। ଯଦି ଭାରତକୁ ହରାଇବା ଲାଗି ତାଙ୍କର ଆବଶ୍ୟକତା ପଡେ ତେବେ ସେ ସନ୍ନ୍ୟାସରୁ ଓହରି ପୁଣି ଖେଳିବାକୁ ପ୍ରସ୍ତୁତ ବୋଲି କହିଛନ୍ତି।

ଲଗାତାର ୪ ଥର ବର୍ଡର ଗାଭାସ୍କର ଟ୍ରଫିରେ ଅଷ୍ଟ୍ରେଲିଆକୁ ହରାଇଛି ଭାରତ। ଏହି ସମୟରେ ଟିମ୍‌ ଇଣ୍ଡିଆ ଅଷ୍ଟ୍ରେଲିଆକୁ ୨ ଥର ଭାରତ ଏବଂ ୨ ଥର ଘରୋଇ ମାଟିରେ ହରାଇଛି। ଏହି ପରାଜୟକୁ ନେଇ ପୁରା ଟିମ୍‌ ଜୋର ଲଗାଉଛନ୍ତି। ଟେଷ୍ଟ ଟିମ୍‌ ଅଧିନାୟକ କମିନ୍ସ ଭାରତକୁ ହରାଇବା ଲାଗି କଳ ବଳ କୌଶଳ ଆପଣାଇବାକୁ ଚାହୁଁଛନ୍ତି। ଏବେ ସେମାନଙ୍କ ଚିନ୍ତା ଦୂର କରିବା ଲାଗି ପୋଡକାଷ୍ଟ ଜରିଆରେ ଓ୍ବାର୍ନର ବଡ ବାର୍ତ୍ତା ଦେଇଛନ୍ତି। ଗୋଟିଏ କଲ୍‌ରେ ସେ ସିରିଜ ଖେଳିବାକୁ ଉପଲବ୍ଧ ହୋଇଯିବେ ବୋଲି କହୁଛନ୍ତି।

ନଭେମ୍ବର ୨୨ରେ ଖେଳାଯିବାକୁ ଥିବା ଏହି ସିରିଜ ପୂର୍ବରୁ ଓ୍ବାର୍ନର କହିଛନ୍ତି, ଅଷ୍ଟ୍ରେଲିଆ ଟିମ୍‌ ଫେବୃଆରୀ ପରେ କେବଳ ଗୋଟିଏ ଟେଷ୍ଟ ଖେଳିଛି। ଅର୍ଥାତ ମୋର ପ୍ରସ୍ତୁତି ତାଙ୍କ ଭଳି ରହିଛି। ଯଦି ବାସ୍ତବରେ ଏହି ସିରିଜ ଲାଗି ମୋର ଆବଶ୍ୟକତା ରହିଛି ତେବେ ମୁଁ ପ୍ରସ୍ତୁତି ଆରମ୍ଭ କରିଦେବି। ଉଚିତ କାରଣ ଯୋଗୁ ସନ୍ନ୍ୟାସ ନେଇଛି। ଏବେ ଏହାକୁ ଶେଷ କରିବାକୁ ଚାହୁଁଛି। ଯଦି ସେମାନଙ୍କୁ କାହାର ଆବଶ୍ୟକତା ଥିବ ତେବେ ମୁଁ ପ୍ରସ୍ତୁତ। ପଛକୁ ହଟିବି ନାହିଁ ବୋଲି ସେ କହିଛନ୍ତି। ତେବେ ସେ ଚଳିତ ବର୍ଷ ଜାନୁଆରୀରେ ପାକିସ୍ତାନ ବିପକ୍ଷରେ ଅନ୍ତିମ ମ୍ୟାଚ୍‌ ଖେଳି ଅବସର ଘୋଷଣା କରିଥିଲେ।

The post ଓ୍ବାର୍ନରଙ୍କ ବଡ଼ ଘୋଷଣା, ଭାରତକୁ ହରାଇବା ଲାଗି ସନ୍ନ୍ୟାସରୁ ନେଇପାରନ୍ତି ୟୁ-ଟର୍ନ appeared first on Dharitri Odia News.