ଓ୍ବାର୍ନରଙ୍କ ବ୍ୟାଟ୍କୁ ଦୁଇଫାଳ କରିଦେଲେ ଏହି ବୋଲର୍, Live ମ୍ୟାଚ୍ରେ ମୁଣ୍ଡରେ ବାଜିଲା…
ସିଡନୀ,୧୦।୧: ଭାଙ୍ଗିଲା ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଡେଭିଡ୍ ଓ୍ବାର୍ନରଙ୍କ ବ୍ୟାଟ୍। ବିଗ୍ ବ୍ୟାଶ୍ ଲିଗ୍ ୨୦୨୫ର ୨୯ତମ ମୁକାବିଲାରେ କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ସିଡନୀ ଥଣ୍ଡରର ବ୍ୟାଟିଂ ସମୟରେ ଅଧିନାୟକ ଡେଭିଡ୍ ଓ୍ବାର୍ନର ରାଇଲି ମେରିଡିଥ୍ଙ୍କ ବଲ୍ରେ ଶଟ୍ ଖେଳିବାକୁ ଚେଷ୍ଟା କରୁଥିବା ବେଳେ ତାଙ୍କ ବ୍ୟାଟ୍ଟି ଦୁଇଫାଳ ହୋଇଥିଲା। ଏହି ମାମଲା ଏଠାରେ ହିଁ ରହି ନ ଥିଲା। ବ୍ୟାଟ୍ ଭାଙ୍ଗିବା ପରେ ଓ୍ବାର୍ନରଙ୍କ ମୁଣ୍ଡରେ ବାଜିଥିଲା। ଏବେ ଏହି ଘଟଣାର ଭିଡିଓ ବେଶ […] The post ଓ୍ବାର୍ନରଙ୍କ ବ୍ୟାଟ୍କୁ ଦୁଇଫାଳ କରିଦେଲେ ଏହି ବୋଲର୍, Live ମ୍ୟାଚ୍ରେ ମୁଣ୍ଡରେ ବାଜିଲା… appeared first on Dharitri Odia News.
ସିଡନୀ,୧୦।୧: ଭାଙ୍ଗିଲା ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଡେଭିଡ୍ ଓ୍ବାର୍ନରଙ୍କ ବ୍ୟାଟ୍। ବିଗ୍ ବ୍ୟାଶ୍ ଲିଗ୍ ୨୦୨୫ର ୨୯ତମ ମୁକାବିଲାରେ କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ସିଡନୀ ଥଣ୍ଡରର ବ୍ୟାଟିଂ ସମୟରେ ଅଧିନାୟକ ଡେଭିଡ୍ ଓ୍ବାର୍ନର ରାଇଲି ମେରିଡିଥ୍ଙ୍କ ବଲ୍ରେ ଶଟ୍ ଖେଳିବାକୁ ଚେଷ୍ଟା କରୁଥିବା ବେଳେ ତାଙ୍କ ବ୍ୟାଟ୍ଟି ଦୁଇଫାଳ ହୋଇଥିଲା। ଏହି ମାମଲା ଏଠାରେ ହିଁ ରହି ନ ଥିଲା। ବ୍ୟାଟ୍ ଭାଙ୍ଗିବା ପରେ ଓ୍ବାର୍ନରଙ୍କ ମୁଣ୍ଡରେ ବାଜିଥିଲା। ଏବେ ଏହି ଘଟଣାର ଭିଡିଓ ବେଶ ଭାଇରାଲ ହେଉଛି, ଯାହାକି ପ୍ରଶଂସକଙ୍କୁ ଚକିତ କରୁଛି।
ତେବେ ଓ୍ବାର୍ନର ଏବେ ଜବରଦସ୍ତ ଫର୍ମରେ ଅଛନ୍ତି। ଏହି ବାମହାତୀ ବ୍ୟାଟ୍ସମ୍ୟାନ୍ ୪ ମ୍ୟାଚ୍ରେ ୩ ଅର୍ଦ୍ଧଶତକ ମାରିସାରିଛନ୍ତି। ମେଲବର୍ନ ରେନିଗେଡ୍ସ ବିରୋଧରେ ଓ୍ବାର୍ନର ଅପରାଜିତ ୮୬ ରନ୍ କରିଥିଲେ। ସେ ବିଗ୍ ବ୍ୟାଶ୍ ଲିଗ୍ରେ ସର୍ବାଧିକ ୩୧୬ ରନ୍ ସ୍କୋର କରିସାରିଛନ୍ତି। ଏଥିରେ ୩୪ ଚୌକା ଏବଂ ୫ ଛକା ରହିଛି।
David Warner’s bat broke and he’s hit himself in the head with it
#BBL14 pic.twitter.com/6g4lp47CSu
— KFC Big Bash League (@BBL) January 10, 2025
The post ଓ୍ବାର୍ନରଙ୍କ ବ୍ୟାଟ୍କୁ ଦୁଇଫାଳ କରିଦେଲେ ଏହି ବୋଲର୍, Live ମ୍ୟାଚ୍ରେ ମୁଣ୍ଡରେ ବାଜିଲା… appeared first on Dharitri Odia News.
