ଓ୍ବାୟନାଡ଼ ଆସନ ଛାଡ଼ିଲେ ରାହୁଲ, ଲଢ଼ିବେ ପ୍ରିୟଙ୍କା

ନନ୍ଦିଘୋଷ ବ୍ୟୁରୋ: ରାହୁଲ ଗାନ୍ଧି ରାଏବରେଲି ଆସନ ରଖିଲେ। ୱେୟନାଡ଼ ଆସନ ଛାଡ଼ିଲେ। ଗାନ୍ଧି ପରିବାରର ପାରମ୍ପରିକ ଆସନ ରାଏବରେଲି... The post ଓ୍ବାୟନାଡ଼ ଆସନ ଛାଡ଼ିଲେ ରାହୁଲ, ଲଢ଼ିବେ ପ୍ରିୟଙ୍କା appeared first on .

ଓ୍ବାୟନାଡ଼ ଆସନ ଛାଡ଼ିଲେ ରାହୁଲ, ଲଢ଼ିବେ ପ୍ରିୟଙ୍କା

ନନ୍ଦିଘୋଷ ବ୍ୟୁରୋ: ରାହୁଲ ଗାନ୍ଧି ରାଏବରେଲି ଆସନ ରଖିଲେ। ୱେୟନାଡ଼ ଆସନ ଛାଡ଼ିଲେ। ଗାନ୍ଧି ପରିବାରର ପାରମ୍ପରିକ ଆସନ ରାଏବରେଲି ରଖି ରାହୁଲ ୱାୟନାଡ଼ ଆସନ ଛାଡ଼ିଛନ୍ତି। ଏହା ନିଜେ ସ୍ପଷ୍ଟ କରିଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ। ଏହାକୁ ନେଇ ଆଜି ସୋନିଆ ଗାନ୍ଧି, ରାହୁଲ ଗାନ୍ଧି, ମଲ୍ଲିକାର୍ଜୁନ ଖଡ଼ଗେ ଓ କେ. ବେଣୁଗୋପାଳଙ୍କ ମଧ୍ଯରେ ଏକ ବୈଠକ ମଧ୍ଯ ହୋଇଥିଲା। ପ୍ରିୟଙ୍କା ଗାନ୍ଧି ୱେୟନାଡ଼୍ ଆସନରୁ ଲଢ଼ିବେ । ଏଥର ଉଭୟ ରାଏବରେଲି ଓ ୱେୟନାଡ ଆସନରୁ ବହୁତ ବଡ଼ ମାର୍ଜିନରେ ଜିତିଛନ୍ତି ରାହୁଲ ଗାନ୍ଧି। ରାଜନୈତିକ ଦୃଷ୍ଟି କୋଣରୁ ଓ ଉତ୍ତର ପ୍ରଦେଶରେ କଂଗ୍ରେସର ଉତଥାନ ଦୃଷ୍ଟିରୁ ରାହୁଲ ରାଏବରେଲି ଆସନ ରଖିଛନ୍ତି। ୨୦୦୪ରୁ ୨୦୧୯ ଯାଏ ଏହି ଆସନରୁ ଜିତି ଆସୁଥିଲେ ସୋନିଆ ଗାନ୍ଧି। ଇନ୍ଦିରା ଗାନ୍ଧି ଓ ତାଙ୍କ ସ୍ବାମୀ ଫିରୋଜ ଗାନ୍ଧି ମଧ୍ଯ ଏହି ଆସନରୁ ପାର୍ଲାମେଣ୍ଟକୁ ଯାଇଛନ୍ତି। ୨୦୧୯ରେ ରାହୁଲ ଆମେଠି ଆସନରୁ ପରାଜିତ ହୋଇଥିଲେ ମଧ୍ଯ ୱେୟନାଡ ଆସନରୁ ଜିତିଥିଲେ। ତେଣୁ ଏହି ଆସନର ବି ବେଶ୍ ଗୁରୁତ୍ଵ ରହିଛି। ତେଣୁ ୱେୟନାଡରେ ଭୋଟ ସରିବା ପରେ ହିଁ କଂଗ୍ରେସ ଘୋଷଣା କରିଥିଲା ଯେ, ରାହୁଲ ରାଏବରେଲିରୁ ମଧ୍ଯ ଲଢ଼ିବେ। ତେଣୁ କେଉଁ ଆସନ ରଖିବେ, କେଉଁ ଆସନ ଛାଡ଼ିବେ, ତାକୁ ନେଇ ଗଣିତ କରିବାକୁ ପଡ଼ିଥିଲା। …

The post ଓ୍ବାୟନାଡ଼ ଆସନ ଛାଡ଼ିଲେ ରାହୁଲ, ଲଢ଼ିବେ ପ୍ରିୟଙ୍କା appeared first on .